ETV Bharat / city

ବିପର୍ଯ୍ୟୟ କମିଟି ବୈଠକରେ ଶାସକ ବିରୋଧୀଙ୍କ କାଦୁଆ ପିଙ୍ଗା ରାଜନୀତି

ବିପର୍ଯ୍ୟୟ କମିଟି ବୈଠକରେ ପ୍ରବଳ ଅସନ୍ତୋଷ । ଶାସକ ଓ ବିରୋଧୀ ଦଳ ଏନେଇ ସିଧାସଳଖ ଉଦବେଗ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ବିରୋଧୀ କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଥିଲେ ।

author img

By

Published : Jun 22, 2019, 4:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟସ୍ତରୀୟ ବିପର୍ଯ୍ୟୟ କମିଟି ବୈଠକରେ ଅସନ୍ତୋଷ । ଶାସକ ଓ ବିରୋଧୀ ଦଳ ଏନେଇ ସିଧାସଳଖ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ବିରୋଧୀ ଦଳ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଚିରାଚରିତ ଢଙ୍ଗରେ ଚାଲିଛି ବୈଠକ। ବୈଠକରେ ଦିଆଯାଇଥିବ ଅଧିକାଂଶ ବିବରଣୀ ଭୁଲ। ଏଭଳି ଘଟଣା ଦୁର୍ଭାଗ୍ୟଜନକ। ଏପରିକି ସରକାରୀ ଦଳର ମନ୍ତ୍ରୀ ମଧ୍ୟ ସଠିକ ଭାବରେ ବିପର୍ଯ୍ୟୟ ପରିଚାଳନା ହେଉ ନଥିବା ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

କେବଳ ପ୍ରତିବର୍ଷ ଏକ ବୈଠକ ଡାକି ସରକାର ନିଜର ଦାୟିତ୍ୱ ସାରି ଦେଉଥିବା କହିଛନ୍ତି ନରସିଂହ। ଅନ୍ୟପଟେ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ପୁରୀ ଜିଲ୍ଲାରେ ଅନେକ ଅଞ୍ଚଳରେ ଏବେବି ଫନି ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ ସଠିକ ଭାବେ ହୋଇପାରି ନାହିଁ। ବାତ୍ୟାକୁ ଦେଢ ମାସ ବିତିଯାଇଥିଲେ ମଧ୍ୟ ଏବେ ବି ଅନେକ ଅଞ୍ଚଳ ଅନ୍ଧାରରେ ରହିବା ସହ ବିପନ୍ନମାନେ ପାଲ ତଳେ ଜୀବନ ଅତିବାହିତ କରୁଛନ୍ତି।

ସେପଟେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏଥିରେ ତଳି ପକାଇଛନ୍ତି। କହିଛନ୍ତି ଆଜିର ବୈଠକରେ ଯାହା ଆଲୋଚନା ହୋଇଛି ତାର ଏକ ଚିଠା ପ୍ରସ୍ତୁତ ହୋଇସାରିବା ପରେ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.