ETV Bharat / city

ପିପିଲି ଫାଇଟ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ବିଜେଡି-କଂଗ୍ରେସ

ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ବିଜେଡି ଓ କଂଗ୍ରେସ । ଜାଣନ୍ତୁ କିଏ କିଏ ରହିଛନ୍ତି ଏହି ଲିଷ୍ଟରେ...

author img

By

Published : Sep 15, 2021, 6:20 PM IST

Updated : Sep 15, 2021, 10:52 PM IST

ପିପିଲି ଫାଇଟ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ବିଜେଡି-କଂଗ୍ରେସ
ପିପିଲି ଫାଇଟ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ବିଜେଡି-କଂଗ୍ରେସ

ଭୁବନେଶ୍ବର: ପିପିଲି ଫାଇଟ ପାଇଁ ଆସିଲା ବିଜେଡି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା । ଟାଣୁଆ ନେତା ସହ ପ୍ରଚାର ମଇଦାନକୁ ଓହ୍ଲାଇବେ ଦୁଇ ଦଳ । ପ୍ରଥମେ ବିଜେପି ନିଜର ତାଲିକା ପ୍ରକାଶ କରିବା ପରେ ଅନ୍ୟ ଦୁଇ ପ୍ରମୁଖ ଦଳ ମଧ୍ୟ ନିଜର 20 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ବିଜେଡି ତାଲିକାର ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିବାବେଳେ କଂଗ୍ରେସର ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର ଅଛନ୍ତି । ଏହି ନେତାମାନେ ପିପିଲି ଉପନିର୍ବାଚନ ପାଇଁ ଲୋକଙ୍କ ଭୋଟ ହାତେଇବାକୁ କ୍ୟାମ୍ପେନିଂ କରିବେ ।

ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶାସକ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମହେଶ୍ବର ମହାନ୍ତି, ଦେବୀପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ କୁମାର ସିଂ, ସ୍ନେହାଙ୍ଗୀନ ଛୁରିଆ, ପ୍ରୀତି ରଞ୍ଜନ ଘଡେଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଏବଂ ବିଧାୟକ ସୁଧୀର ସାମଲ ।

ସେହିପରି କଂଗ୍ରେସର 20 ଜଣିଆ ତାଲିକାରେ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ, ବିପିନ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୋକିମ, ଅଧିରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ବର ବେହେରା, ବନ୍ଦିତା ପରିଡା ଓ ସତ୍ୟପ୍ରକାଶ ନାୟକ ଅଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 15, 2021, 10:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.