ETV Bharat / city

ମାଲକାନଗିରିରେ ସାମ୍ବାଦିକଙ୍କ ଗିରଫ ଘଟଣା: ଭୁବନେଶ୍ବରରେ ଗର୍ଜିଲା ସାମ୍ବାଦିକ ଫୋରମ

ଜିଲ୍ଲାରେ ସାମ୍ବାଦିକଙ୍କ ଗିରଫ ଘଟଣାରେ ଭୁବନେଶ୍ୱରରେ ବିଭିନ୍ନ ସାମ୍ବାଦିକ ଫୋରମ ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢ଼ନ୍ତୁ

ମାଲକାନଗିରିରେ ସାମ୍ବାଦିକଙ୍କ ଗିରଫ ଘଟଣା : ଭୁବନେଶ୍ବରରେ ଗର୍ଜିଲା ସାମ୍ବାଦିକ ଫୋରମ

author img

By

Published : Dec 21, 2021, 6:58 PM IST

ଭୁବେନଶ୍ବର: ଜିଲ୍ଲାରେ ସାମ୍ବାଦିକଙ୍କ ଗିରଫ ଘଟଣାରେ ଭୁବନେଶ୍ୱରରେ ବିଭିନ୍ନ ସାମ୍ବାଦିକ ଫୋରମ ପକ୍ଷରୁ ପ୍ରତିବାଦ କରାଯାଇଛି । ପ୍ରତିବାଦ ସହ ମୁକ୍ତ ଓ ଅବାଧ ସାମ୍ବାଦିକତା ପାଇଁ ଦାବି କରିଛନ୍ତି ବରିଷ୍ଠ ସାମ୍ବାଦିକ । ଏହାସହ ଗିରଫ ହୋଇଥିବା ୫ ଜଣ ସାମ୍ବାଦିକଙ୍କୁ ଖୁବଶୀଘ୍ର ମୁକ୍ତ କରାଯିବାକୁ ଦାବି କରାଯାଇଛି । ଅନେକ ସମୟରେ ପୋଲିସ ଓ ପ୍ରଶାସନ ମାଧ୍ୟମରେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଅଭିଯୋଗ ହୋଇଛି ।

ମାଲକାନଗିରିରେ ସାମ୍ବାଦିକଙ୍କ ଗିରଫ ଘଟଣା : ଭୁବନେଶ୍ବରରେ ଗର୍ଜିଲା ସାମ୍ବାଦିକ ଫୋରମ

ଏସବୁ ଅତ୍ୟାଚାର ରୋକିବା ଦିଗରେ ମଧ୍ୟ ସରକାର ତପ୍ତରତା ଦେଖାଇବାର ଆବଶ୍ୟକତା ରହିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ । ପୋଲିସ ଓ ପ୍ରଶାସନର ସତ ସମ୍ବାଦକୁ ଲୁଚାଇବାକୁ ସାମ୍ବାଦିକମାନଙ୍କ ଉପରେ ଆକ୍ରୋଶ ଦେଖା ଯାଉଛି । ସାମ୍ବାଦିକଙ୍କ ଖବର ସଂଗ୍ରହ ବେଳେ ପ୍ରଶାସନ ଯେଉଁ ଆତଙ୍କରାଜ ଚାଲଇଛି ତାହାକୁ ବନ୍ଦ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତ । ଗିରଫ ହୋଇଥିବା ସାମ୍ବାଦିକ ଉପରେ ଲାଗିଥିବା ଆରୋପ ପ୍ରତ୍ୟାହାର କରାଯିବାକୁ ଦାବି ହୋଇଛି ।

ଖାଲି ସେତିକି ନୁହେଁ ଘଟଣାର ସଠିକ୍‌ ତଦନ୍ତ କରାଯିବା ସହ ସାମ୍ବାଦିକ ସୁରକ୍ଷା ନିୟମ (Journalist protection act) ଲାଗୁ କରାଯାଉ । ଏନେଇ ପୋଲିସ ଡିଜିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ସାମ୍ବାଦିକ ଫୋରମ ।

ତେବେ ସାମ୍ବାଦିକଙ୍କ ଉପରେ ହେଉଥିବା ଏଭଳି ଆକ୍ରୋଶମୂଳକ ଘଟଣାକୁ ପୁରା ଫୋରମ ନିନ୍ଦା କରିଛି । ଏହା ମୁକ୍ତ ସାମ୍ବାଦିକତା ଓ ସୁରକ୍ଷା ଦିଗରେ ସରକାର ଧ୍ୟାନ ଦେବାକୁ ଦାବି ହୋଇଛି । ଏହି ଘଟଣା ନେଇ ଜାତୀୟ ସ୍ତରରେ ପ୍ରତିବାଦର ସ୍ୱରକୁ ଆହୁରି ଶାଣିତ କାରାଯିବା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ।

ଭୁବେନଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.