ETV Bharat / city

Weather Update: ଫିକା ପଡିବ ପାର୍ବଣ, ବର୍ଷାରେ ଭିଜିବ ଦଶହରା

author img

By

Published : Sep 26, 2022, 9:15 PM IST

ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ବର୍ଷା ଯୋଗୁଁ ଚଳିତ ବର୍ଷର ପାର୍ବଣ ଫିକା ପଡ଼ିବ ବୋଲି ଆଶା କରାଯାଇଛି । ଅଧିକ ପଢନ୍ତୁ

Weather Update: ଫିକା ପଡ଼ିବ ପାର୍ବଣ, ବର୍ଷାରେ ଭିଜିବ ଦଶହରା

ଭୁବନେଶ୍ବର: ଫିକା ପଡ଼ିବ ପାର୍ବଣର ପର୍ବ । ବର୍ଷାରେ ଭିଜିବ ଦଶହରା । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଅନ୍ୟପଟେ ବର୍ଷାକୁ ନେଇ ଚିନ୍ତାରେ ପୂଜା କମିଟି ସଦସ୍ୟ । ତେବେ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେଉଥିବାବେଳେ ଉପକୂଳ ଓଡି଼ଶାରେ ଘଡ଼ଘଡି଼ ବିଜୁଳି ସହ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ସହ ଘଡ଼ଘଡ଼ି ପାଇଁ ୧୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ମଧ୍ୟ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ମଧ୍ୟାହ୍ନରେ ବିଜୁଳି ଘଡ଼ଘଡି ବର୍ଷାରେ ବୁଡିଛି ରାଜଧାନୀ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ଉପୁଜିଥିଲା ଜଳବନ୍ଦୀ ସମସ୍ୟା ।

ଏହା ବି ପଢନ୍ତୁ- Metro Services In Bhubaneswar-Cuttack: ନବୀନଙ୍କୁ ଅପରାଜିତାଙ୍କ ଚିଠି ବଢାଇଲା ଆଶା

୨୮ ତାରିଖରୁ ବର୍ଷାର ପରିମାଣ ବଢିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ସେପଟେ ଏଯାବତ ମୌସୁମୀ ଋତୁରେ ୧୧୬୪.୫ ମିମି ବର୍ଷା ରେକର୍ଡ ହୋଇଛି । ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ କେବଳ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି । ଏଥିସହ ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ନୂଆଗଡ଼ ଠାରେ ସର୍ବାଧିକ ବର୍ଷା ୮୮.୦ମିମି ରେକର୍ଡ଼ ହୋଇଛି ।

ଦୀର୍ଘ ୨ ବର୍ଷ କୋରୋନା କଟକଣା ପରେ ଚଳିତ ବର୍ଷ ମଣ୍ଡପରେ ଦର୍ଶନ ଦେବେ ମା' ଦୁର୍ଗା । ଏଥିଲାଗି ସମସ୍ତ ପୂଜା ମଣ୍ଡପରେ ଭିନ୍ନ ଢଙ୍ଗରେ ସାଜସଜ୍ଜା ମଧ୍ୟ କରାଯାଉଛି । ଧୁମଧାମରେ ଦଶହରା ପୂଜା ପାଇଁ ଶ୍ରଦ୍ଧାଳୁ ଓ ବିଭିନ୍ନ ପୂଜା ମଣ୍ଡପରେ ଉତ୍ସାହ ଦେଖିବାକୁ ମିଳିଛି । ବ୍ୟବସାୟୀ ମଧ୍ୟ ପୂଜା ବଜାରରେ ଲାଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଦଶହରାରେ ବର୍ଷା ଯୋଗୁଁ ପୂଜା ସମେତ ବଜାର ମଧ୍ୟ ଫିକା ପଡ଼ିପାରେ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.