ETV Bharat / city

ଅକ୍ଟୋବର 2ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

author img

By

Published : Sep 27, 2022, 9:04 AM IST

ଆସନ୍ତା ଅକ୍ଟୋବର 2ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ସୁପ୍ରିମୋ ଦେଇଛନ୍ତି ଗୁରୁତ୍ୱ । ଅଧିକ ପଢନ୍ତୁ

ଅକ୍ଟୋବର 2ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଅକ୍ଟୋବର 2ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 2ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ସୁପ୍ରିମୋ ଦେଇଛନ୍ତି ଗୁରୁତ୍ୱ । ଏ ନେଇ ବିଜୁ ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ଲେଖିଛନ୍ତି ନବୀନ ।

ଅକ୍ଟୋବର 2ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା
ଅକ୍ଟୋବର 2ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ନବୀନ ଚିଠିରେ ଦର୍ଶାଇଛନ୍ତି ଯେ, ବିଜୁ ଜନତା ଦଳ ଅକ୍ଟୋବର 2 ‘ଗାନ୍ଧୀ ଜୟନ୍ତୀ’ରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର 2 ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର 9 ତାରିଖରେ ଉତ୍କଳମଣୀ ଗୋପବନ୍ଧୁ ଜୟନ୍ତୀ ଏବଂ ଅକ୍ଟୋବର 11 ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ । ଏ ବର୍ଷର ଜନ ସମ୍ପର୍କ ପଦଯାତ୍ରା ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ।

ସହରାଞ୍ଚଳ ଏବଂ ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡ଼ରେ କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ, ବ୍ଲକ ଏବଂ ନଗରାଞ୍ଚଳରେ ଜିଲ୍ଲା ପର୍ଯ୍ୟବେକ୍ଷକ, ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ବିଧାକୟ ପ୍ରାର୍ଥୀ ଏବଂ ଜିଲ୍ଲାସ୍ତରରେ ସମ୍ପୃକ୍ତ ଜିଲ୍ଲା ସଭାପତି ଉପସ୍ଥିତ ରହି ଜନସଂପର୍କ ପଦଯାତ୍ରାକୁ ପୂର୍ବ ପ୍ରାଣରେ ସଫଳ କରାଇବେ । ଦଳର ମହିଳା, ଯୁବ ଏବଂ ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ଶାଖା ତଥା ବିଜେଡିର ଅନ୍ୟାନ୍ୟ ପ୍ରମୁଖ ଦଳୀୟ ସଂଗଠନ ନିଜର ସମସ୍ତ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ସ୍ତରରେ ଏହି ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେବେ ।

ଏହା ସହିତ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏବଂ ଦଳୀୟ କର୍ମୀ ଯେଭଳି ବହୁ ସଂଖ୍ୟାରେ ପ୍ରତ୍ୟେକ ସ୍ଥାନରେ ଯୋଗ ଦିଅନ୍ତି, ତାହା ସୁନିଶ୍ଚିତ କରିବେ । ପଦଯାତ୍ରା ଅବଧି ମଧ୍ୟରେ ପଡ଼ୁଥିବା ପ୍ରମୁଖ ପର୍ବପର୍ବାଣୀ ଦିନ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଏବଂ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସେ ଅଞ୍ଚଳର ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ତଥା ବରପୁତ୍ରମାନଙ୍କର ଫଟୋଚ୍ଚିତ୍ର କିମ୍ବା ପ୍ରତିକୃତିରେ ଶ୍ରଦ୍ଧାଜଳି ଅର୍ପଣ କରାଯାଇ ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।

ପଦଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ପ୍ରତି ଘରେ ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏହା ସହିତ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଜନସେବା ଆଭିମୂଖ୍ୟକୁ ଆହୁରି ବ୍ୟାପକ କରାଯିବ । ନଭେମ୍ବର 2 ତାରିଖରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହିବେ ।

ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବେ । ଏହା ସହିତ ରାଜ୍ୟର ଉନ୍ନତି ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟକରିବା ପାଇଁ ସମୁହ ଶପଥ ଗ୍ରହଣ ପୂର୍ବକ ଏହି ମାସବ୍ୟାପୀ ପଦଯାତ୍ରାର ପରିସମାପ୍ତି କରାଯିବ । ଏ ସମସ୍ତ କାର୍ଯ୍ୟ କିଭଳି ସୁଚାରୁରୂପେ ପ୍ରତ୍ୟେକ ସ୍ତରରେ ସଂପନ୍ନ ହେଲା, ତା’ର ସବିଶେଷ ବିବରଣୀ ଜଣାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.