ETV Bharat / city

ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ବେବିନାରୁ ମମିତା...ପୁଣି ଦୋହଲିଲା ଓଡିଶା

author img

By

Published : Oct 20, 2021, 9:29 PM IST

Updated : Oct 21, 2021, 9:41 AM IST

ମମିତା ମେହେରଙ୍କ ହତ୍ୟା ଘଟଣା ରାଜ୍ୟର ମହିଳା ବିରୋଧୀ ଅପରାଧରେ ଯୋଡିଛି ଆଉ ଏକ କଳା ଫର୍ଦ୍ଦ । ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଅନେକ ଘଟଣା ଘଟିଛି । ଜଳିଛି ମହମବତୀ । ତେଜିଛି ରାଜନୀତି । ପୁଣି ସବୁକିଛି ଥମିଯାଇଛି । ଆଉ ଶେଷରେ ନ୍ୟାୟ ଅପେକ୍ଷାରେ ଆଖିବୁଜିଦେଇଛନ୍ତି ରାଜ୍ୟର ଅନେକ ନିର୍ଭୟା ! ଅଧିକ ପଢନ୍ତୁ...

ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ବେବିନାରୁ ମମିତା...ପୁଣି ଦୋହଲିଲା ଓଡିଶା
ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ବେବିନାରୁ ମମିତା...ପୁଣି ଦୋହଲିଲା ଓଡିଶା

ଭୁବନେଶ୍ବର: ମର୍ଡର ମିଷ୍ଟ୍ରୀ ଓ ସସପେନ୍ସ । ସୈତାନଙ୍କ ମାୟାଜାଲରେ ଛନ୍ଦି ହେଉଛନ୍ତି ମହିଳା । ଆଉ ତା'ପରେ ହତ୍ୟାର ଶିକାର । ଷଡଯନ୍ତ୍ରର ସୂତାଖିଅକୁ ଖୋଜି ପାଉନି ପୋଲିସ । ବାଟ ହୁଡୁଛି ଆଇନ । ସାମ୍ନାକୁ ଆସିପାରୁନି ରହସ୍ୟର ପ୍ରକୃତ କାରଣ । ଘଟଣାର ପର୍ଦ୍ଦାଫାସ ହୋଇପାରୁନଥିବାବେଳେ ପୋଲିସ ଫାଇଲ ତଳେ ଚାପି ହୋଇ ରହିଯାଉଛି ଅସଂଖ୍ୟ ମାମଲା ।

ମମିତା ମେହେରଙ୍କ ହତ୍ୟା ଘଟଣା ରାଜ୍ୟର ମହିଳା ବିରୋଧୀ ଅପରାଧରେ ଯୋଡିଛି ଆଉ ଏକ କଳା ଫର୍ଦ୍ଦ । ରାଜ୍ୟରେ ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଅନେକ ଘଟଣା ଘଟିଛି । ଜଳିଛି ମହମବତୀ । ତେଜିଛି ରାଜନୀତି । ପୁଣି ସବୁକିଛି ଥମିଯାଇଛି । ଆଉ ଶେଷରେ ନ୍ୟାୟ ଅପେକ୍ଷାରେ ଆଖିବୁଜି ଦେଇଛନ୍ତି ରାଜ୍ୟର ଅନେକ ନିର୍ଭୟା !

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଏବେ ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ । ଷଡଯନ୍ତ୍ର ଆଧାରରେ ମମିତାଙ୍କ ହତ୍ୟା କରାଯାଇଥିବା ଗୁମର ଖୋଲିଛି ଗୋବିନ୍ଦ । ତେବେ ଘଟଣାରେ ରାଜ୍ୟସରକାରଙ୍କ 2 ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହେଉଛି । ମମିତାଙ୍କ ହତ୍ୟା ଏବେ ପୁଣି ଥରେ ଇତିଶ୍ରୀ, ବେବିନା, କୁନ୍ଦୁଲି ଓ ସ୍ମିତାରାଣୀଙ୍କ ଓ ମାଧବୀଲତା ମାମଲାର ପୁନରାବୃତ୍ତି କରିଛି । ତେବେ ନଜର ପକାନ୍ତୁ ରାଜ୍ୟରେ ପୂର୍ବରୁ ଘଟିଥିବା କିଛି ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସମ୍ପର୍କରେ...

ଇତିଶ୍ରୀ ହତ୍ୟାକାଣ୍ଡ

୨୦୧୩ ଅକ୍ଟୋବର ୨୭ ରାତି । ସ୍କୁଲ ପରିସର ପ୍ରକୋଷ୍ଠରେ ନିଆଁରେ ପୋଡି ହୋଇ ଚିତ୍କାର କରୁଥିଲେ ଶିକ୍ଷୟିତ୍ରୀ ଇତିଶ୍ରୀ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଇତିଶ୍ରୀଙ୍କୁ ପୋଡି ମାରିଦିଆଯାଇଥିବା ଅଭିଯୋଗ ଗମ୍ଭୀର ରୂପ ନେବାରୁ ରାଜ୍ୟ ସରକାର ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଜିଲ୍ଲା କଣାସ ଅଞ୍ଚଳର ଇତିଶ୍ରୀ ରାୟଗଡ଼ା ଟିକିରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କୁ ବିଭିନ୍ନ ସମୟରେ ବିଦ୍ୟାଳୟ ନିରୀକ୍ଷକ ନେତ୍ରାନନ୍ଦ ଦଣ୍ଡସେନା ନିର୍ଯାତନା ଦେଇଆସୁଥିବା ନେଇ ଅଭିଯୋଗ କରିଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୫ ଅଗଷ୍ଟ ୩ରେ ସିବିଆଇ ତଦନ୍ତ ଶେଷ କରି ଅଦାଲତରେରେ ଦାଖଲ କରିବା ପୂର୍ବରୁ ଏହି ଘଟଣାର ଅଧିକ 6 ମାସ ସମୟ ମାଗିଥିଲା । ହେଲେ ତିନି ମାସ ସମୟ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇବାରୁ ସର୍ବୋଚ୍ଚକୋର୍ଟ ତାହାକୁ ଅଗ୍ରାହ୍ୟ କରିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ଦେହ ବ୍ୟକ୍ତକରି ସୁପ୍ରିମକୋର୍ଟ ଶେଷରେ ୨୦୧୫ ଜାନୁଆରୀ ୨୦ରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇର ସ୍ବତନ୍ତ୍ର ଏସଆଇଟି ଟିମ୍‌ ୨୦୧୫ ଫେବୃଆରୀ ୨୫ରେ ମାମଲାର ତଦନ୍ତ ଆରମ୍ଭ କରିଥିଲେ ।

ହତ୍ୟା ମାମଲାର ତଦନ୍ତ ରାଜ୍ୟ ସରକାର କ୍ରାଇମ ବ୍ରାଞ୍ଚଙ୍କୁ ଦାୟିତ୍ବ ଦେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଶୁଣାଣି ରାୟଗଡ଼ା ଜିଲ୍ଲା ଜଜ ଅଦାଲତରେ ଚାଲୁ ରହିଥିଲା । ତେବେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରା ନ ଯାଇ ରିପୋର୍ଟ ଦାଖଲ କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ ଅଭିଯୁକ୍ତ ପୂର୍ବତନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାକୁ ଗିରଫ କରାଯାଇଥିଲା ଏବଂ ସେ ରାୟଗଡ଼ା ଜେଲରେ ଥିଲେ । କ୍ରାଇମ ବ୍ରାଞ୍ଚଦ୍ୱାରା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିବା ଅର୍ଥାତ ପ୍ରକୃତ ଦୋଷୀ ଚିହ୍ନଟ ହୋଇପାରିନଥିବା ଯୋଗୁଁ ଏହି ଘଟଣାର ତଦନ୍ତ ଭାର ଅନ୍ୟ ଏକ ଦରଖାସ୍ତ ବଳରେ ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୦, ୨୦୧୫ ତାରିଖରେ ସିବିଆଇ ଦ୍ୱାରା ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

2016 ଏପ୍ରିଲ 26 ରେ ଦୌରା ଜଜ ରାୟଗଡା ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ନିତ୍ୟାନନ୍ଦ ଦଣ୍ଡସେଣାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କୋରାପୁଟ ଜେଲରେ ଆଜୀବନ ଦଣ୍ଡ କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନା ୨୦୨୦ ଅଗଷ୍ଟ ୧୬ ରାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ଅଗଷ୍ଟ ୧୭ରେ ନେତ୍ରାନନ୍ଦ ଦଣ୍ଡସେନାର ହୋଇଥିଲା ମୃତ୍ୟୁ ।

ପିପିଲି ଗଣଦୁଷ୍କର୍ମ

୨୦୧୧ ନଭେମ୍ବର ୨୯ରେ ପିପିଲି ଥାନା ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ହୋଇଥିଲା । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରାଯିବା କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି କୋମାରେ ପଡ଼ି ଚିକିତ୍ସିତ ହେଉଥିଲେ । ୬ ମାସ ଧରି କଟକ ଏସସିବି ମେଡିକାଲରେ କୋମାରେ ଚିକିତ୍ସିତ ହେବାପରେ ୨୧ ଜୁନ ୨୦୧୨ରେ ଆଖି ବୁଜିଥିଲେ ପୀଡ଼ିତା।

ପୀଡିତାଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ସୃଷ୍ଟି କରିଥିଲା ଚାଞ୍ଚଲ୍ୟ । ଏହି ଘଟଣାରେ ମନ୍ତ୍ରୀ ମହାରଥୀଙ୍କ ଲୋକଙ୍କ ସମ୍ପୃକ୍ତି ରହିଛି ବୋଲି କଥା ଉଠିଥିଲା ଏବଂ ସେତେବେଳେ ପ୍ରଦୀପ ମହାରଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ପିପିଲି ଥାନାର ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତ୍ତିରାୟଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ବହିଷ୍କାର କରାଯାଇଥିଲା । ପିପିଲି ଥାନା ପୋଲିସ ଏହି ଘଟଣାରେ ପ୍ରଥମ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଥିଲା ।

ଏହି ମାମଲାର ତଦନ୍ତ ପାଇଁ ଜଷ୍ଟିସ ପିକେ ମହାନ୍ତି କମିଶନ ଗଠନ ହୋଇଥିବା ବେଳେ କମିଶନ ୨୦୧୬ ମାର୍ଚ୍ଚ ୩୦ରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ ରିପୋର୍ଟ । ହେଲେ ପରେ ଇତିଶ୍ରୀ ମୃତ୍ୟୁ ଘଟଣାର କେସ୍‌ କ୍ଲୋଜ୍‌ ହୋଇଗଲା । କେହି ଦୋଷୀ ସାବ୍ୟସ୍ତ ହୋଇପାରିଲେ ନାହିଁ । ସେହିପରି ଏହି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ ହୋଇଛି । ପୋଲିସ ଅଧିକାରୀଙ୍କ ଚାକିରି ଯାଇଛି କିନ୍ତୁ ସେ ପୁଣି ଫେରିପାଇଛନ୍ତି । ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । କିନ୍ତୁ ପୀଡିତା ପାଇପାରିନି ନ୍ୟାୟ ।

ଛବିରାଣୀ ହତ୍ୟାକାଣ୍ଡ

ଛବିରାଣୀ ହତ୍ୟାକାଣ୍ଡ ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା । ଜଗତସିଂହପୁର ଜିଲ୍ଲା ବିରିଡ଼ିର ବିଲୁଆଖାଇ ନଦୀପଠାରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ନବ ମହାପାତ୍ରଙ୍କ ଗର୍ଭବତୀ ପତ୍ନୀ ଛବିରାଣୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ ।

ସ୍ମିତାରାଣୀ ମୃତ୍ୟୁ ମାମଲା

ଯାଜପୁର ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । 2019 ଅକ୍ଟୋବର ୧୬ ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ । ସେଠାରେ ସରପଞ୍ଚଙ୍କ ସ୍ବାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ । ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍କ ସ୍ବାମୀଙ୍କ ଗେଷ୍ଟହାଉସକୁ ଯାଇଥିଲେ । ହେଲେ ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା।

ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ବାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ଥାନାରେ ଅଭିଯୋଗ କରି କହିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ପୋଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲା ପୋଲିସ । ପଚରାଉଚୁରା ପରେ ସ୍ମିତାରାଣୀଙ୍କ ହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ହୋଇଥିଲେ ଗିରଫ ।

1999ର ଚର୍ଚ୍ଚିତ ଦୁଷ୍କର୍ମ ମାମଲା

୧୯୯୯ ମସିହାରେ ଓଡ଼ିଶାରେ ଘଟିଥିଲା ଏହି ଦୁଷ୍କର୍ମ ମାମଲା । ଏହି ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା । ଏପରିକି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରୟାସ କରିବାରୁ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କୁ ତାଙ୍କ ଆସନ ହରାଇବାକୁ ପଡିଥିଲା ।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ ୯ ଜାନୁଆରୀ ୧୯୯୯ରେ ପୀଡିତା ତାଙ୍କର ଜଣେ ସାମ୍ବାଦିକା ବନ୍ଧୁଙ୍କ ସହ କାରରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇବା ସହ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପ୍ରଘଟ ହେବା ପରେ ପୋଲିସ ୨୬ ଜାନୁଆରୀ ୧୯୯୯ରେ 2 ଜଣକୁ ଗିରଫ କରିଥିଲା । ହେଲେ ଫେରାର ହୋଇଯାଇଥିଲା ଘଟଣାର ମୁଖ୍ୟ ଅଭିଯୁକ୍ତ ।

ବାରଙ୍ଗ ଗଣଦୁର୍ଷ୍କମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ 2021ରେ ଗିରଫ କରିଥିଲା କମିଶନରେଟ ପୋଲିସ । ଦୀର୍ଘ 22ବର୍ଷର ଲୁଚକାଳି ଖେଳ ପରେ ପୋଲିସକୁ ମିଳିଥିଲା ସଫଳତା । ରାଜଧାନୀରେ ଅପରାଧ ଘଟାଇ ମହାରାଷ୍ଟ୍ରରେ ମୁଣ୍ଡ ଗୁଞ୍ଜିଥିଲା ଅଭିଯୁକ୍ତ । ପୁଣେ ଜିଲ୍ଲାର ଆମ୍ବାଭାଲିରେ ପାଇପ ମିସ୍ତ୍ରୀ ଭାବେ ପେଟ ପୋଷୁଥିଲା ବିବନ । ନା ସେଠାରେ ବିବନକୁ କେହି ସନ୍ଦେହ ଚକ୍ଷୁରେ ଦେଖିଥିଲେ ନା କେହି ଜାଣିଥିଲେ ତା ପ୍ରକୃତ ପରିଚୟ । ଓଡିଶା ପୋଲିସ ସମେତ ସିବିଆଇ ରାଡାରରୁ ବର୍ତ୍ତିବା ପାଇଁ ପୁଣେ ସୁରକ୍ଷା ବଳୟ ଭିତରେ ଲୁଚିଥିଲା ଦୁଷ୍କର୍ମକାରୀ ରାକ୍ଷସ । ପୀଡିତା ନିଜ ବନ୍ଧୁଙ୍କ ସହ ଯାଉଥିବାବେଳେ ବାରଙ୍ଗ ରାସ୍ତାରେ କାର ଅଟକାଇ ଦୁଇ ସହଯୋଗୀଙ୍କ ସହ ଗଣଦୁଷ୍କର୍ମ କରିଥିଲା ବିବନ ।

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

୨୦୧୭ ମସିହା ଅକ୍ଟୋବର ୧୦ରେ ଘଟିଥିଲା ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା । ଯାହାକୁ ନେଇ ରାଜ୍ୟରେ କେନ୍ଦ୍ରବିନ୍ଦୁ ପାଲଟିଥିଲା କୋରାପୁଟଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁନ୍ଦୁଲି । ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ପୋଲିସ ଯବାନ ପୋଷାକ ପିନ୍ଧି 4 ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୋଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନଥିଲେ । କଟକ ବଡ଼ ମେଡିକାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ପରେ ନିଜଘରକୁ ଫେରିଯାଇଥିଲେ ପୀଡିତା । ହେଲେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ । ରହସ୍ୟ ଘେରରେ ଥିବା ଏହି ଘଟଣା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପ୍ରତି ସୃଷ୍ଟି କରିଥିଲା ପ୍ରଶ୍ନବାଚୀ ।

ଦେଶରେ ମହିଳା ବିରୋଧୀ ହିଂସା ହ୍ରାସ ପାଉଥିବାବେଳେ ଓଡିଶାରେ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇଛି ନାରୀ ନିର୍ଯାତନା ମାମଲା । ଯଦିଓ ଦେଶରେ ୨୦୧୯ ତୁଳନାରେ ୨୦୨୦ରେ ଅପରାଧର ଗ୍ରାଫ୍‌ ତଳମୁହାଁ ହୋଇଛି, ହେଲେ ଆମ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସାର ସ୍ଥିତି ଉଦବେଗଜନକ ରହିଛି । ଏନେଇ ନିକଟରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ପ୍ରକାଶ କରିଥିଲା ସାଂଘାତିକ ତଥ୍ୟ । NCRB ରିପୋର୍ଟରେ ମହିଳା ବିରୋଧୀ ହିଂସାକୁ ନେଇ ସତ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ରାଜନୀତି ଜୋର ଧରିଥିଲା ।

ଏନସିଆରବି ରିପୋର୍ଟ ଅନୁଯାୟୀ, ନାରୀ ନିର୍ଯାତନା କ୍ଷେତ୍ରରେ ସବୁଠୁ ଆଗରେ ରହିଛି ଓଡିଶା । ୨୦୨୦ରେ ମହିଳାମାନଙ୍କ ବିରୋଧରେ ହିଂସା ସମ୍ପର୍କୀତ ୨୫,୪୮୯ ମାମଲା ରଜୁ କରିଥିଲା ରାଜ୍ୟ ପୋଲିସ । ସେହିପରି ୨୦୧୯ରେ ଏହି ସଂଖ୍ୟା ଥିଲା ୨୩,୧୮୩ । ଉଦ୍ଦେଶ୍ୟମୂଳକ ଭାରରେ ରାଜ୍ୟରେ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣ ହାର ୫୫.୮% ରହିଥିଲା । ସେହିପରି ମହିଳାଙ୍କୁ ଉଲଗ୍ନ କରିବା ନେଇ ୨୦୨୦ରେ ରିପୋର୍ଟ ହୋଇଥିଲା ୩,୨୩୨ ମାମଲା । କେବଳ ସେତିକି ନୁହେଁ, ନାରୀ ଅପହରଣ ମାମଲାରେ ୨୦୨୦ରେ ଦେଶରେ ତୃତୀୟ ସ୍ଥାନରେ ରହିଛି ଓଡିଶା ।

ପିପିଲି ଗଣଦୁଷ୍କର୍ମ ମାମଲାର ଦୋଷୀ ନିର୍ଦ୍ଦୋଶରେ ଖଲାସ, ନ୍ୟାୟ ନପାଇ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା, ମାଧବୀଲତା, କେନ୍ଦ୍ରାପଡାର ନବମ ଶ୍ରେଣୀ ଛାତ୍ରୀର ରହସ୍ୟଜନକ ମୃତ୍ୟୁର ତଦନ୍ତକୁ ଚାପିଦେବା ଘଟଣା ସରକାରଙ୍କ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଛିଡା କରୁଛି । ତେବେ ସବୁ ଘଟଣା ପରି ମମିତାଙ୍କ ହତ୍ୟା ଘଟଣାରେ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ ନା ଆଇନର ବାଟକୁ ରୋକିବାକୁ ପ୍ରୟାସ କରାଯିବ ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2021, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.