ଭୁବନେଶ୍ବର: କିଛି ଘଣ୍ଟା ପରେ ପାଦ ଥାପିବାକୁ ଯାଉଛି ନୂଆବର୍ଷ । ଏହି ବର୍ଷ ହେଉଛି ନିର୍ବାଚନର ବର୍ଷ । ପ୍ରତ୍ୟେକ ମୁହୂର୍ତ୍ତ ପ୍ରତ୍ୟେକ ସମୟ ଏକ ଚ୍ୟାଲେଞ୍ଜ । ତେବେ ଓଡ଼ିଶାର ସାଢେ ୪ କୋଟି ଲୋକଙ୍କର ଭରସା ବିଶ୍ବାସକୁ କଥା ମାଧ୍ୟମରେ ନୁହେଁ, ବରଂ କାର୍ଯ୍ୟ ମାଧ୍ୟମରେ ରକ୍ଷା କରିବୁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ବିଜୁ ଜନତା ଦଳ ତାର 25 ବର୍ଷ ପୂର୍ତ୍ତି ପାଳନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡି଼ଶା ବାସୀଙ୍କର ଆଶା, ଭରସା ଓ ବିଶ୍ବାସର ପାତ୍ର ହୋଇପାରିଛି ଦଳ । ତେଣୁ ଆମ ପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଗୋଟେ ଚ୍ୟାଲେଞ୍ଜ। ସେଥିପାଇଁ ଆମେ କେହି ନେତା ନୁହେଁ, ଆମେ ଲୋକଙ୍କର ସେବକ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଗାମୀ ବର୍ଷରେ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କର ଭରସା ଓ ବିଶ୍ବାସକୁ ଜିତିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସେ ।
ରାଜ୍ୟବାସୀଙ୍କ ଭରସାକୁ କଥାରେ ନୁହେଁ, ବରଂ କାର୍ଯ୍ୟ ମାଧ୍ୟମରେ ଜିତିବୁ । ସେହି କାର୍ଯ୍ୟ ହେଉଛି ପ୍ରତ୍ୟେକ ଲୋକଙ୍କ ସହିତ ପ୍ରତ୍ୟେକ କାର୍ଯ୍ୟ ସହିତ ଯୋଡି ହୋଇ ରହିବା ଏବଂ ସରକାରଙ୍କର ଯେଉଁ ଯୋଜନା ତାହା ଲୋକଙ୍କ ନିକଟରେ ପହଞ୍ଚାଇବା । ଏହା ହେଉଛି ଆମ ପାଇଁ ଦୃଢ଼ ଚ୍ୟାଲେଞ୍ଜ । ଏହାର ସଫଳତା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ