ETV Bharat / city

Municipal Election: ବନ୍ଧାହେଲେ କର୍ପୋରେଟର ପ୍ରାର୍ଥୀଙ୍କ ଭାଇ - ଭୁବନେଶ୍ବରରେ ରାଜନୈତିକ ହିଂସାକାଣ୍ଡ ଖବର

ପୌର ନିର୍ବାଚନକୁ ନେଇ ଭୁବନେଶ୍ବରରେ ହୋଇଥିବା ରାଜନୈତିକ ହିଂସାକାଣ୍ଡରେ ପୂର୍ବତନ କର୍ପୋରେଟର ତଥା ବର୍ତ୍ତମାନର କର୍ପୋରେଟ ପ୍ରାର୍ଥୀଙ୍କ ଭାଇ ଶିଖର ଜେନା ଗିରଫ । ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

Municipal Election: ବନ୍ଧା ହେଲେ କର୍ପୋରେଟର ପ୍ରାର୍ଥୀଙ୍କ ଭାଇ

author img

By

Published : Mar 15, 2022, 11:01 PM IST

ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଭୁବନେଶ୍ବରରେ ହୋଇଥିବା ରାଜନୈତିକ ହିଂସାକାଣ୍ଡରେ ପୂର୍ବତନ କର୍ପୋରେଟର ତଥା ବର୍ତ୍ତମାନର କର୍ପୋରେଟ ପ୍ରାର୍ଥୀଙ୍କ ଭାଇ ଶିଖର ଜେନା ଗିରଫ । ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ଗିରଫ କରିଛି କମିଶନରେଟ ପୋଲିସ । ତେବେ ବିଜେଡିର ଟାଣୁଆ ନେତା ଭାବେ ଶିଖର ଜେନା ପରିଚିତ ।

Municipal Election: ବନ୍ଧା ହେଲେ କର୍ପୋରେଟର ପ୍ରାର୍ଥୀଙ୍କ ଭାଇ

ଏଥିସହ ପୋଲିସ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି । ତେବେ କୋର୍ଟ ଚାଲାଣ ବେଳେ ଥାନା ସାମ୍ନାରେ ଦେଖିବାକୁ ମିଳିଥିଲା ବିଜେଡି ସମର୍ଥକଙ୍କ ଉତ୍ତେଜନା । ଏପଟେ ଶିଖର ଜେନା ବିରୋଧରେ ଏକ ବ୍ଲାଙ୍କ ଫାୟାର, ଅଭିଯୋଗ ବିଜେପି ପକ୍ଷରୁ ହୋଇଥିଲା । ଏନେଇ ଏକ ଭିଡିଓ କ୍ଲିପ ଭୁବନେଶ୍ବର ଡିସିପିଙ୍କ ପାଖରେ ପହଞ୍ଚି ଥିଲା ।

ଅନ୍ୟପଟେ ଆଜି ପୋଲିସ ଫୋର୍ସ ସହ ଶିଖର ଜେନାଙ୍କ ଘରେ ପଶି ଚଢାଉ କରିଥିଲା । ଆଡିସିନାଲ ଡିସିପିଙ୍କ ନେତୃତ୍ବରେ 6 ଜଣ ଅଫିସର , କାଉଣ୍ଟର ଟେରୋରିଷ୍ଟ ସ୍କ୍ବାଡ ସହ ପୋଲିସ ଫୋର୍ସ ପହଞ୍ଚି ଘରେ ଛାନଭିନ କରିଥିଲେ । ସେହିପରି ବିଜେପିର‌ ରାକେଶ ଜେନାକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.