ETV Bharat / city

ମୋବାଇଲ ସଜାଡିବାକୁ ଦେଉଥିଲେ ହୁସିଆର, ବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କଳା କାରବାର - ନାମିଦାମୀ ମୋବାଇଲ କମ୍ପାନୀ ସର୍ଭିସ ସେଣ୍ଟର କଳା କାରବାର

ସାମ୍ନାକୁ ଆସିଲା ନାମିଦାମୀ ମୋବାଇଲ କମ୍ପାନୀ ସର୍ଭିସ ସେଣ୍ଟରର କଳା କାରବାର। ସର୍ଭିସ ସେଣ୍ଟରର ଗୁମର ଖୋଲିଲେ ସିପି ମ୍ୟାନେଜର। ସେଠାରେ କିପରି ମୋବାଇଲ ସଜାଡିବା ଆଳରେ କଳା କାରବାର ଚାଲିଥିଲା ତାହାର ଖୁଲାସା କରିଛନ୍ତି ସର୍ଭିସ ସେଣ୍ଟରରେ କାମ କରୁଥିବା ମହିଳା। ଅଧିକ ପଢନ୍ତୁ:

ବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କଳା କାରବାର ଳା କାରବାର
ବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କଳା କାରବାର
author img

By

Published : Jul 14, 2021, 7:52 AM IST

ଭୁବନେଶ୍ବର: ସାମ୍ନାକୁ ଆସିଲା ନାମିଦାମୀ ମୋବାଇଲ କମ୍ପାନୀ ସର୍ଭିସ ସେଣ୍ଟରର କଳା କାରବାର। ସର୍ଭିସ ସେଣ୍ଟରର ଗୁମର ଖୋଲିଲେ ସିପି ମ୍ୟାନେଜର। ସେଠାରେ କିପରି ମୋବାଇଲ ସଜାଡିବା ଆଳରେ କଳା କାରବାର ଚାଲିଥିଲା ତାହାର ଖୁଲାସା କରିଛନ୍ତି ସର୍ଭିସ ସେଣ୍ଟରରେ କାମ କରୁଥିବା ମହିଳା।

ବ୍ରାଣ୍ଡ ସର୍ଭିସ ସେଣ୍ଟରରେ ଚାଲିଛି କଳା କାରବାର

ମହିଳାଙ୍କ କହିବା ଅନୁସାରେ ମୋବାଇଲ ସଜାଡିବାକୁ ଆସୁଥିବା ଲୋକ ସର୍ଭିସ ସେଣ୍ଟର ଭରସାରେ ସଜାଡିବାକୁ ଦିଅନ୍ତି। ଯାହାର ଫାଇଦା ସର୍ଭିସ ସେଣ୍ଟରର କର୍ମଚାରୀ ଉଠାନ୍ତି। ଖରାପ ହୋଇନଥିଲେ ବି ଅନେକ ପାର୍ଟସ ଖରାପ କହି ଗ୍ରାହକକୁ ଲୁଟନ୍ତି। ଅର୍ଥାତ ଗ୍ରାହାକ ଜାଣିପାରନ୍ତି ନାହିଁ ଯାହାର ମୌକାରେ ଛକା ପିଟନ୍ତି ସର୍ଭିସ ସେଣ୍ଟରର କର୍ମଚାରୀ।

ଏପରିକି ଡେଡ ମୋବାଇଲ ବା ପୁରା ଖରାପ ଥିବା ମୋବାଇଲ କେହି ସଜାଡିବାକୁ ଆଣିଲେ ଅଧିକ ଲାଭ ହୋଇଥାଏ। ଅର୍ଥାତ ଯେଉଁ ମୋବାଇଲର ଭଲ ପାର୍ଟସ ଥାଏ ତାକୁ ଖୋଲି ରଖିଦିଅନ୍ତି କର୍ମଚାରୀ। ପରେ ସେହି ସ୍ଥାନରେ ଖରାପ ପାଟର୍ସ ଲଗାଇ କଷ୍ଟମରକୁ ମୋବାଇଲ ସଜାଡି ହେବନାହିଁ କହି ଫେରାଇ ଦିଅନ୍ତି। ଆଉ ମୋବାଇଲରୁ ଖୋଲି ରଖିଥିବା ଭଲ ପାର୍ଟସକୁ କର୍ମଚାରୀ କଲିକତା, ବିହାର ଓ ଦିଲ୍ଲୀ ଭଳି ସ୍ଥାନକୁ ପଠାଇ ମୋଟା ଅଙ୍କର ଟଙ୍କା ପାଇଥାନ୍ତି ।

ତେବେ ଏଥିପାଇଁ ମୋବାଇଲ ସର୍ଭିସ ସେଣ୍ଟରର ଓ୍ବାର୍କ ଷ୍ଟେସନ ମ୍ୟାନେଜର ଏଥିପାଇଁ ପ୍ରୋତ୍ସାହନ ଦେଇଥାନ୍ତି । ଫଳରେ ନାମି ଦାମୀ କମ୍ପାନୀର ସର୍ଭିସ ସେଣ୍ଟର ହୋଇଥିଲେ ବି ଏଭଳି ଚାଲୁ କାରବାର ଚାଲିଥାଏ। ଫଳରେ କମ୍ପାନି ଭରସାରେ ବାହାରେ ମୋବାଇଲ ନ ସଜାଡି ସର୍ଭିସ ସେଣ୍ଟରରେ ସଜାଡୁଥିବା ଲୋକ ଏଥିପାଇଁ ଅଧିକ ଦାମ ମଧ୍ୟ ଦେଇଥାଏ। ହେଲେ ଅଜାଣତରେ ଏଭଳି ଠକାମିର ଶିକାର ହୋଇଥାଏ।

ତେଵେ ସାଧାରଣ ଲୋକ ମୋବାଇଲ ସେଣ୍ଟର ଉପରେ ଭରସା କରି ଯେଉଁ ମୋବାଇଲ ସଜାଡିବାକୁ ଦିଏ ତାହା କେତେଦୁର ଭରସା ଯୋଗ୍ୟ କି ନୁହେଁ ତାହା ଏବେ ପ୍ରଶ୍ନ ଉଠୁଛି । କାରଣ ସହିଦନଗରର ଏକ ନାମି ମୋବାଇଲ ସର୍ଭିସ ସେଣ୍ଟରରେ କାମ କରୁଥିବା ମହିଳା ଏକ ମାରପିଟ କେସରେ ଡିସିପି ଅଫିସ ଆସିଥିବା ବେଳେ ଏସବୁର ଗୁମର ଖୋଲିଛନ୍ତି । ଯାହା ଏବେ ମୋବାଇଲ କମ୍ପାନୀର ସର୍ଭିସ ସେଣ୍ଟରର କଳା କାରନାମାକୁ ପଦାରେ ପକାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.