ଭୁବନେଶ୍ୱର : ବିଏମସିର ବିନା ଅନୁମତିରେ ଜନ୍ମଦିନ ପାଳନ ପାଇଁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ଏବଂ ଜନପଥରେ ଥିବା ମଣ୍ଡପ ସିଲ୍ କରାଯାଇଛି । ଜୋନାଲ ହେଡଙ୍କ ନେତୃତ୍ୱରେ ଏକ ଟିମ ମଣ୍ଡପ ଉପରେ ଚଢାଉ କରିଥଲା ।
କମିଶନର୍ (ଦକ୍ଷିଣ ପୂର୍ବ) ଅଂଶୁମାନମ ରଥଙ୍କ ନେତୃତ୍ୱରେ ଆଜି ଘଟଣାସ୍ଥଳ ପରିଦର୍ଶନ କରି ମଣ୍ଡପଟିକୁ ସିଲ କରିଥିଲେ । ଆସିଥିବା ଅତିିଥି ମାନେ ତୁରନ୍ତ ସ୍ଥାନ ଛାଡିବା ପାଇଁ ବାଧ୍ୟ ହୋଇଥିଲେ । ଜନ୍ମଦିନ ପାର୍ଟି ଆୟୋଜକଙ୍କ ଠାରୁ 5000 ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
![ରାମ ମନ୍ଦିର ଓ ଜନପଥ ମଣ୍ଡପ ସହ ଅକ୍ସଫୋର୍ଡ ହେଲା ସିଲ](https://etvbharatimages.akamaized.net/etvbharat/prod-images/od-bbs-03-avo-covidguideline_07042021151333_0704f_1617788613_183.jpg)
ସେହିପରି କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପଳାଶପଲ୍ଲିସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଙ୍ଗ କଲେଜକୁ ମଧ୍ୟ ସିଲ କରିଛି ବିଏମସି । ବିଏମସିର ପୂର୍ବ ଅନୁମତି ବିନା କୌଣସି କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନର କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ