ETV Bharat / city

ବିଜେଡି ଗଡରେ ବିରୋଧୀ: ହେଭିୱେଟଙ୍କୁ ନେଇ ଅଙ୍କକଷା ଆରମ୍ଭ! - ପୌର ନିର୍ବାଚନ ଫଳାଫଳ

ଗତକାଲି ଠାରୁ ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ଫଳାଫଳ କେବଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିନି ବରଂ ବରଂ ଶାସକ ବିଜେଡିର ତୁଙ୍ଗ ନେତାଙ୍କ ପତିଆରା ଓ ସ୍ଥିତି ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ଆଙ୍କିଛି । ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେଡିର ଶୀର୍ଷ ନେତୃତ୍ବ ଏହାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ବିଜେଡି ଗଡରେ ବିରୋଧୀ; ହେବିୱେଟଙ୍କୁ ନେଇ ଅଙ୍କକଷା ଆରମ୍ଭ!

author img

By

Published : Mar 27, 2022, 7:15 PM IST

ଭୁବନେଶ୍ବର: ଗତକାଲି ଠାରୁ ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ଫଳାଫଳ କେବଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିନି ବରଂ ବରଂ ଶାସକ ବିଜେଡିର ତୁଙ୍ଗ ନେତାଙ୍କ ପତିଆରା ଓ ସ୍ଥିତି ସଂପର୍କରେ ଗୋଟିଏ ସ୍ପଷ୍ଟ ଚିତ୍ର ଆଙ୍କିଛି । ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେଡିର ଶୀର୍ଷ ନେତୃତ୍ବ ଏହାକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି ।

ଏପଟେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମଧ୍ୟ ଅଙ୍କକଷା ଚାଲିଛି । ଫଳାଫଳ ବିଜେଡିର ବରିଷ୍ଠ ନେତା ଓ ବିଧାୟକଙ୍କ କାର୍ଯ୍ୟ ଶୈଳୀ ନେଇ ପ୍ରଶ୍ନ ଉଠିଛି ।ଏଥିସହ ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ କରିଥିବା ଦଳୀୟ ନେତାଙ୍କ ଉପରେ ବିଜେଡିର ହାଇକମାଣ୍ଡ ଖପ୍ପା ଥିବା ଜଣାପଡିଛି ।

ସେହିପରି ଭୁବନେଶ୍ୱର ମହାନଗଗର ନିଗମ ଦଖଲ କରିବା ପରେ ନବୀନ ନିବାସରେ ବିଜୟ ସେଲିବ୍ରେସନ ହୋଇଛି । ଏଠାରେ ଭୁବନେଶ୍ୱରର ଦୁଇ ବିଧାୟକ ସୁଶାନ୍ତ ରାଉତ ଓ ଅଶୋକ ପଣ୍ଡା ଉପସ୍ଥିତ ଥିଲେ । କିନ୍ତୁ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦେଖିବାକୁ ମିଳିନଥିଲା ।

ସେହିଭଳି ଏହାକୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇଛି । ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ ହେବ ଅନନ୍ତ ଉପସ୍ଥିତ ରହିବେ, ତାହା ଅତୀତରେ କେବେ ଦେଖିବାକୁ ମିଳିନାହିଁ । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବିଜେଡିକୁ ସର୍ବାଧିକ କ୍ଷତି ମଧ୍ୟ ନିର୍ବାଚନ ମଣ୍ଡଳୀରୁ ହୋଇଛି ।

ତେବେ ମଧ୍ୟରେ ପ୍ରାର୍ଥୀ ଚୟନ ଓ ଅସନ୍ତୋଷର ନିଆଁ ନବୀନ ନିବାସ ଯାଏଁ ପହଞ୍ଚି ଥିଲା । ଖାସ ସେଥିପାଇଁ ଅନନ୍ତ ଅନୁପସ୍ଥିତ ଓ ନିଜ ଅଞ୍ଚଳରେ ଖରାପ ପ୍ରଦର୍ଶନକୁ ବିଭିନ୍ନ ଆକଳନ ପ୍ରକାଶ ପାଇଛି । ଅନନ୍ତଙ୍କ ପରି ଶାସକ ଦଳର ଅନେକ ତୁଙ୍ଗ ନେତା, ମନ୍ତ୍ରୀଙ୍କ ପାଇଁ ପୌର ଭୋଟ ବିପର୍ଯ୍ୟୟ ଆଣିପାରେ ବୋଲି ଆଶାଙ୍କା କରାଯାଉଛି ।

ମାତ୍ର ଶାସକ ବିଜୁ ଜନତା ଦଳକୁ ଯେଉଁ ଚିତ୍ରଟି ସବୁଠାରୁ ବେଶି ଚିନ୍ତାରେ ପକାଇଛି । ତାହା ହେଲା ଦଳର ଗଡ଼ ଗଞ୍ଜାମ ଜିଲ୍ଲାରେ ପ୍ରଦର୍ଶନ ଉଲ୍ଲେଖନୀୟ ହୋଇନାହିଁ । ଛତ୍ରପୁର, କୋଦଳା, ରମ୍ଭା ତିନିଟି ପୌରାଧ୍ୟକ୍ଷ ପଦ ବିଜେପି ହାତକୁ ଚାଲିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଞ୍ଜିଳି ଆସନରେ ମଧ୍ୟ ଗେରୁଆ ଦଳ ବିଜେଡିକୁ କଡ୍ଡା ଟକ୍କର ଦେଇଛି ।

କେବଳ ସେତିକି ନୁହେଁ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପଦବୀ କଂଗ୍ରେସ ହାତକୁ ଯାଇଛି । ଜିଲ୍ଲାର ଅନ୍ୟ ଦୁଇ ପ୍ରମୁଖ ଭୋଟ ବ୍ୟାଙ୍କ ପୁରୁଷୋତ୍ତମପୁର ଓ ଗଞ୍ଜାମରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି । ଏଣୁ ବିଜେଡି ମୁଖିଆ ନିଶ୍ଚିତ ଭାବେ ଏହି ଜିଲ୍ଲାର ସବୁ କ୍ଷମତା କେନ୍ଦ୍ର ସଂପର୍କରେ ଆଉ ଥରେ ତର୍ଜମା କରିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ଗଡରେ ପଦ୍ମ ଦଳକୁ ରୋକି ପାରି ନାହାନ୍ତି । ବିଜେଡିର ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ବରଗଡ଼ରେ ଲାଗିଛି ସୁପର ଝଟ୍‌କା । ବରପାଲିରେ ପୌରାଧ୍ୟକ୍ଷ ପଦବୀ ସ୍ବାଧୀନ ସଭ୍ୟ ଛଡ଼ାଇ ନେଇଛନ୍ତି । ବିଜେପୁର ବିଧାୟକ ରିତା ସାହୁ ବିଜେଡିର ଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଜିଲ୍ଲାରେ ଆସୁଛି ଏହି ବିପର୍ଯ୍ୟୟ ।

ତଥାପି ବିରୋଧୀ ସଫଳ ହୋଇଛନ୍ତି । ଅନ୍ୟପଟେ ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷ ପଦ ରଖିବାରେ ବିଫଳ ହୋଇଛନ୍ତି । ଜଗତସିଂହପୁରରେ ପୌରାଞ୍ଚଳରେ ବିଧାୟକ ତଥା ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ଠାରୁ କଂଗ୍ରେସ ଅଧ୍ୟକ୍ଷ ଆସନ ଭିଡି ନେଇଛି ।

ସେହିପରି ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟଙ୍କୁ ସ୍ବାଧୀନ ସଭ୍ୟ ଭାରି ପଡ଼ିଛନ୍ତି । ନିକଟ ଭବିଷ୍ୟତରେ ବ୍ରଜରାଜନଗରରେ ଉପ ନିର୍ବାଚନ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ବେଲପାହାଡ ପୌରାଧ୍ୟକ୍ଷ ପଦବୀ କଂଗ୍ରେସ ଖାତାକୁ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପାଇଁ ଏହା ଆଦୌ ଭଲ ଖବର ନୁହେଁ ।

ପଞ୍ଚାୟତରେ ଦବ୍‌ଦବା ଦେଖାଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସହରୀ ଭୋଟର 440 ଭୋଲଟ ଝଟ୍‌କା ଦେଇଛନ୍ତି । ମମିତା ମେହେର ପ୍ରସଙ୍ଗରେ ବିବାଦୀୟ ହୋଇଥିବା ଦିବ୍ୟଙ୍କୁ ପଞ୍ଚାୟତ ନିର୍ବାଚନରେ ଆଶ୍ୱସ୍ତି ଦେଇଥିଲା । କିନ୍ତୁ ଜୁନାଗଡ ଓ ଧର୍ମଗଡ ଅଧ୍ୟକ୍ଷ ପଦରେ ଏବେ ଗେରୁଆ ଦଳକୁ ଯିବା ଦିବ୍ୟଙ୍କ ଲାଗି ସତର୍କ ଘଣ୍ଟି ବଜେଇ ଦେଇଛି । ସମ୍ବଲପୁର ରେଢ଼ାଖୋଲରେ ସରକାରୀ ଦଳ ଉପ ମୁଖ୍ୟସଚେତକ ରୋହିତ ପୂଜାରୀଙ୍କୁ ଝଟ୍‌କା ଲାଗିଛି ।

ବିଜେପି ହାତକୁ ଯାଇଛି ଉଭୟ ପରିଷଦ ଓ ଅଧ୍ୟକ୍ଷ ଆସନ । ଫୁଲବାଣୀ ଅଧ୍ୟକ୍ଷ ପଦ ଓ ବାଲିଗୁଡା ପରିଷଦ ବିଜେପି ହାତକୁ ଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବା ବିଜୁ ଜନତା ଦଳ କିନ୍ତୁ ସୁନ୍ଦରଗଡ ପୌରାଧ୍ୟକ୍ଷ ପଦବିରେ ଜିତିପାରିନାହିଁ । ଢେଙ୍କାନାଳରେ ବିଜେଡିକୁ ଝଟ୍‌କା ଲାଗିଛି ।

ଏଠାରେ ପରିଷଦ ଓ ଅଧ୍ୟକ୍ଷ ଉଭୟ ଆସନ ପଦ୍ମଦଳିଆଙ୍କ ହାତରେ ରହିବ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ସୁଧୀର ସାମଲ, ସାଂସଦ ମହେଶ ସାହୁ ନିଜ ଜିଲ୍ଲାରେ ଶଙ୍ଖ ଚିହ୍ନକୁ ସୁରକ୍ଷା ଦେଇ ପାରିନାହାନ୍ତି । ଯାହା ସେମାନଙ୍କ ଲାଗି ଚିନ୍ତା ବଢାଇବ ।

ସେହିଭଳି ବାଲେଶ୍ବର ସୋର ମ୍ୟୁନିସିପାଲଟି ଓ ଅଧ୍ୟକ୍ଷ ପଦ ଏକତରଫା ଭାବେ ବିଜେପି ହାତକୁ ଚାଲିଯାଇଛି । ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଲାଗି ଚିନ୍ତା ବଢାଇଛି । ସେହିପରି ପଞ୍ଚାୟତ ନିର୍ବାଚନରେ ଖାସ ଭଲ ପ୍ରଦର୍ଶନ କରିନଥିବା ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମୁଣ୍ଡରେ ଖଣ୍ଡା ଝୁଲିଛି । ନୟାଗଡ଼ ଜିଲ୍ଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ମାଟି କାମୁଡିବାକୁ ପଡିଛି ।

କାରଣ ନୟାଗଡ ଜିଲ୍ଲାର ଖଣ୍ଡପଡା ଏବଂ ଦଶପଲ୍ଲାରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦବୀ ହାତେଇ ନେଇଛନ୍ତି । ଦଳ ଓ ସଭାପତିଙ୍କୁ ଖବରକାଗଜ ମାଧ୍ୟମରେ ତେରଛା ବାଣ ମାରୁଥିବା ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବେଳା ଆହୁରୀ ଖରାପ ଦିଗକୁ ଯାଉଛି । ସେହିପରି ଭଦ୍ରକରେ ସ୍ବାଧୀନ ସଭ୍ୟ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଛନ୍ତି । ବିଧାୟକ ସଂଜୀବ ମଲ୍ଲିକ ସଙ୍ଗଠନ ବଞ୍ଚେଇବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ମୋଟାମୋଟି କହିବାକୁ ଗଲେ ନଜ ଅଞ୍ଚଳରେ ଦଳର ପ୍ରଦର୍ଶନ ବିଜେଡି ହେଭିୱେଟଙ୍କୁ 440 ଝଟକା ଦେଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.