ETV Bharat / city

BJD Foundation Day: ସେଦିନର ନବୀନ, ଆଜି ପ୍ରବୀଣ ରାଜନେତା - ବିଜୁ ଜନତା ଦଳ ଗଠନ

ବିଜୁ ଜନତା ଦଳ (Biju Janata Dal) ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରୁ, ଜିଲ୍ଲା, ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ମଧ୍ୟ ପାଳନ କରୁଛି ଦଳ । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ନେତା କର୍ମୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Bjd Foundation day:
Bjd Foundation day:
author img

By

Published : Dec 26, 2021, 7:01 AM IST

ଭୁବନେଶ୍ବର: ୨୫ ବର୍ଷରେ ପାଦ ଦେଲା ବିଜୁ ଜନତା ଦଳ (Biju Janata Dal) । ଦଳ ଆଜି ପାଳନ କରୁଛି ୨୫ ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସକୁ ରାଜ୍ୟସ୍ତରରୁ, ଜିଲ୍ଲା, ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ମଧ୍ୟ ପାଳନ ଚାଲିଛି । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ନେତା କର୍ମୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଶୃଙ୍ଖଳା, ସେବା, ନିଷ୍ଠା, ଦଳୀୟ କର୍ମକର୍ତ୍ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ କରିଥିଲେ ପ୍ରଶଂସା ।

ବର୍ଷ ୧୯୯୭ ଆଜିରେ ଦିନରେ ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) ଙ୍କ ଦେହାନ୍ତ ପରେ ତାଙ୍କର ଲିଗାସି (ପଦାଙ୍କ)କୁ ଆଗକୁ ବଢାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ପୁତ୍ର ଭାବେ ନବୀନ ଦଳର ନେତୃତ୍ବ ନେଇ ଦଳକୁ ଦେଇଛନ୍ତି ଶ୍ରେଷ୍ଠ ନେତୃତ୍ବ । ଆଉ ଦଳ ଲଗାତାର ୨୨ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟକୁ ଶାସନ କରୁଛି ।

ବିଜେଡି ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ସତ । ହେଲେ ଏହା ଦଳ ପାଇଁ ସାଧାରଣ ପ୍ରତିଷ୍ଠା ଦିବସ ନୁହେଁ । କାରଣ ଏହି ସ୍ଥାନକୁ ଦଳ ପହଞ୍ଚିବା ପାଇଁ ଅତୀତରେ ସଂଘର୍ଷ, ସଂଗ୍ରାମ ଓ ଅନେକ ପରିଶ୍ରମ କରିଛି । ଭାରତ ବର୍ଷରେ ଅନେକ ରାଜନୈତିକ ରେକର୍ଡ ପ୍ରତିଷ୍ଠା କରିଛି । ନିର୍ବାଚନୀ ପାଇଁ ରାଜନୈତିକ ପଣ୍ଡିତଙ୍କ ଗଣନା, ପୂର୍ବାନୁମାନ ଓ ଆକଳନକୁ ଭୁଲ ପ୍ରମାଣିତ କରିଛି ନବୀନଙ୍କ ରଣନୀତି । ଯାହା ରାଜ୍ୟରେ ଦଳ ନିରଙ୍କୁଶ କ୍ଷମତା ଉପଭୋଗ କରୁଛି ।

ଦଳକୁ ମିଳିଛି ରାଜ୍ୟବାସୀଙ୍କ ବଳ

୧୯୯୭ ମସିହା ଆଜିର ଦିନରେ ଯେତେବେଳେ ବିଜେଡି ସ୍ବର୍ଗତ ବିଜୁ ବାବୁଙ୍କ ନୀତି ଆଦର୍ଶ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଗଠନ ହୋଇଥିଲା । ସେତେବେଳେ କେହି କେବେ ଚିନ୍ତା କରିନଥିବେ ଯେ ଦଳ ରାଜ୍ୟକୁ ୨ ଦଶନ୍ଧୀରୁ ଅଧିକ ସମୟ ଲଗାତାର ଶାସନ କରିବ । ରାଜନୀତିର ଅ’ ଅକ୍ଷର ଜାଣିନଥିବା ନବୀନ ଯେ ଜଣେ ଚର୍ଚ୍ଚିତ ରାଜନେତାରେ ପରିଣତ ହେବେ ଓ ତାଙ୍କର ଗୋଟିଏ ଗୋଟିଏ ନିଷ୍ପତ୍ତି ବିରୋଧୀଙ୍କୁ ସଫା କରିଦେବ ଆଉ ବିଜେଡି ଅଧିକ ଶକ୍ତିଶାଳୀ ହେବ ତାହା ମଧ୍ୟ କଳ୍ପନା ବାହାରେ ଥିଲା । ଏହି ୨୫ ବର୍ଷର ଯାତ୍ରାରେ ଦଳ ଲଗାତାର ୫ଟି ବିଧାନସଭା ନିର୍ବାଚନ ଜିତିବା ସହ ଓଡିଶାର ବିକାଶକୁ ତରାନ୍ବିତ କରିଛି । ଆଉ ପ୍ରତିଥର ଦଳକୁ ରାଜ୍ୟବାସୀଙ୍କ ସମର୍ଥନ ବଢିବାରେ ଲାଗିଛି ।

ନବୀନଙ୍କ ଜୟଯାତ୍ରା

୧୯୯୭ ମସିହା ଆଜିର ଦିନରେ ବିଜେଡି ଗଠନ ହୋଇଥିଲା । ହେଲେ ଦଳକୁ ୨୦୦୦ ମସିହାରେ ମିଳିଥିଲା କ୍ଷମତା । ୨୦୦୦ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ କରି ପ୍ରଥମ ଥର ୮୪ ଟି ବିଧାନସଭା ଆସନରେ ନିର୍ବାଚନ ଲଢିଥିଲା । ଆଉ ୬୮ ଟି ଆସନରେ ବିଜୟୀ ହୋଇ ମେଣ୍ଟ ସରକାରର ନେତୃତ୍ବ ନେଇଥିଲେ ନବୀନ । ଆଉ ପ୍ରଥମ ଥର ୫ ମାର୍ଚ୍ଚ ୨୦୦୦ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ । ୨୦୦୪ ମସିହାରେ ହୋଇଥିବା ତ୍ରୟୋଦଶ ବିଧାନସଭା ନିର୍ବାଚନରେ ପୁଣି ବିଜେଡି ୮୪ ଆସନରେ ପ୍ରତିଦ୍ବନ୍ଦିତା କରି ୬୧ ଟି ଆସନରେ ବିଜୟୀ ହୋଇଥିଲା। ନବୀନ ପୁଣି ୧୬ ମେ ୨୦୦୪ ରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ । କିନ୍ତୁ ୨୦୦୯ ଚତୁର୍ଦ୍ଦଶ ବିଧାନସଭା ନିର୍ବାଚନ ପୂର୍ବରୁ ବଦଳିଯାଇଥିଲା ରାଜ୍ୟ ରାଜନୀତିର ସମୀକରଣ । ଏନଡିଏରୁ ବାହାରି ଆସିଥିଲ ବିଜୁ ଜନତା ଦଳ । ଏକାକି ୨୦୦୯ ବିଧାନସଭା ନିର୍ବାଚନ ଦଳ ଲଢିବ ବୋଲି ଘୋଷଣା କରନ୍ତି ନବୀନ । ଆଉ ଦଳ ୧୨୯ ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ଅବଶିଷ୍ଟ ଆସନ ନୂଆ ସହଯୋଗୀଙ୍କୁ ଛାଡିଦେଇଥିଲା । ହେଲେ ସେହି ନିର୍ବାଚନରେ ନବୀନ କରିଥିଲେ କିଛି ଚମତ୍କାରିତା । ପ୍ରଥମ ଥର ପାଇଁ ବିଜେଡି ଆସନ ସଂଖ୍ୟାରେ ମାରିଥିଲା ସେଞ୍ଚୁରି । ପୁଣି ୨୦୧୪ ପଞ୍ଚଦଶ ନିର୍ବାଚନରେ ଦଳ ପ୍ରଥମ ଥର ୧୪୭ ଆସନରେ ନିର୍ବାଚନ ଲଢି ପାଇଥିଲା ବିପୁଳ ସଫଳତା । ୧୧୭ ଟି ଆସନରେ ବିଜୟୀ ହୋଇ ଜାତୀୟ ରାଜନୀତିରେ ଛାଇ ଯାଇଥିଲେ ନବୀନ । ଆଉ ୨୦୧୯ ଷୋଡଶ ବିଧାନସଭାରେ ନବୀନ ମାରିଥିଲେ ହ୍ୟାଟ୍ରିକ ସେଞ୍ଚୁରି । ଦଳ ୧୧୨ ଆସନରେ ବିଜୟୀ ହୋଇଥିବା ବେଳେ ପଞ୍ଚମ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରୁଛନ୍ତି ।

ସଫଳତା ପଛର ରହସ୍ୟ ...

ଜୀବନର ପ୍ରଥମ ପାଞ୍ଚ ଦଶନ୍ଧୀ ଆତ୍ୟାଧୁନିକ ଜୀବନ ବିତାଇଥିବା ନବୀନ ମୁଖ୍ୟମନ୍ତ୍ରୀ ହେବା ବେଳକୁ ରାଜନୀତିରେ ଥିଲେ ନବାଗତ । ହେଲେ ନବୀନ ଯେ ଜଣେ ଚତୁର ଓ ପ୍ରବୀଣ ରାଜନେତା ତାହା ବିରୋଧୀ ମଧ୍ୟ ସ୍ବୀକାର କରୁଛନ୍ତି । ନବୀନଙ୍କୁ ଆହ୍ବାନ ଦେଲା ଭଳି ନେତା ଦଳରେ ସୃଷ୍ଟି ହେଲେ ତୁରନ୍ତ ଆକ୍ସନ ନେଇ ନବୀନ ଶକ୍ତବାର୍ତ୍ତା ଦେଇଆସିଛନ୍ତି ଯେ ତାଙ୍କ ବ୍ୟତୀତ ଦଳରେ ଆଉ କାହାର ହୁକୁମ ଚାଲିବ ନାହିଁ । ନବୀନଙ୍କ ଏହି ଲମ୍ବା ରାଜନୈତିକ ସଫଳତା ପଛରେ ରହିଛି , ସ୍ଥିର ନେତୃତ୍ବ, ଲୋକାଭିମୁଖି ଯୋଜନା, ବିରୋଧୀଙ୍କୁ ସଠିକ ମୁକାବିଲା, ନିରନ୍ତର ବିକାଶ, ମହିଳା ସଶକ୍ତି କରଣ ପ୍ରମୁଖ ।

ଯୋଜନାର ସଠିକ ପ୍ରଚାର ପ୍ରସାର...

ନବୀନଙ୍କ ଗୋଟିଏ ବଡ ମାଇଲେଜ ହେଉଛି ବିଜୁ ବାବଙ୍କ ସ୍ବପ୍ନ । ସେହି ଆଧାରରେ ଦଳ ଭୋଟ ମାଗୁଛି । ଆଉ ଗତ ୨୦ ବର୍ଷର ମୁଖ୍ୟମନ୍ତ୍ରୀତ୍ବ କାଳରେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ନବୀନ ଏକ ସୁରକ୍ଷିତ ଭୋଟ ବ୍ୟାଙ୍କ ସୃଷ୍ଟି କରିପାରିଛନ୍ତି । ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ, ବିଜୁ କୁଡିଆ, ବିଜୁ ଏକ୍ସପ୍ରେସ, ବିଜୁ ଜ୍ୟୋତି, ବିଜୁ ଗ୍ରାମ୍ୟ ରାସ୍ତା, ମମତା, ମହାପ୍ରାୟାଣ, ହରିଶ୍ଚନ୍ଦ୍ର, ସର୍ବକ୍ଷମା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ, ଖୁସି, ଆହାର, ମୁଖ୍ୟମନ୍ତ୍ରୀ ମେଧାବୀ, ବସୁଧା, କାଳିଆ, ବଳରାମ, ବିଜୁ କନ୍ୟାରତ୍ନ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା, କଳିଙ୍ଗ ଶିକ୍ଷା ସାଥୀ, ନିରାମୟ, ବିଜୁ ଗାଁ ଗାଡି, ବସୁନ୍ଧରା, ମୋ ଜମି ମୋ ଡିହ, ମୋ ଜାଗା ଭଳି ଯୋଜନା ରୂପାୟନ କରି ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମର୍ଥନ ପାଇବାରେ ସଫଳତା ପାଇଛନ୍ତି । ତେବେ ଯୋଜନାରୁ କେତେ ଲୋକ ଲାଭାନ୍ବିତ ହୋଇଛନ୍ତି ତାହା ଭିନ୍ନ କଥା । କିନ୍ତୁ ଯୋଜନାର ପ୍ରଚାର ପ୍ରସାର କରି ସରକାର ସଫଳତା ପାଇବାରେ ସଫଳ ହୋଇଛନ୍ତି ।

ବିଶ୍ବସ୍ତଙ୍କୁ ଦେଇଛନ୍ତି ବିଦାୟ...

୧୯୯୭ ମସିହା ଆଜିର ଦିନରେ ବିଜେଡି ଗଠନ ବେଳେ ଯେଉଁମାନଙ୍କ ପ୍ରମୁଖ ଭୂମିକା ଥିଲା ସେମାନେ ଆଜି ଦଳରୁ ବାହାରେ ଅଛନ୍ତି । ଆଉ ଯେଉଁ କିଛି ଜଣ ଦଳରେ ଅଛନ୍ତି ସେମାନଙ୍କ ଭୂମିକା ଦଳରେ ବର୍ତ୍ତମାନ ନାହିଁ । ଦଳୀୟ ଶୃଙ୍ଖଳା ହେଉକି ନବୀନଙ୍କ ସମକକ୍ଷ ହେବାକୁ ପ୍ରୟାସ ଯିଏ ବି କରିଛି ତାଙ୍କୁ ନବୀନ ଦଳର ବିଦାୟ ଦେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଶ୍ରାକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଦାମୋଦର ରାଉତ, ପ୍ରଫୁଲ୍ଲ ଘଡାଇ ଭଳି ନେତା ଅଛନ୍ତି ।

କ୍ୟାଡର ଭିତ୍ତିକ ପାର୍ଟି ପାଇଁ ପ୍ରୟାସ

ବିଜୁ ଜନତା ଦଳ ଗଠନରେ ଏହାରି ମଧ୍ୟରେ ୨୫ ବର୍ଷ ପୂରଣ କରିଛି । ବିଜେପି ଭଳି ବିଜେଡିକୁ ମଧ୍ୟ କ୍ୟାଡର ଭିତ୍ତିକ ପାର୍ଟିରେ ପରିଣତ କରିବା ପାଇଁ ଉଦ୍ୟମ ହୋଇଛି । ଏଥିପାଇଁ କିଛି ବର୍ଷ ହେଲା ଦଳରେ କିଛି ନୂଆ ପଦବୀ ସୃଷ୍ଟି କରିଛନ୍ତି ନବୀନ । ଯେଉଁଥିରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସଂଗଠନ ସମ୍ପାଦକ ଭାବେ, ସଞ୍ଜୟ ଦାସ ବର୍ମାଙ୍କୁ ଦଳୀୟ ମୁଖ୍ୟାଳୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ଦଳରେ ସୃଷ୍ଟି ହୋଇଛି ଏକାଧିକ ୱିଙ୍ଗ...

ନବୀନ ଖାଲି ଦଳ ଗଠନ କରି ଶାସନ କରୁନାହାଁନ୍ତି । ଦଳକୁ ସୁଦୃଢ କରିବା ପାଇଁ ଅଧିକରୁ ଅଧିକ ୱିଙ୍ଗ(ଶାଖା) ଛାମୁଆ ସଂଗଠନ ସୃଷ୍ଟି କରିଛନ୍ତି । ଯେଉଁଥିରେ ରହିଛି ବିଜୁ ଯୁବ ଜନତା ଦଳ,ବିଜୁ ମହିଳା, ବିଜୁ ଛାତ୍ର, ବିଜୁ ଶ୍ରମିକ ସାମ୍ମୁଖ୍ୟ, ବିଜୁ କୃଷକ ଜନତା ଦଳ ଭଳି ଛାମୁଆ ସଂଗଠନ ଦଳରେ କାମ କରୁଛି ।

ଜାତୀୟ ରାଜନୀତିରେ ନବୀନ ...

ନବୀନଙ୍କ ପ୍ରଭାବ ଖାଲି ରାଜ୍ୟ ରାଜନୀତିରେ ସୀମିତ ନାହିଁ । କେନ୍ଦ୍ରରେ ଯେତେବେଳେ ଯେଉଁ ସରକାର ଆସିଲା ସଠିକ ତାଳମେଳ ରଖି ନବୀନ ଆଗକୁ ବଢୁଛନ୍ତି । ଏହା ବିଭିନ୍ନ ଜାତୀୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମର୍ଥନ ଦେଇ ବଡ ସଂକେତ ଦେଇଥାନ୍ତି । ସମ୍ବିଧାନର ମୁଖବନ୍ଧରେ ଅହିସାଂ ଶବ୍ଦ ହେଉ କି, ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ । ସବୁଥିରେ ନବୀନ କିଛି ବଡ ରଣନୀତି କରିଥାନ୍ତି । ଏହାସହ ୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ଦେଶର ବରିଷ୍ଠ ରାଜନେତା ଦିବଂଗତ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ଜାତୀୟ ରାଜନୀତିରେ ବଡ ଗୋଟି ଚାଳନା କରିଥିଲେ ।

ଏହାରି ଭିତରେ ବିଜେଡିର ବୟସ ବଢିବା ସହ ଶାସକ ଦଳ ଆହୁରି ପରିପକ୍ବ ହେଉଛି । ନୂଆ ନୂଆ ସରକାରୀ ଯୋଜନା, ବିଭିନ୍ନ କାର୍ଯ୍ୟକ୍ରମ, ଜାତୀୟ ଆନ୍ତର୍ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡି ଓ ନବୀନ ପଟ୍ଟନାୟକ ଆହୁରି ଶକ୍ତିଶାଳୀ ହେଉଛନ୍ତି । ଏହାସହ ଲମ୍ବା ରାଜନୈତିକ ଯାତ୍ରା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଆଜି ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ନବୀନ ଦଳୀୟ ନେତା କର୍ମୀଙ୍କ ପାଇଁ କିଛି ଘୋଷଣା କରିବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.