ETV Bharat / city

ରୁଚିକା ଆତ୍ମହତ୍ୟା ଘଟଣା, କଲେଜ ସାମ୍ନାରୁ ମାଆଙ୍କୁ ଘୋଷାଡି ନେଲା ପୋଲିସ - ରୁଚିକା ଆତ୍ମହତ୍ୟା ଘଟଣା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଘଟଣା । ନ୍ୟାୟ ପାଇଁ କଲେଜ ସାମ୍ନାରେ ଧାରଣା ଦେଇଥିବା ରୁଚିକାଙ୍କ ମାଆଙ୍କୁ ଜୋରଜବରଦସ୍ତ ପୋଲିସ ଉଠାଇ ନେଇଛି । ଅଧିକ ପଢନ୍ତୁ

ରୁଚିକା ଆତ୍ମହତ୍ୟା ଘଟଣା, କଲେଜ ସାମ୍ନାରୁ ମାଆଙ୍କୁ ଘୋଷାଡି ନେଲା ପୋଲିସ

author img

By

Published : Jul 11, 2022, 1:55 PM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ନ୍ୟାୟ ପାଇଁ କଲେଜ ସାମ୍ନାରେ ଧାରଣା ଦେଇଥିବା ରୁଚିକାଙ୍କ ମାଆଙ୍କୁ ଜୋରଜବରଦସ୍ତ ପୋଲିସ ଉଠାଇ ନେଇଛି । ରୁଚିକାଙ୍କ ମାଆ ବିକ୍ଷୋଭରେ ସାମିଲ ଥିବା ସମସ୍ତେ ବିରୋଧ ସତ୍ତ୍ବେ ତାଙ୍କୁ ଉଠାଇ ନେଇଛି ପୋଲିସ । ମୋ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କରିଥିଲେ ବି କର୍ଣ୍ଣପାତ କରି ନଥିଲା ପୋଲିସ । ରୁଚିକାଙ୍କ ମାଆଙ୍କୁ ଘୋଷାଡି ଘୋଷାଡି ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ରୁଚିକା ଆତ୍ମହତ୍ୟା ଘଟଣା, କଲେଜ ସାମ୍ନାରୁ ମାଆଙ୍କୁ ଘୋଷାଡି ନେଲା ପୋଲିସ

ସକାଳେ ପୋଲିସ ଆସି ସେମାନଙ୍କ ଟେଣ୍ଟ ଭାଙ୍ଗିଥିଲା । ରୁଚିକାଙ୍କ ମାଆକୁ ପୋଲିସ ଘୋଷାଡି ଘୋଷାଡ଼ି ନେଲା ବେଳେ ରୁଚିକାଙ୍କ ମାଆ କହିଛନ୍ତି, ମୋ ଝିଅକୁ ନ୍ୟାୟ ଦେଇପାରିଲେ ନାହିଁ । ଚପାଇ ଦେଲେ ସରକାର । ମୋତେ ରାସ୍ତାରାସ୍ତାରୁ ଉଠାଇ ଦେଉଛନ୍ତି । ମୋ ଝିଅ ଆତ୍ମହତ୍ୟା ପଛରେ ବଡ଼ ବଡ଼ ଲୋକଙ୍କ ହାତ ରହିଥିବା କୋହଭରା କଣ୍ଠରେ କହିଛନ୍ତି ରୁଚିକାଙ୍କ ମାଆ । ଝିଅର ନ୍ୟାୟ ପାଇଁ 10 ଦିନ ହେବ ଖରା ବର୍ଷା ସହି ବସିଥିବା ମାଆର ହୃଦୟ ଫାଟି ଯାଉଛି । ରୁଚିକା ସୁଇସାଇଡ୍‌ ନୋଟରେ ଲେଖିଥିବା ୩ଜଣ ସିନିୟର ଛାତ୍ରୀଙ୍କ ପାଖରେ ପୋଲିସ ପହଞ୍ଚିବାରେ ଅସଫଳ ହୋଇଛି ।

ରୁଚିକାଙ୍କ ମୃତ୍ୟୁକୁ ଆଜି କି 10 ଦିନ ବିତିଲାଣି । ହେଲେ ପୋଲିସ ହାତ ଖାଲି । କଲେଜ ସାମ୍ନାରେ ରୁଚିକାଙ୍କ ଦଶାହ କର୍ମ କରିବାକୁ ବ୍ୟବସ୍ଥା କରୁଥିବା ପରିବାର ଆଜି ପୋଲିସ ଆସି ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି । ଛାତ୍ରୀ ନିବାସରେ ଝିଅର ଆତ୍ମହତ୍ୟା ପରଠୁ ନ୍ୟାୟ ଦାବି କରୁଛନ୍ତି ରୁଚିକାଙ୍କ ମାଆ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.