ETV Bharat / city

କାୟା ମେଲୁଛି ଡେଙ୍ଗୁ, ନିୟନ୍ତ୍ରଣ ପାଇଁ BMC ଅତିରିକ୍ତ କମିଶନରଙ୍କୁ ଦାବିପତ୍ର ଦେଲା ବିଜେପି - DEngue control In bbsr

ଡେଙ୍ଗୁ ନିୟନ୍ତ୍ରଣ ପ୍ରସଙ୍ଗରେ BMC ଅତିରିକ୍ତ କମିଶନରଙ୍କୁ ଘେରିଛି ଜିଲ୍ଲା ବିଜେପି । ବିଏମସି ଅତିଶୀଘ୍ର କୌଣସି ବ୍ୟବସ୍ଥା ନ କରେ ତେବେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

ଭୁବନେଶ୍ଵର ବିଜେପି ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ନେଇ BMC ଅତିରିକ୍ତ କମିଶନରଙ୍କୁ ଦାବିପତ୍ର

author img

By

Published : Jul 29, 2021, 3:29 PM IST

ଭୁବନେଶ୍ବର: ଡେଙ୍ଗୁ ନିରାକରଣ ନେଇ କମିଶନରଙ୍କୁ ବିଜେପିର ଦାବିପତ୍ର । ରାଜଧାନୀରେ ଡେଙ୍ଗୁ ଦମନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ୟବସ୍ଥା କରିବା ଦାବିରେ ବିଏମସି କମିଶନରଙ୍କୁ ଦାବିପତ୍ର ଦେଲା ଭୁବନେଶ୍ବର ଜିଲ୍ଲା ବିଜେପି । ରାଜଧାନୀର 6, 7, 14 ଓ 17 ନମ୍ବର ୱାର୍ଡ ରେ ସାଙ୍ଘାତିକ ହେଉଛି ଡେଙ୍ଗୁ ପରିସ୍ଥିତି । କେବଳ ଯେ ସେତିକି ନୁହେଁ, ସ୍ମାର୍ଟସିଟି ଡେଙ୍ଗୁରେ ପ୍ରଥମ ହେଲାଣି l ଗତକାଲି ଜଣେ ନାବାଳିକାଙ୍କ ମୃତ୍ୟୁ ମଧ୍ୟ ହେଇଛି l କିନ୍ତୁ ବିଏମସି ଶୋଇ ରହିଥିବା ବେଳେ କୌଣସି ପ୍ରତିକାର କରୁନାହିଁ ବୋଲି ଅଭିଯୋଗ କରିଛି ଜିଲ୍ଲା ବିଜେପି l

ଭୁବନେଶ୍ଵର ବିଜେପି ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ନେଇ BMC ଅତିରିକ୍ତ କମିଶନରଙ୍କୁ ଦାବିପତ୍ର

ତେଣୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରି ପୁରା ରାଜଧାନୀ ନାଳ, ନର୍ଦ୍ଦମା ଓ ପଣି ଜମୁଥିବା ସ୍ଥାନରେ ମଶା ତେଲ ପକାଇବା, ମଶା ଧୂଆଁ ଗାଡି ଆରମ୍ଭ କରିବା ଓ ଅତ୍ୟଧିକ ପଣି ଜମୁଥିବା ସ୍ଥାନରେ ମଶା ଡିମ୍ବ ଖାଉଥିବା ମାଛ ଛାଡିବା ଭଳି ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଦାବି କରିଛି l ଯଦି ଏ ଦିଗରେ ବିଏମସି ଅତିଶୀଘ୍ର କୌଣସି ବ୍ୟବସ୍ଥା ନ କରେ ତେବେ ପରିସ୍ଥିତି ଅଣାୟତ୍ତ ହେବ ଆଉ ଏଥିପାଇଁ ବିଏମସି ଦାୟୀ ରହିବ l ଡେଙ୍ଗୁ ପ୍ରତିରୋଧ ଦିଗରେ BMC କୌଣସି ଉପାୟ ଅବଲମ୍ବନ ନ କରେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.