ETV Bharat / city

ଭୁବନେଶ୍ବର ସଟ୍‌ଡାଉନ୍‌; ଘରୁ ବାହାରି ସରକାରୀ କ୍ବାରେଣ୍ଟାଇନରେ 65 - 65 in government quarantine

ଶୁକ୍ରବାର ରାତି 8ଟାରୁ ଭୁବନେଶ୍ବର, ଭଦ୍ରକ ଓ କଟକ ସମେତ ଭୁବନେଶ୍ବର ଉପକଣ୍ଠର 18ଟି ଗାଁରେ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । ସେପଟେ ବିଭିନ୍ନ ବାହାନା ଦେଖାଇ ବୁଲୁଥିବା ଲୋକଙ୍କୁ 14 ଦିନ ଲାଗି ସରକାରୀ କ୍ବାରେଣ୍ଟାଇନରେ ରଖାଯାଉଛି ।

Bhubaneswar shutdown
ଭୁବନେଶ୍ବର ସଟ୍‌ଡାଉନ୍‌; ଘରୁ ବାହାରି ସରକାରୀ କ୍ବାରେଣ୍ଟାଇନରେ 65
author img

By

Published : Apr 4, 2020, 10:47 AM IST

Updated : Apr 4, 2020, 11:49 AM IST

ଭୁବନେଶ୍ବର: ଶୁକ୍ରବାର ରାତି 8ଟାରୁ ଭୁବନେଶ୍ବର, ଭଦ୍ରକ ଓ କଟକ ସମେତ ଭୁବନେଶ୍ବର ଉପକଣ୍ଠର 18ଟି ଗାଁରେ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । ଫଳରେ ଏସବୁ ସ୍ଥାନରେ ପୋଲିସ, କଡାପହରା ଦେଉଛି । ଭୁବନେଶ୍ବରରେ ରାତିଠାରୁ କୌଣସି ଲୋକଙ୍କୁ ବାହାରକୁ ବାହାରିବାକୁ ଦିଆଯାଉନଥିବାବେଳେ ଯିଏ ଏହାର ଉଲଘଂନ କରୁଛି ତାଙ୍କୁ 14 ଦିନ ଲାଗି ସରକାରୀ କ୍ବାରେଣ୍ଟାଇନକୁ ନିଆଯାଉଛି ।

ଭୁବନେଶ୍ବର ସଟ୍‌ଡାଉନ୍‌; ଘରୁ ବାହାରି ସରକାରୀ କ୍ବାରେଣ୍ଟାଇନରେ 65

ଆଜି(ରବିବାର)ସକାଳୁ ପୋଲିସ ଭୁବନେଶ୍ବରର ବିଭିନ୍ନ ଗଳିଗଳି ବୁଲୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ବାହାନା ଦେଖାଇ ବୁଲୁଥିବା ଲୋକଙ୍କୁ ନିଜ ଗାଡିରେ ବସାଇ 14 ଦିନ ଲାଗି ସରକାରୀ କ୍ବାରେଣ୍ଟାଇନକୁ ନେଇଯାଉଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ଭୁବନେଶ୍ବରରେ 65 ଜଣଙ୍କୁ କ୍ବାରେଣ୍ଟାଇନକୁ ନିଆଯାଇଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି ।

ସୂଚନାଥାଉକି, ରାଜ୍ୟରେ 20 କୋରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ତେବେ କୋରୋନା ଚେନକୁ ରୋକିବା ଲାଗି ତିନି ସହର ସମେତ 18 ଗାଁକୁ 48 ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Apr 4, 2020, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.