ETV Bharat / city

ULB POLL: ବିଜୟ ସେଲିବ୍ରେସନ କଲେ କାର୍ଯ୍ୟାନୁଷ୍ଠାନ, କୌଣସି ପାର୍ଟି ନେଇ ନାହାନ୍ତି ଅନୁମତି !

author img

By

Published : Mar 26, 2022, 12:38 PM IST

ପୌର ନିର୍ବାଚନ ପାଇଁ ରାଜ୍ୟରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା । ତେବେ ସ୍ଥିତି ପରଖିବା ପାଇଁ ବିଜେବି କଲେଜ ଭୋଟ ଗଣତି କେନ୍ଦ୍ରରେ ପହଞ୍ଚିଛନ୍ତି ଭୁବନେଶ୍ବର ଡିସିପି । ଅଧିକ ପଢନ୍ତୁ

ULB POLL: ବିଜେବି କଲେଜ ଗଣତି କେନ୍ଦ୍ରରେ ସ୍ଥିତି ପରଖିଲେ ଭୁବନେଶ୍ବର DCP

ଭୁବନେଶ୍ବର: ଆଜି(ଶନିବାର) ରାଜ୍ୟରେ ଚାଲିଛି ପୌର ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା । କିଛି ପ୍ରାର୍ଥୀଙ୍କ ଭାଗ୍ୟ ଫିଟିଥିବା ବେଳେ ଆଉ କିଛି ପ୍ରାର୍ଥୀ ଫଳାଫଳକୁ ଚାହିଁ ବସିଛନ୍ତି । ଏପଟେ ଗଣତି କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ପଇଁତରା ମାରୁଛି ପ୍ରଶାସନ । ବିଜେବି କଲେଜ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ସମସ୍ତ ଗଣତି ବିଲ୍ଡିଂକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ବୋଲି ସେ କହିଛନ୍ତି ।

ସୁରୁଖୁରୁରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗଣତି ବିଲଡିଂକୁ ପୋଲିସ ସୁରକ୍ଷା ବଳୟରେ ରଖାଯାଇଛି। ପ୍ରାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୭ ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ମୁତୟନ ଥିବା ସେ କହିଛନ୍ତି। ଏହାସହ ବିଜୟ ପରେ କୋୖଣସିପାର୍ଟି ସେଲିବ୍ରେସନ ପାଇଁ ଅନୁମତି ମାଗି ନାହାଁନ୍ତି ତେଣୁ ବିନା ଅନୁମତିରେ ସେଲିବ୍ରେସନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

ତେବେ ସୂଚନା ଥାଉ କି ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ପରେ ଇଭିଏମ ଭୋଟ ଗଣତି ହେବାର ବ୍ୟବସ୍ଥା ହୋଇଛି । ତେବେ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ 1 ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ଭୋଟ ଗଣତି । ଏଠାରେ କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ କରାଯିବା ପରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.