ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା, ପୋଲିସ ପାଇଛି ଏସବୁ ତଥ୍ୟ... - Bhubaneswar latest news

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସକୁ ମିଳିଛି ସୁରାକ । କମିଶନରେଟ ପୋଲିସ ହାତରେ ଲାଗିଛି କିଛି ଗୁରୁତ୍ବପୁର୍ଣ୍ଣ ତଥ୍ୟ। ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା, ପୋଲିସ ପାଇଛି ଏସବୁ ତଥ୍ୟ...

author img

By

Published : Oct 13, 2020, 7:58 AM IST

ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ କମିଶନରେଟ ପୋଲିସ ହାତରେ ଲାଗିଛି ଗୁରୁତ୍ବପୁର୍ଣ୍ଣ ତଥ୍ୟ। ସିଜେସିଆର (compressed gas cylinder rules ) ଗାଇଡଲାଇନ୍ସ ଅନୁସାରେ, 26 ତାରିଖରୁ ହାଇଡ୍ରୋଲିକ୍‌ ପ୍ରେସର ଟେଷ୍ଟ ହେଉଥିଲା ।

ପେଟ୍ରୋଲ ଟାଙ୍କିରେ ଦୁଇଟି ଟ୍ୟାଙ୍କ ଥିବାବେଳେ ପ୍ରଥମ ଟ୍ୟାଙ୍କ ବା ବଟମ-1କୁ ଟେଷ୍ଟ କରାଯାଉଥିଲା । ନାଇଟ୍ରୋଜେନ ଓ ପାଣି ବ୍ୟବହାର କରି ହାଇଡ୍ରୋଲିକ ଟେଷ୍ଟ କରାଯାଏ । କିନ୍ତୁ ନାଇଟ୍ରୋଜେନ ଜାଗାରେ ଅକ୍ସିଜେନ ଓ ଏୟାର ରହିଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରୁଛି ପୋଲିସ ।

ସେହିପରି ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଘଟଣାସ୍ଥଳରେ 3ରୁ 4 ଜଣ ଉପସ୍ଥିତ ଥିବା ଜାଣିବାକୁ ପାଇଥିବାବେଳେ ନିୟମ ଅନୁସାରେ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ କି ନାହିଁ ଯାଞ୍ଚ କରୁଛି ।

ନିୟମ ଅନୁସାରେ, ଏଏସସି (annual sentence contact) ର ଅଧିକାରୀ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଯେଉଁଥିରେ କମ୍ପାନୀର ଜଣେ କର୍ମଚାରୀ ସାଇଟ ଇଞ୍ଜିନିୟର ସହ କଣ୍ଟ୍ରାକ୍ଟର ସାଇଟର କର୍ମଚାରୀ ରହିବା ଆବଶ୍ୟକ। ତେବେ ସୂଚନା ଅନୁଯାୟୀ, ଫୋନ ଯୋଗେ କେହି ଏହି ସବୁ ଟେଷ୍ଟ ପାଇଁ ଇନଷ୍ଟ୍ରକ୍ସନ ଦେଉଥିଲେ, ଯାହା ଫଳରେ ଏପରି ଅଘଟଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି।

ସିଜେସିଆର କଣ ?

ସିଜେସିଆର ହେଉଛି କମ୍ପ୍ରେସେଡ୍‌ ଗ୍ୟାସ ସିଲିଣ୍ଡର ରୁଲ୍ସ । ଏହି ଗାଇଡଲାଇନ୍ସ ଅନୁସାରେ, ଟାଙ୍କିରେ 5 ବର୍ଷକୁ ଥରେ ହାଇଡ୍ରୋଲିକ ପ୍ରେସର ଟେଷ୍ଟ କରାଯାଏ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.