ETV Bharat / city

ବିନ୍ଦୁସାଗର ବିଶୋଧନ ପ୍ରକଳ୍ପର ଶୁଭାରମ୍ଭ: ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଧନ୍ୟବାଦ, ବିରୋଧି କଲେ ଟାର୍ଗେଟ

author img

By

Published : Jan 9, 2021, 11:41 AM IST

Updated : Jan 9, 2021, 6:35 PM IST

ଆରମ୍ଭ ହେଲା ସ୍ବଚ୍ଛ ବିନ୍ଦୁ ସାଗର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟିତ
ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ବର: ରାଜଧାନୀରେ ଥିବା ଐତିହାସିକ ବିନ୍ଦୁସାଗରର ବିଶୋଧନ ପ୍ରକଳ୍ପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଦୀର୍ଘ 20 ବର୍ଷ ପରେ ଇଣ୍ଡିଆନ ଅଏଲର ସିଏଆର ପାଣ୍ଠିରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କ'ଣ ପାଇଁ ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛନ୍ତି।

ବିନ୍ଦୁସାଗର ବିଶୋଧନ ପ୍ରକଳ୍ପର ଶୁଭାରମ୍ଭ

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ହେଲେ ବିନ୍ଦୁସାଗର ଭଳି ପୁଷ୍କରିଣୀ କାହିଁକି ଅବହେଳିତ ଅଛି ବୋଲି ବୟାନ ବାଜିର କଡା ଜବାବ ଦେଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା। ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଏକାମ୍ର କ୍ଷେତ୍ରର ବିଭିନ୍ନ ଉନ୍ନୟନ କରଣ ପାଇଁ ସ୍ବତନ୍ତ୍ର ଅର୍ଥର ବ୍ୟବସ୍ଥା କରିଛନ୍ତି। ଏହାର ସମସ୍ତ ହିସାବ ଅଶୋକ ପଣ୍ଡା ଦେଇଥିଲେ ଫଳରେ ଏକାମ୍ରକ୍ଷେତ୍ର ବିନ୍ଦୁସାଗର ସ୍ବଚ୍ଛ ପ୍ରକଳ୍ପ କାର୍ଯ୍ୟକ୍ରମ ଏକ ପ୍ରକାର ରାଜନୈତିକ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ପରି ଅନୁଭବ ହେଉଥିଲା।

ବିନ୍ଦୁସାଗରର ସଫେଇ କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ପ୍ରକଳ୍ପ ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି (ଆଇସିଟି)-ଇଣ୍ଡିଆନ ଅଏଲ(ଆଇଓସି) କ୍ୟାମ୍ପସ, ଭୁବନେଶ୍ବର ଏବଂ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନ ( ଓବିସିସି)ର ମିଳିତ ଉଦ୍ୟମରେ ବିନ୍ଦୁସାଗରର ପୁନଃଉଦ୍ଧାର କାର୍ଯ୍ୟ କରାଯିବ । ଦୀର୍ଘଦିନ ଧରି ଅପେକ୍ଷାରେ ଥିବା ଏକାମ୍ର ଷେତ୍ରର ଐତିହ୍ୟ ସମ୍ପନ୍ନ ପୁଷ୍କରିଣୀ ବିନ୍ଦୁ ସାଗରର ସଫେଇ ପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପୁନଃରୁଦ୍ଧାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଷ୍କରିଣୀର ପବିତ୍ର ଜଳ ସ୍ଵଚ୍ଛ ଓ ନିର୍ମଳ ହେବ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହିମା ଓ ଗୌରବର ଗାଥାକୁ ସାରା ବିଶ୍ବରେ ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଇଣ୍ଡିଆନ ଅଏଲ ସହଯୋଗରେ ଏପରି ଏକ ଉଦ୍ୟମ କରାଯାଇଛି । ବିଶେଷ ଜ୍ଞାନକୌଶଳରେ ବିନ୍ଦୁସାଗରରେ ସ୍ବତନ୍ତ୍ର ଅତ୍ୟାଧୁନିକ ଯନ୍ତ୍ରପାତି ଲାଗି ଏଡ଼ିସି ରିଆକ୍ଟର ସହ ୪ଟି ପମ୍ପ ସିଷ୍ଟମ ବିନ୍ଦୁସାଗରର ଚତୁର୍ଦ୍ଦିଗରେ ଅବସ୍ଥାପିତ କରାଯିବ। ଏଥିପାଇଁ ଆଇଓସିଏଲ ୭୦ ଲଷ ଟଙ୍କା ଖର୍ଚ୍ଚ କରିବ ।

1300 ଫୁଟ୍ ଲମ୍ବ ଓ ୭ ଶହ ଫୁଟ୍ ଚଉଡ଼ା ବିଶିଷ୍ଟ ଏହି ପବିତ୍ର ପୁଷ୍କରିଣୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୦୦୭ ମସିହାରେ ବିଏମ୍‌ସି ପକ୍ଷରୁ ଏକ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର କିଛି ସୁଫଳ ମିଳି ପାରିନଥିଲା। ମାତ୍ର କିଛି ଦିନ ପରେ ପୁଣି ଏହି ପୋଖରୀରେ ଦଳ ଭର୍ତ୍ତି ହୋଇଗଲା। ଏହାପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୩ ମସିହାରେ ଦଳ ସଫେଇ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିପାଇଁ ୧ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରଥମେ ଡ୍ରେନେଜ୍ ଡିଭିଜନକୁ ଏହି ଦାୟିତ୍ବ ଦିଆଯାଇଥିଲା ପରେ ଡ୍ରେନେଜ୍ ଡିଭିଜନ ଠାରୁ ଦାୟିତ୍ବ କାଢ଼ି ନିଆଯାଇ ଓଡ଼ିଶା ନିର୍ମାଣ ନିଗମ(ଓସିସି)କୁ ଦିଆଯାଇଥିଲା।

୨୦୧୪ରେ ଓସିସି ସଫେଇ କାମ ସାରିଥିଲା। ସେତେବେଳେ ଏକ ବଡ଼ ମେସିନ୍ ଦ୍ଵାରା ଦଳକୁ ଭିଡ଼ି ବାହାରକୁ ବାହାର କରାଯାଉଥିଲା। ତେବେ ପରେ ପୁଣି ଯେଉଁ କଥାକୁ ସେଇ କଥା ହେଲା । ରକ୍ଷଣାବେକ୍ଷଣ ଅଭାବରୁ ପୁଣି ପୋଖରୀର ଚାରିଆଡ଼େ ଦଳ ଭର୍ତ୍ତି ହୋଇଯାଇଥିଲା। ସେହିପରି ଇଟାକ୍ ଦ୍ଵାରା ବିନ୍ଦୁସାଗର କଡରେ ପାଚେରି ନିର୍ମାଣ କାମ ଚାଲିଥିବାବେଳେ କିଛି ଦିନ ଦଳ ସଫା କାମ କରିଥିଲେ ମାତ୍ର କିଛି କାମ ଦେଲାନାହିଁ । ୨୦୧୫ ମସିହାରେ ପୋଖରୀ ପୁଣି ପୂର୍ବ ଅପରିଷ୍କାର ଅବସ୍ଥାକୁ ଫେରିଥିଲା। ଏବେ ପୁଣି ବିନ୍ଦୁସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ ହୋଇଛି।

ତେବେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଇଓସିଏଲ୍ ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ଭୁବନେଶ୍ଵର ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି ସଫେଇ କାର୍ଯ୍ୟ ଦାୟିତ୍ବ ନେବେ । ପ୍ରଥମେ ବିନ୍ଦୁସାଗର ପାଣି ବିଶୋଧନ କରାଯିବ ଓ ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 9, 2021, 6:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.