ETV Bharat / city

ଭୁବନେଶ୍ବର ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ ରଞ୍ଜୁ ଓ କାହ୍ନା ଗିରଫ - ଚନ୍ଦୁ ହତ୍ୟା ମାମଲା ଅଭିଯୁକ୍ତ ଗିରଫ

ଭୁବନେଶ୍ବର ଚନ୍ଦୁ ହତ୍ୟାକାଣ୍ଡ ମାମଲା । ବ୍ରହ୍ମପୁରରୁ ଧରାପଡିଲେ ହତ୍ୟାକାରୀ ରଞ୍ଜୁ ଓ କାହ୍ନା । ଅଧିକ ପଢନ୍ତୁ

ଭୁବନେଶ୍ବର ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଧରାପଡିଲେ ହତ୍ୟାକାରୀ ରଞ୍ଜୁ ଓ କାହ୍ନା

author img

By

Published : Sep 14, 2022, 1:23 PM IST

Updated : Sep 14, 2022, 2:23 PM IST

ଭୁବନେଶ୍ବର: ରାଜଧାନୀର ୟୁନିଟ ୮ DAV ପବ୍ଲିକ ସ୍କୁଲ ନିକଟରେ ଚନ୍ଦୁ ହତ୍ୟା ଘଟଣାରେ(Chandu Murder Cas) ଦୁଇ ହତ୍ୟାକାରୀ ଗିରଫ । ଲେଡି ଡ୍ରଗ୍ ଡିଲର ରଞ୍ଜୁ(drug dealer Ranju Nayak) ଓ ତା'ର ସ୍ବାମୀ କାହ୍ନାକୁ ଗିରଫ କଲା ପୋଲିସ । ଆଜି କମିଶନରେଟ୍ ପୋଲିସ ଉଭୟଙ୍କୁ ବ୍ରହ୍ମପୁର ଆସିକାରୁ ଗିରଫ କରିଛି । ଦୁଇଜଣଙ୍କୁ ଗିରଫ ପରେ କ୍ୟାପିଟାଲ ଥାନାକୁ ଅଣାଯାଇଛି । ତେବେ ଗତ ୯ ତାରିଖ ରାତିରେ ରାଜଭବନ ପଛ ପଟେ ଥିବା ୟୁନିଟ ୮ ଡିଏଭ ସ୍କୁଲ ପାଖରେ ଚନ୍ଦୁକୁ ହତ୍ୟା କରିଥିଲେ ରଞ୍ଜୁ ଓ ତାର ସହଯୋଗୀ । ଏହି ହତ୍ୟାକାଣ୍ଡ ପରଠୁ ସେମାନେ ଫେରାର୍ ହୋଇଯାଇଥିଲେ । ଶେଷରେ ଦୁଇ ଅଭିଯୁକ୍ତ ଆଜି ପୋଲିସ ହାତରେ ଧରାପଡିଛନ୍ତି ।

ଲେଡି ଡନ ରଞ୍ଜୁ ଓ କାହ୍ନାକୁ ଗିରଫ କଲା ପୋଲିସ

ସୂଚନାଯୋଗ୍ୟ, ଗତ ୯ ତାରିଖ ରାତିରେ ନାରାୟଣି ବସ୍ତିର ପି ସୁବ୍ରତ ରାଓ ଓରଫ ଚନ୍ଦୁଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ନିଶା କାରବାର(drugs trade)ରେ ରୋକ ଲଗାଇବାକୁ କହିବାରୁ ଲେଡି ଡ୍ରଗ ଡିଲର ରଞ୍ଜୁ ନିଜ ସହଯୋଗୀଙ୍କ ସହ ମିଶି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ମୃତ ଚନ୍ଦୁ ଦୀର୍ଘ ଏକ ବର୍ଷ ପୂର୍ବେ ଡିଆଡିକ୍ସନ ସେଣ୍ଟର ଯାଇ ନିଶା ଛାଡିଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ବହୁବାର ସେ ବ୍ରାଉନସୁଗାର ବେପାରୀଙ୍କୁ ବିରୋଧ କରୁଥିଲା । ଯାହା ବେପାରୀଙ୍କ ପାଇଁ ବାଧକ ସାଜୁଥିଲା । ଏହାକୁ ନେଇ ଚନ୍ଦୁକୁ ହତ୍ୟା କରାଯାଇଥିଲା । DAV ସ୍କୁଲ ପଛ ପଟେ ଡ୍ରଗ୍ସ କାରବାର ଚାଲୁଥିବା ବେଳେ ଅନେକ ସମୟରେ ଗଣ୍ଡଗୋଳ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଗୋଷ୍ଠୀ ସଂଘର୍ଷରୁ ଗଡିଲା ମୁଣ୍ଡ, ରାଜଧାନୀରେ ବୀଭତ୍ସ ହତ୍ୟା

ରାଜଭବନ ପଛପଟେ ଚନ୍ଦୁ ହତ୍ୟାକାଣ୍ଡ
ରାଜଭବନ ପଛପଟେ ଚନ୍ଦୁ ହତ୍ୟାକାଣ୍ଡ

ତେବେ ପୂର୍ବରୁ ଡ୍ରଗ୍ସ କାରବାରରେ ଗିରଫ ହୋଇ ଜେଲରୁ ଆସିଥିବା ପେଶାଦାର ଦେହ ବ୍ୟବସାୟୀ ମୁନା ଓ ତାର ସହଯୋଗୀ ବାବୁ ଗତ ୯ ତାରିଖରେ ୟୁନିଟ ୮କୁ ଏକ କାରରେ ଆସି ନିଜର ନେଟୱାର୍କ ଚଳାଇଥିଲେ । ସେହି ସମୟରେ ନାରାୟଣ ବସ୍ତି(Narayan slum)ର ଚନ୍ଦୁ ଓ ମିଠଲ ସେହି ବାଟ ଦେଇ ଯାଉଥିବା ବେଳେ ଉଭୟଙ୍କୁ ଦେଖି କାହିଁକି ଏଠାକୁ ଆସିଛ ବୋଲି ପଚାରି ପୁନଶ୍ଚ ଏଠି ନିଶା କାରବାର ନକରି ଚାଲିଯିବାକୁ କହିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2022, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.