ETV Bharat / city

ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରତିବାଦ: ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପିର ବିକ୍ଷୋଭ

author img

By

Published : Sep 8, 2021, 9:21 PM IST

ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଆରମ୍ଭ କରି ବିଧାନସଭା ଅଭିମୁଖେ ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଅଧିକ ପଢନ୍ତୁ...

ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରତିବାଦ: ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପିର ବିକ୍ଷୋଭ
ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧିର ପ୍ରତିବାଦ: ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପିର ବିକ୍ଷୋଭ

ଭୁବନେଶ୍ବର: ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ଆରମ୍ଭ କରି ବିଧାନସଭା ଅଭିମୁଖେ ଯାଉଥିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟ ସରକାର 92 ଲକ୍ଷ ପରିବାରକୁ ଏକ ବୋଝ ଲଦିଦେଲେ ବୋଲି ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ଗତ ମାର୍ଚ୍ଚ ମାସରେ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା ହେଲେ, ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ।

ବିଜେପି କହିଛି, ବିଧାନସଭା ଗୃହରେ ମନ୍ତ୍ରୀ ଉତ୍ତର ରଖିଥିଲେ ଏବଂ OERCକୁ ଚିଠି ଖଣ୍ଡେ ଲେଖିପାରିଲେ ନାହିଁ। ୪ ମାସ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀ ଚିଠି ଲେଖିପାରିଲେ ନାହିଁ। କିନ୍ତୁ, ଏବେ ବିଧାନସଭା ଚାଲିଛି ଏବେ ମନ୍ତ୍ରୀ ଉତ୍ତର ରଖନ୍ତୁ କ’ଣ ପାଇଁ ନୀରବ ଅଛନ୍ତି? କୋରାେନା ସମୟରେ ଏପରି ବୋଝ ରାଜ୍ୟବାସୀଙ୍କୁ ଲଦିଦେଲେ। ଏଥିରୁ ଜଣାପଡ଼ୁଛି ଯେ, ରାଜ୍ୟ ସରକାର କମ୍ପାନୀ ସହିତ ମଧୁଚନ୍ଦ୍ରିକା ସାଜି ଲୋକଙ୍କୁ ଭରୁଆ ବନାଉଛନ୍ତି।

ସେହିପରି ମାହାଙ୍ଗା ଡବଲ ମର୍ଡରରେ ୧୩ ଜଣ ଆସାମୀ ଭିତରେ ଆଇନ ମନ୍ତ୍ରୀଙ୍କ ନାମ କାଟି ଦିଆଯାଇଥିଲା। ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯଦି ମର୍ଡର ହେବ ରାଜ୍ୟକୁ କେବଳ ଜଗନ୍ନାଥ ଭରସା। ସରକାର ନିଶାରେ ଶୋଇଛନ୍ତି। ବିଧାନସଭା ଆସିବାକୁ ଡରୁଛନ୍ତି ହେଲେ ହୋଟେଲ ଶୁଭାରମ୍ଭ କରିବାକୁ ଆସୁଛନ୍ତି। ଏହାକୁ ବିଜେପି ବରଦାସ୍ତ କରିବ ନାହିଁ। ଏହା ଲୋକମାନଙ୍କ ଅଦାଲତରେ ଫାଇନାଲ ହେବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.