ETV Bharat / city

ଇନ୍ଦିରା ଗାନ୍ଧୀ ପାର୍କରେ କଂଗ୍ରେସ ପାଳିଲା ମହିଳା ଦିବସ - ଓଡିଶା କଂଗ୍ରେସର ମହିଳା ଦିବସ

ରାଜଧାନୀର ଇନ୍ଦିରା ଗାନ୍ଧୀ ପାର୍କରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ମହିଳାଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଓ ତ୍ୟାଗକୁ ମନେ ପକାଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଅଧିକ ପଢନ୍ତୁ

_Bhubaneswar district congress celebrates international womens day at IG park
ଇନ୍ଦିରା ଗାନ୍ଧୀ ପାର୍କରେ କଂଗ୍ରେସ ପାଳିଲା ମହିଳା ଦିବସ
author img

By

Published : Mar 8, 2022, 9:03 PM IST

Updated : Mar 8, 2022, 9:17 PM IST

ଭୁବନେଶ୍ବର: ରାଜଧାନୀର ଇନ୍ଦିରା ଗାନ୍ଧୀ ପାର୍କରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ଆଜିର ଦିବସଟି ସ୍ଵତନ୍ତ୍ର ଭାବରେ ମହିଳାଙ୍କ ଅଧିକାର, କାର୍ଯ୍ୟ, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବହୁ ଫୋରମରେ ଆଲୋଚନା ହେଉଥିବାରୁ କଂଗ୍ରେସ ମଧ୍ୟ ମହିଳାଙ୍କ ହକ୍ ଅଧିକାର ନେଇ ଗାନ୍ଧୀ ପାର୍କରେ ଆଲୋଚନା କାର୍ଯ୍ୟକ୍ରମ କରିଛି ।

ଇନ୍ଦିରା ଗାନ୍ଧୀ ପାର୍କରେ କଂଗ୍ରେସ ପାଳିଲା ମହିଳା ଦିବସ

ମହିଳାଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଓ ତ୍ୟାଗକୁ ମନେ ପକାଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଇନ୍ଦିରାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଭୁବନେଶ୍ବର ମହିଳା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ଜିଲା କଂଗ୍ରେସ ସହ ସଂଗଠନର ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ସମସ୍ତେ ମହିଳା ଦିବସରେ ରାଜ୍ୟବାସୀ ତଥା ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 8, 2022, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.