ETV Bharat / city

Odisha Assembly; ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ

author img

By

Published : Sep 7, 2021, 1:03 PM IST

ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ କାମ ଜାରି ରହିଛି । ଏଥିପାଇଁ ଷ୍ଟେସନର ପ୍ଲାଟଫର୍ମ ନଂ ୧ ଓ ୬ ନିକଟରେ ଥିବା ଖାଲି ଜମିକୁ ଅଧିଗ୍ରହଣ କରାଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...

Odishaassembly
Odishaassembly

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନକୁ ନେଇ ପୁଣି ଥରେ ବିଧାନସଭା ହୁଲସ୍ତୁଲ । ଆଜି (ମଙ୍ଗଳବାର) ପ୍ରଶ୍ନକାଳରେ ଷ୍ଟେସନକୁ ନେଇ ବିରୋଧୀ ପ୍ରଶ୍ନବାଣରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଘେରିଥିଲେ ।

Odishaassembly; ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ: ମନ୍ତ୍ରୀ ପ୍ରତାପ ଜେନା

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଧାୟକ ସୁରେଶ ରାଉତରାୟ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଟେଣ୍ଡର ହୋଇଥିଲେ ସୁଦ୍ଧା କାହିଁକି ବିଳମ୍ବ ହେଉଛି ଓ କାରଣ କଣ ବୋଲି ପଚାରି ଥିଲେ । ଏହାସହ ବାରମ୍ବାର ଡିଜାଇନ ବଦଳାଇବାର ଆବଶ୍ୟକତା କଣ ଅଛି ବୋଲି ପଚାରିଥିଲେ ।

ଜବାବରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ସ୍ମାର୍ଟସିଟି ମିଶନ ଅନ୍ତର୍ଗତ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ କାମ ଜାରି ରହିଛି । ଏଥିପାଇଁ ଷ୍ଟେସନର ପ୍ଲାଟଫର୍ମ ନଂ ୧ ଓ ୬ ନିକଟରେ ଥିବା ଖାଲି ଜମିକୁ ଅଧିଗ୍ରହଣ କରାଯାଇଛି । ରାଜ୍ୟ ସରକାର ଷ୍ଟେସନର ଉନ୍ନତି ପାଇଁ ବାରମ୍ବାର କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାବି କରୁଛନ୍ତି । କିନ୍ତୁ ପଦକ୍ଷେପ ନିଆଯାଉ ନାହିଁ । ତଥାପି ରାଜ୍ୟ ସରକାର ନିଜ ଅର୍ଥରେ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏଥିପାଇଁ ରେଳ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆବଶ୍ୟକତା ଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପାଖରୁ ଅନୁମତି ମିଳି ସାରିଛି ।

ରାଜ୍ୟ ସରକାର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଏକ ଇଣ୍ଡିଗ୍ରଟେଡ, ଡେଭଲପମେଣ୍ଟ ଯୋଜନା ପ୍ରସ୍ତୁତ କରିଥିଲେ। ଏହା ଅଧିନରେ ୧୯ ମହଲ ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ । ସପିଙ୍ଗ ମଲ ରହିବ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । କିନ୍ତୁ ଏବେ ରେଳବାଇ ଷ୍ଟେସନ ଭିତର ବିକାଶ କରିବା ପାଇଁ ପ୍ରସ୍ତାବ ଦେଇଛି । ତେଣୁ ରାଜ୍ୟ ସରକାର ବାହାର ପଟ ମଲ୍ଟି ମୋଡାଲ ହବ୍ କାମ କରିବେ । ଯାହାର ଡିଜାଇନ ସରିଛି । ଖୁବଶୀଘ୍ର କାମ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏହାବାଦ ମନ୍ତ୍ରୀ କହିଛନ୍ତି ଯେହେତୁ ରାଜ୍ୟର ଜଣେ ସାଂସଦ ଏବେ ରେଳମନ୍ତ୍ରୀ ଅଛନ୍ତି ଷ୍ଟେସନର ବିକାଶ ପାଇଁ ସମସ୍ତ ସହଯୋଗ ମିଳିବ ବୋଲି ଆଶା କରୁଛୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.