ETV Bharat / city

କାଳବୈଶାଖୀରେ ଭିଜିବ 7 ଜିଲ୍ଲା, ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି - 7 ଜିଲ୍ଲାରେ କାଳ ବୈଶାଖୀ

ସାରା ରାଜ୍ୟରେ ଅନୁଭୁତ ହୋଇଛି ଭୀଷଣ ତାତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢ଼ନ୍ତୁ...

କାଳ ବୈଶାଖୀରେ ଭିଜିବ 7 ଜିଲ୍ଲା, ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି

author img

By

Published : Apr 27, 2021, 9:02 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଅନୁଭୁତ ହୋଇଛି ଭୀଷଣ ତାତି। ଅଗ୍ନିବର୍ଷାରେ କଲବଲ ହେଉଛନ୍ତି ସାଧାରଣ ଲୋକେ। ରାଜଧାନୀ ଭୁବନେଶ୍ବରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ବାଭାବିକ ସ୍ଥିତି ଉପୁଜିଛି। ତେବେ ଏହି ଗ୍ରୀଷ୍ମ ପ୍ରବାହ ଆଗକୁ ମଧ୍ୟ ଜାରି ରହିବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ।

କାଳ ବୈଶାଖୀରେ ଭିଜିବ 7 ଜିଲ୍ଲା, ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି

ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନଙ୍କ ପ୍ରତି ବିପଦ ଆଶଙ୍କା କରାଯାଉଛି। ଏଥିପାଇଁ ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ଶିଶୁ, ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ଘରୁ ପଦାକୁ ଯିବାକୁ ବାରଣ କରାଯାଇଛି।

ସେପଟେ ଆଗାମୀ 24 ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଗଜପତି ଓ ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ହେବାର ର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ତେଣୁ ଏହି ଜିଲ୍ଲା ଗୁଡିକରେ ମଧ୍ୟ ୟେଲୋ ୱାର୍ନିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩.୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ବରରେ ୪୦.1, ଭୁବନେଶ୍ବରରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ କୋରାପୁଟ ଓ ପଟାଙ୍ଗିରେ ୨.୦ ମିମି ବର୍ଷା ହୋଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.