ETV Bharat / city

ବିଜେଡି-ବିଜେପିର ବିକଳ୍ପ ହେଉଛି କଂଗ୍ରେସ: ପିସିସି ସଭାପତି - ପିସିସି ସଭାପତି

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ମିଶନ 120 ଟାସ୍କକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି-ବିଜେପି ମିଶି 120 ନା ଅଲଗା ଅଲଗା ବୋଲି ଉଭୟ ଦଳ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 9, 2022, 10:42 PM IST

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ମିଶନ 120 ଟାସ୍କକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି-ବିଜେପି ମିଶି 120 ନା ଅଲଗା ଅଲଗା ବୋଲି ଉଭୟ ଦଳ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ଏହା ସହ ବିଜେଡି-ବିଜେପିର ବିକଳ୍ପ କଂଗ୍ରେସ ବୋଲି ପିସିସି ସଭାପତି କହିଛନ୍ତି ।

ବିଜେଡି ବିଜେପିର ବିକଳ୍ପ ହେଉଛି କଂଗ୍ରେସ: ପିସିସି ସଭାପତି

ପିସିସି ସଭାପତି କହିଛନ୍ତି ଯେ, 2019 ନିର୍ବାଚନରେ ସାହା ମିଶନ 120 କହିଥିଲେ । 120ରୁ କେତେ ହେଲା ରାଜ୍ୟବାସୀ ଜାଣିଛନ୍ତି । ବାକି ତାଙ୍କ ପ୍ରଭାବ କଣ ପଡିବ 2024 ରେ ଓଡ଼ିଶାବାସୀ ବିଚାର କରିବେ । 2024 ରେ ବିଜେଡି-ବିଜେପି ମିଶି 120 ନା ଅଲଗା ଅଲଗା ଉଭୟ ଦଳ ପ୍ରଥମେ ସ୍ପଷ୍ଟୀକରଣ ଦିଅନ୍ତୁ । ଅମିତ ସହାଙ୍କ ଗସ୍ତ ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । 22 ବର୍ଷ ହେଲା ସରକାରରେ ଅଛନ୍ତି ନବୀନ ପଟ୍ଟନାୟକ । କଣ ବିକାଶ ହୋଇଛି ରାଜ୍ୟବାସୀ ଜାଣନ୍ତି । 2000ରୁ 2009 ଯାଏଁ ବିଜେପି-ବିଜେଡି ଭାଗୁଆଳି ସରକାରରେ ଥିଲା । ବିଜେଡ଼ି ଓ ବିଜେପିର ବିକଳ୍ପ ହେଉଛି କଂଗ୍ରେସ ।

ଆଗାମୀ ଦିନରେ ଜନସାଧାରଣଙ୍କ ଆଶୀର୍ବାଦ କଂଗ୍ରେସ ପ୍ରତି ରହିବ ବୋଲି ସେ ଆଶା ରଖିଛନ୍ତି । କଂଗ୍ରେସର ପ୍ରସ୍ତୁତି ଜୋରଦାର ଚାଲିଛି । ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରୀ ରହିଛି । ସଂଗଠନ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ସୁଦ୍ଧା ସରିଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.