ETV Bharat / city

ଦୁଇବର୍ଷ ପରେ ଜାକଜମକରେ ପାଳନ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ

author img

By

Published : Apr 13, 2022, 8:56 PM IST

ଦୁଇବର୍ଷ ପରେ ବେଶ ଜାକଜମକରେ ପାଳନ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ । ଅଧିକ ପଢନ୍ତୁ

ଦୁଇବର୍ଷ ପରେ ଜାକଜମକରେ ପାଳନ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ
ଦୁଇବର୍ଷ ପରେ ଜାକଜମକରେ ପାଳନ ହେଲା ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ସରିଲା ରାଜଧାନୀ ୭୪ତମ ପ୍ରତିଷ୍ଠା ଦିବସ ପାଳନ । ଦୁଇବର୍ଷ ପରେ ବେଶ ଜାକଜମକରେ ପାଳନ ହୋଇଛି ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା କମିଟି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ବିଧାନସଭା ସମ୍ମୁଖରେ ପ୍ରଥମ ସମାରୋହ ପାଳନ ହୋଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗଦେଇ ଭୁବନେଶ୍ୱରର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ସମୀର ରଞ୍ଜନ ଦାଶ, ମେୟର ସୁଲୋଚନା ଦାଶ, ଦୁଇ ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ୱରକୁ ବିଭିନ୍ନ ଦିଗରୁ ସରସ ସୁନ୍ଦର କରି ଗଢି ତୋଳିବା ତଥା କୋରୋନା ମହାମାରୀରେ ଜୀବନକୁ ବାଜି ଲଗାଇ ଯୋଦ୍ଧା ଭାବେ କାର୍ଯ୍ୟ କରିଥିବା ବିଭିନ୍ନ କ୍ଷେତ୍ରର ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରେଡ ଶୋଭାଯାତ୍ରା କରାଯାଇଛି । ପାରେଡ ପାଇଁ ୭୩ ଟି ଗ୍ରୁପ ଭାଗ ନେଇଥିଲେ । ସେହିପରି ଡେୟାର ଡେଭିଲ ଓ ଭେଇକିଲ ୩ ଟି ଗ୍ରୁପ ଭାଗ ନେଇ ଚିତ୍ତାକର୍ଷକ ସୋ ପ୍ରଦର୍ଶନ କରିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.