ଭୁବନେଶ୍ବର: ବଢିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୁରକ୍ଷା (MP Aparajita Sarangi gets Security ) । ଭୁବନେଶ୍ବର ଆଚାର୍ଯ୍ୟବିହାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ( egg attack to MP Aparajita Sarangi)। ତେବେ ଆଜି ସାଂସଦଙ୍କ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।
ରାଜଧାନୀରେ ରାଜନୈତିକ ଉଷ୍ମତା । ବଢିଲା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୁରକ୍ଷା । ସାଂସଦଙ୍କୁ ଆଚାର୍ଯ୍ୟ ବିହାରରେ ବିରୋଧ ପରେ ଆଶଙ୍କା କରି ସୁରକ୍ଷା ଯୋଗାଇଛି ପୋଲିସ । ଏନେଇ ସାଂସଦଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏୟାରଫିଲଡ ଭୀମଟାଙ୍ଗିରୁ ନୟାପଲ୍ଲୀ ବେହେରା ସାହି ପର୍ଯ୍ୟନ୍ତ ସାଂସଦଙ୍କ ପଦଯାତ୍ରା ବେଳେ ୧ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ କରାଯାଇଛି। ପୋଲିସ ଉପସ୍ଥିତି ସତ୍ତ୍ବେ ଦୁଇଟି ସ୍ଥାନରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ପୋଲିସ ଉପସ୍ଥିତି ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ହୋଇଛି ।
ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ ସୁରକ୍ଷା ନେଇ କେନ୍ଦ୍ରର ସହଯୋଗ ଲୋଡିଥିଲେ। ଏନେଇ ମିଳିଥିବା ସୂଚନା ଅନୁସାରେ ପୋଲିସକୁ ଏନେଇ ସୁରକ୍ଷା ଯୋଗାଇବାକୁ ନିର୍ଦେଶ ରହିଛି। ତେବେ ବିଗତ ଦୁଇଦିନ ଧରି ପରିସ୍ଥିତିକୁ ନଜରରେ ରଖି ସାଂସଦଙ୍କ କାର୍ଯ୍ୟକ୍ରମ ଓ ଗସ୍ତକୁ ନେଇ ପୋଲିସ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଉଛି ।
ସୂଚନାଥାଉକି ରାଜ୍ୟରେ ବିଜେପି,ବିଜେଡି ଓ କଂଗ୍ରେସ ମଧ୍ୟରେ କଳାପତାକା ପ୍ରଦର୍ଶନ ସହ ଅଣ୍ଡାମାଡ ବ୍ୟାପକ କରାଯାଉଛି । କେତେବେଳେ ବିଜେପି ନେତାଙ୍କୁ ଅଣ୍ଡାମାଡ କରାଯାଉଛି ତ କେତେବେଳେ ବିଜେଡି ନେତା ମନ୍ତ୍ରୀଙ୍କୁ ଅଣ୍ଡାମାଡ କରାଯାଉଛି । ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ କାରକେଡକୁ ଅଣ୍ଡାମାଡ ଘଟଣା ପରେ ରାଜ୍ୟରେ ରାଜନୀତି ତେଜିବାରେ ଲାଗିଛି।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ