ETV Bharat / city

BMC Election: ମେୟର ଜିତାଇବାରେ ନିର୍ଣ୍ଣାୟକ ଭୂମିକା ନିଭାଇବେ ବସ୍ତିବାସିନ୍ଦା ! - ପୌର ନିର୍ବାଚନ ୨୦୨୨

ପୌର ଲଢେଇ ପାଇଁ ଉଠୁଛି ପଡୁଛି ଭୁବନେଶ୍ବର । ଏଥର ସିଧାସଳଖ ମେୟର ବାଛିବେ ରାଜଧାନୀବାସୀ । ବିଏମସି ଅଞ୍ଚଳରେ ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ବସ୍ତିଭୋଟର । ତେଣୁ ମେୟର ଜିତାଇବାରେ ବସ୍ତିବାସିନ୍ଦାଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ମେୟର ଜିତାଇବାରେ ବସ୍ତିବାସିନ୍ଦାଙ୍କ ଭୂମିକା ନିର୍ଣ୍ଣାୟକ ହେବ କି !

author img

By

Published : Mar 12, 2022, 6:46 PM IST

ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଉଠୁଛି ପଡୁଛି ଭୁବନେଶ୍ବର । କିଏ ହାତେଇବ ମେୟର ଗାଦି ? କାହାକୁ ବାଛିବେ ରାଜଧାନୀବାସୀ ? ତାକୁ ନେଇ ଚାଲିଲାଣି ଅଙ୍କକଷା । ଏଥର ଭୁବନେଶ୍ବର ମହାନଗର ନିଗମ ପାଇଁ ସିଧାସଳଖ ମେୟର ନିର୍ବାଚନ ହେଉଛି। ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି, ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ମନେଇବା ପାଇଁ ସେତେ ଜୋରଦାର ଉଦ୍ୟମ କରୁଛନ୍ତି । ତେବେ ଚଳିତ ଭୁବନେଶ୍ବର ମେୟର ନିର୍ବାଚନରେ ବସ୍ତିବାସିନ୍ଦା ନିର୍ଣ୍ଣାୟକ ଭୂମିକା ହେବେ ବୋଲି ଆଶା କରାଯାଉଛି । କାରଣ ବିଏମସି ଅଞ୍ଚଳରେ ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ବସ୍ତିଭୋଟର ।

BMC Election: ମେୟର ଜିତାଇବାରେ ନିର୍ଣ୍ଣାୟକ ଭୂମିକା ନିଭାଇବେ ବସ୍ତିବାସିନ୍ଦା !

ଭୁବନେଶ୍ବର ମହାନଗର ନିମଗ ଅଧିନରେ ରହିଛି ୬୭ଟି ୱାର୍ଡ । ୨୦୧୧ ଜନଗଣନା ଅନୁସାରେ ବିଏମସି ଅଞ୍ଚଳରେ ଜନସଂଖ୍ୟା ଥିଲା ୮ ଲକ୍ଷ ଥିଲା । କୋରୋନା କାରଣରୁ ୨୦୨୧ ଜନଗଣନା ହୋଇନଥିବାରୁ ଏଠାରେ ଭୋଟର ସଂଖ୍ୟା ଦୁଇ ଗୁଣା ବଢିଥିବାର ଅନୁମାନ କରାଯାଉଛି । ସେହି ଦୃଷ୍ଟିରୁ ବିଚାର କଲେ ଭୁବନେଶ୍ୱର ମଧ୍ୟ, ଉତ୍ତର ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ୭ ଲକ୍ଷ ୨୫ ହଜାରରୁ ଅଧିକ । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ଥିବାବେଳେ ୩ ଲକ୍ଷ ୩୦ ହଜାର ହେଉଛନ୍ତି ମହିଳା ଭୋଟର । ସେହିପରି ସେମାନଙ୍କ ମଧ୍ୟରୁ ୨ଲକ୍ଷ ୫୦ ହଜାରରୁ ଅଧିକ ହେଉଛନ୍ତି ବସ୍ତି ଭୋଟର । ଉତ୍ତର ଭୁବନେଶ୍ବରରେ ୧ ଲକ୍ଷ ୩୫ ବସ୍ତି ଭୋଟରଙ୍କ ସଂଖ୍ୟା ଥିବାବେଳେ ଏକାମ୍ର ଭୁବନେଶ୍ବରରେ ୪୦ ହଜାର ଏବଂ ମଧ୍ୟ ଭୁବନେଶ୍ବରରେ ୬୦ ହଜାର ଭୋଟର ରହିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମରେ ମୋଟ ୪୩୬ଟି ପଞ୍ଜିକୃତ ବସ୍ତି ରହିଛି । ସେହିପରି 50ରୁ ଊର୍ଦ୍ଧ୍ବ ଅଣପଞ୍ଜିକୃତ ବସ୍ତି ଅଛି । ୫୦୦ ବସ୍ତିରେ ପ୍ରାୟ ୨ଲକ୍ଷ ୫୦ ହଜାରରୁ ଅଧିକ ହେଉଛନ୍ତି ବସ୍ତି ଭୋଟର । ୨୦୧୪ ପୌର ନିର୍ବାଚନରେ ଭୁବନେଶ୍ୱରରେ ମୋଟ ୪୫ ପ୍ରତିଶତ ମତଦାନ ହୋଇଥିଲା । ଯାହାମଧ୍ୟରେ ୮୦ ପ୍ରତିଶତ ଭୋଟ ଦେଇଥିଲେ ବସ୍ତିବାସିନ୍ଦା । ଏଥର ସିଧାସଳଖ ମେୟର ନିର୍ବାଚନ ହେଉଥିବାରୁ ଏବେ ବସ୍ତିବାସିନ୍ଦାଙ୍କ ଉପରେ ସବୁ ଦଳର ଆଖି । ରାଜନୀତି ସମୀକ୍ଷକ କହିବା ଅନୁସାରେ, ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଲୋକଙ୍କ ପ୍ରତିଶ୍ରୁତି ଦେଇ ନିର୍ବାଚନ ସରିଲେ ସବୁ ପାଶୋରି ଯାଆନ୍ତି । ତେଣୁ ଶିକ୍ଷିତ ଭୋଟର ମତଦାନରୁ ବିରତ ରହୁନ୍ତି । ହେଲେ ବସ୍ତିବାସିନ୍ଦାଙ୍କ ମତଦାନ ଭଲ ହୁଏ ।

ଅଧିକାଂଶ ୱାର୍ଡଗୁଡିକରେ ପ୍ରତିଦ୍ବନ୍ଦିତା କରୁଥିବା ସବୁ ଦଳର ପ୍ରାର୍ଥୀ ଜନସମର୍ଥନ ପାଇଁ କସରତ ଚଳାଇଛନ୍ତି । ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବାକୁ ବିଜେଡି ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ବିଜେପି ମଧ୍ୟ ଏଥର ବସ୍ତି ବାସିନ୍ଦାଙ୍କ ଭୋଟକୁ ପ୍ରାଧାନ୍ୟ ଦେଉଛି । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କହିଥିଲେ ବସ୍ତି ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକ ରହିଛି । ବିଜେପି କ୍ଷମତାକୁ ଆସିଲେ ଭୁବନେଶ୍ବର ବସ୍ତିମୁକ୍ତ ହେବ ବୋଲି ବିଜେପି ମେୟର ପ୍ରାର୍ଥୀ କହୁଥିବାବେଳେ ସମାନ କଥା ଦୋହରାଇଛନ୍ତି କଂଗ୍ରେସ ପ୍ରାର୍ଥିନୀ । ତେବେ କାହାକୁ ମେୟର ବାଛିବେ ବସ୍ତିଭୋଟର ତାହା ତ ସମୟ କହିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.