ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ ଙ୍ଘନ ଅଭିଯୋଗ ଆଣିଲା ବିଜେଡି । ଗୁରୁବାର ବିଜେପି ପ୍ରାର୍ଥୀନୀ ତଥା ଖୋର୍ଦ୍ଧା ଜିଲ୍ଲା 30ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସସ୍ମିତା ପତିଙ୍କ ନାଁରେ ବିଜେଡି ଆଣିଲା ଆଦର୍ଶ ଆଚରଣବିଧି ଉଲଙ୍ଘନ ଅଭିଯୋଗ । ତେବେ ସେ ନାମାଙ୍କନ ଦାଖଲ କରିବାକୁ ଆସିବା ସମୟରେ ସାଥୀରେ ଶହେରୁ ଅଧିକ ସମର୍ଥକଙ୍କୁ ନେଇକି ଆସିଥିବା ବିଜେଡିର ଅଭିଯୋଗ ।
ଏହା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଏନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧି ଟିମ୍ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏହା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି ଜଣାଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ