ETV Bharat / city

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଳାପତାକା ପ୍ରଦର୍ଶନ କରିବ ଭୁବନେଶ୍ବର ଜିଲ୍ଲା ବିଜେପି

author img

By

Published : Nov 7, 2021, 10:06 PM IST

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଳାପତାକା ପ୍ରଦର୍ଶନ କରିବା ସହ ଜୋରଦାର ବିରୋଧ କରିବ ଭୁବନେଶ୍ବର ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...

Bhubaneswar district BJP will display black flag during the Cm visit to Kalahandi
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଳାପତାକା ପ୍ରଦର୍ଶନ କରିବ ଭୁବନେଶ୍ବର ଜିଲ୍ଲା ବିଜେପି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରିବ ଭୁବନେଶ୍ବର ଜିଲ୍ଲା ବିଜେପି। କଳାପତାକା ପ୍ରଦର୍ଶନ କରିବା ସହ ଜୋରଦାର ବିରୋଧ କରିବ ଜିଲ୍ଲା ବିଜେପି । ଏନେଇ ରବିବାର ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ସୂଚନା ଦେଇଛନ୍ତି ।

ମମିତା ମେହେର ହତ୍ୟା ଘଟଣାରେ ସୋମବାର ଭୁବନେଶ୍ବରରେ ଜିଲ୍ଲା ବିଜେପି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ପ୍ରଦର୍ଶନ କରାଯିବ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯିବ । ରାଜମହଲ ଛକରୁ ଏକ ରାଲି କରି ନବୀନ ନିବାସ ଅଭିମୁଖେ ଯିବ ଜିଲ୍ଲା ବିଜେପି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବେ ।

ସେହିପରି ରବିବାର ଭୁବନେଶ୍ବର ବିଜେପିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭୁବନେଶ୍ଵରରୁ ଉତ୍ତରା,ଧଉଳି, ଟିକରପଡ଼ା ଅଞ୍ଚଳରୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ମାନେ ବିଜେପିରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଅପରାଜିତା ଷଡଙ୍ଗୀ ସହ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.