ETV Bharat / city

ବିଜେପୁର ବ୍ୟାଟେଲ, ପ୍ରାର୍ଥୀ ଚୟନ ସବୁଦଳ ପାଇଁ ଚ୍ୟାଲେଞ୍ଚ

ବିଜେପୁରରେ କାହାର ଉଡିବ ବିଜୟ ବାନା ? କିଏ ପିନ୍ଧିବେ ବିଜୟ ମୁକୁଟ ? ଶଙ୍ଖ ପୁଣି ବାଜିବ ନା ପଦ୍ମ ଫୁଟିବ ? କି ଗଡ ଫେରିପାଇବ କଂଗ୍ରେସ । ଶନିବାର ବିଜେପୁର ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତଙ୍କ ଫୋକସରେ ବିଜେପୁର ବ୍ୟାଟେଲ ।

author img

By

Published : Sep 21, 2019, 8:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ଦେଖିବ ଆଉ ଏକ ହାଇ ଭୋଲଟେଜ ଉପ-ନିର୍ବାଚନ । ଲଢେଇ ହେବ ପତିଆରାର । ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିବ ଶବ୍ଦର ଆକ୍ରମଣ । ନେତା ଖୋଲିବେ ପ୍ରତିପକ୍ଷଙ୍କ ଦୋଷ ଦୁର୍ବଳତା । ବିଜୟ ପାଇଁ ଚାଲିଛି ସମର ସଜ୍ଜା । ରଣକ୍ଷେତ୍ରରେ ନେତା କରୁଛନ୍ତି ଗୋଟି ଚାଳନା । ଆଉ ଏହାରି ଭିତରେ ଘୋଷଣା ସରିଛି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଶୀଘ୍ର ଘୋଷଣା । ଆସନ୍ତା 21 ତାରିଖରେ ମତଦାନ ହେବାକୁ ଥିବା ବେଳେ 24ରେ ହେବ ଫଳାଫଳ ଘୋଷଣା ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ ? କିଏ ହେବ ପ୍ରାର୍ଥୀ ଏବଂ କଣ ରହିବ ରଣନୀତି ତାକୁ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କ କଶାକଷି । ନିର୍ବାଚନ ପ୍ରସ୍ତୁତିରେ ଶାସକ ଦଳ ଆଗରେ ଥିବା ବେଳେ ଦଳ ନିଯୁକ୍ତ କରି ସାରିଛି ସମନ୍ବୟ କମିଟି । ଆଜି ତାରିଖ ଘୋଷଣା ହେଉ ହେଉ ସମନ୍ବୟ କମିଟିରେ ଥିବା ସଞ୍ଜୟ ଦାସବର୍ମା କହିଛନ୍ତି ଆସନ୍ତା 2ଦିନ ମଧ୍ୟରେ ଦଳ ପ୍ରାର୍ଥୀ ଘୋଷଣା କରିବ । ତେବେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ଚାଲିଛି ଏବେ ଅଙ୍କକଷା । ପ୍ରାର୍ଥୀ ଦୌଉଡରେ ଏବେ ପୂର୍ବତନ ବିଧାୟିକ ରୀତା ସାହୁଓ ତାଙ୍କ ପୂତ୍ର ଆଗରେ ଥିବାବେଳେ ପ୍ରସାଶକରୁ ନେତା ହୋଇଥିବା ତଥା ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ନଳୀନି ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ବିଜେପିରୁ ଆସି ବିଡେଜିରେ ମିଶିଥିବା ପ୍ରଭାତ ଆଦିତ୍ବ ମିଶ୍ର ଓ ସୁବାଷ ଚୌହାନ ଏବେ ଥଇଥାନ ହୋଇସାରିଛନ୍ତି । ପ୍ରଭାତ ଆପିକଲ ଅଧ୍ୟକ୍ଷ ହୋଇଥିବା ବେଳେ ସୁବାଷଙ୍କୁ ମିଳିଛି ଗୁରୁତ୍ବ ପୂର୍ଣ୍ଣ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ । ଏହି ଦୃଷ୍ଟିରୁ ରୀତା ସାହୁ ହିଁ ଦଳର ପ୍ରାର୍ଥୀ ଏକ ପ୍ରକାର ଚୂଡାନ୍ତ ।

ସେହି ଭଳି ବିଜେପି ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ବର ସହ ଲଢିବାକୁ ପ୍ରସ୍ତୁତ ହୋଇଛି । ଗତ ନିର୍ବାଚନରେ ଦଳର ବିଜେପୁର ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ମୁଖ୍ୟ ଦାବିଦାର ଅଛନ୍ତି । ସନତ ପରାଜିତ ହୋଇଛନ୍ତି ସତ କିନ୍ତୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି କଡା ଚ୍ୟାଲେଞ୍ଚ ଦେଇଛନ୍ତି ଶାସକ ଦଳକୁ । ହେଲେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଆଖେଇଛନ୍ତି ପଦ୍ମପୁରର ପରାଜିତ ପ୍ରାର୍ଥୀ ତଥା ଦଳର ତୁଣ୍ଡ କୁହାଯାଉଥିବା ପ୍ରଦୀପ ପୁରୋହିତ । ହେଲେ ସନତଙ୍କୁ ଦଳ ଅଣଦେଖା କରିନପାରେ ।

ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଆସନରେ ନିଜର ଅସ୍ତିତ୍ବ ଜାହିର କରିବାକୁ ଉଦ୍ୟମ କରିବ । ସମୟ ଥିଲା ବିଜେପୁର ଦଳର ଗଡଥିଲା । ହେଲେ ଏବେ ନେତାଶୂନ୍ୟ ହେବା ଅବସ୍ଥାରେ । 2018 ଉପ-ଉପନିର୍ବାଚନରେ ଦଳର ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ଏବେ ବିଜେଡିରେ । ଏହି ଦୃଷ୍ଟିରୁ ରିପୁନାଥ ସେଠ କିମ୍ବା ତାଙ୍କ ପୁତ୍ରଙ୍କ ଦଳ ମୈଦାନକୁ ଆଣିପାରେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ବାଜି ସାରିଛି ବିଗୁଲ। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ହେବ ବୋଲି ହୋଇଛି । ନିର୍ବାଚନ ତାରିଖ ଘେଷଣା ହେବା ପରେ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କିଏ ହେବେ ପାର୍ଥୀ ଏବଂ କଣ ରହିବ ରଣନୀତି ତାକୁ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ ଅଙ୍କ କଶାକଷି ।
ଆଉ ମାସକ ପରେ ହେବ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିବା ସହ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ଅନ୍ୟପକ୍ଷରେ କିଛିଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ୪ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି। କମିଟିର ୨ ଜଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କୁ ସ୍ଥାନ ମିଳିଛି। ସେହିଭଳି ଦଳର ଦୁଇ ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା କଳିକେଶ ନାରାୟଣ ସିଂହଦେଓ ଅଛନ୍ତି।

Body:ଏନେଇ ସଞୟ ସୂଚନା ଦେଇ କହିଛନ୍ତି ଯେ,ଦୁଇଦିନ ଭିତରେ ନିଷ୍ପତ୍ତି ହେବ ।ପାର୍ଥୀ କିଏ ହେବେ ।କମିଟି ବୈଠକ ବସିବ ୨ଦିନ ଭିତରେ ।ରଣନୀତି ସମ୍ପର୍କରେ ମଧ୍ୟ ପୂର୍ଣ୍ଣାଙ୍ଗ ରେ ଆଲୋଚନା ହେବ ।ଏହା ସହକେଉଁ ବ୍ଲକ ରେ କିଏ ରହିବ ନିଷ୍ପତ୍ତି ହେବ ।ଯେତକ ଉପ ନିର୍ବାଚନ ହୋଇଛି ।ଆମେ ସିରିୟସ ଭାବେ ନିର୍ବାଚନ ଲଢୁ ।ବିଜେପୁର ର ଅନେକ ବିକାଶ ହୋଇଛି ।ବିଜେପୁର ବାସୀ ଆମକୁ ଆର୍ଶିବାଦ କରିବେ ବୋଲି କହିଛନ୍ତି ଦାସବର୍ମା ।ବିଜୟ ସୁନିଶ୍ଚିତବୋଲି କହିଛନ୍ତି ସଞୟ ଦାସବର୍ମା ।
ହେଲେ ବିଜେଡିରୁ କିଏ ପାର୍ଥୀ ହେବା ପାଇଁ ତିନି ଜଣ ଆଶାୟୀ ରହିଛନ୍ତି ପ୍ରଥମ ରେ ରିତା ସାହୁ ରହିଥିବା ବେଳେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି ।ପ୍ରଭାତ ଆଦିତ୍ୟ ମିଶ୍ର ମଧ୍ୟ ଆଶାୟୀ ରହିଛନ୍ତି ।କିନ୍ତୁ କିଛିଦିନ ତେଳ ତାଙ୍କୁ ଆପିକଲ୍ ର ଚେୟାରମ୍ୟାନ ଦାଇତ୍ଵଦିଆଯାଇଛି ।କିନ୍ତୁ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହେବା ଥୟ ବୋଲି ଚର୍ଚ୍ଚା ଜୋର ଧରିଛି।ରୀତା ସାହୁ ବିଜେପୁର ଅଞ୍ଚଳରେ ଆୟୋଜିତ ହେଉଥିବା ବିଭିନ୍ନ ସଭା ସମିତି ଲୋକଙ୍କ ନିକଟତର ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Conclusion:ସେପଟେ ଭାରତୀୟ ଜନତା ପାର୍ଟି। ବିଜେପି ନଜରରେ ମଧ୍ୟ ବିଜେପୁର ଆସନ ରହିଛି। ଇତିମଧ୍ୟରେ ବିଜେପୁର ଉପ-ନିର୍ବାଚନରେ କିଏ ହେବେ ବିଜେପି ପ୍ରାର୍ଥୀ ସେ ନେଇ ଚାଲିଛି ଆଲୋଚନା। ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଲଢିଥିଲେ। ସାଧାରଣ ନିର୍ବାଚନରେ ଲଢିଥିଲେ ସନତ ଗଡ଼ତିଆ।ଏବଂ ପଦ୍ମପୁର ଆସନରୁ ଲଢି ପରାଜିତ ହୋଇଥିବା ପ୍ରଦୀପ ପୂରୋହିତ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି ।ଏମାନଙ୍କ ଭିତରୁ ପାର୍ଥୀ କରିବ ନା ନୂଆ ଚେହେରା ଦେବ ତାହା ଦଳ ଉପରେ ନିର୍ଭର ।କିନ୍ତୁ ସନତ ଗଡତିଆ ସାଧାରଣ ନିର୍ବାଚନରେ ୫୦ ହଜାର ଭୋଟ ପାଇଥିବା ରୁ ତାଙ୍କୁ ଦଳ ମଇଦାନକୁ ଓହ୍ଲେଇ ପାରେ ।
ଯେହେତୁ ବିଜେପୁର କୁ ମୁଖ୍ୟମନ୍ତ୍ରୀ ଠକିଛନ୍ତି ସେଠାରେ ବିଜେପି ବିଜୟ ହାସଲ କରିବା ବୋଲି କହିଛନ୍ତି ବସନ୍ତ ପଣ୍ଡା ।
ସେପଟେ କଂଗ୍ରେସ କାହାକୁ ଟିକେଟ ଦେବ ସେନେଇ ଦଳ ପକ୍ଷରୁ ଚାଲିଛି ମାରାଥନ ବୈଠକ। ଏହାରି ଭିତରେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ରିପୁନାଥ ସେଠ୍ ପୁଣି ଥରେ ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡିଛନ୍ତି। ଉପ-ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଣୟ ସାହୁ ଏବେ ବିଜେଡି ରେ ମିଶିଛନ୍ତି ।ତେଣୁ କଂଗ୍ରେସ ରିପୁନାଥ୍ ସେଠ୍ କିମ୍ବା ତାଙ୍କ ପୁଅ ଅଭିଷେକ ସେଠ୍ ଙ୍କୁ ପାର୍ଥୀ କରିପାରେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.