ଭୁବନେଶ୍ୱର: ଫଙ୍ଗସ୍ ରୋଗୀଙ୍କୁ ଚିକିତ୍ସା ସମୟରେ ସାମ୍ନାକୁ ଆସିଲା ନୂଆ ଏକ ଫଙ୍ଗସ୍ । ଭୁବନେଶ୍ବର ଏମ୍ସ ଗବେଷକମାନେ ଏକ ନୂଆ ଫଙ୍ଗସ୍ର ସନ୍ଧାନ କରିଛନ୍ତି । ଏହି ନୂଆ ଫଙ୍ଗସ୍ର ନାଁ ‘ଅରୁଣାଲୋକେ’ ରଖାଯାଇଛି । ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସୃଷ୍ଟି କରୁଥିବା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
-
Researchers at AIIMS Bhubaneswar discover a new fungus. @DrVinay118 https://t.co/HYNPR18Qp6
— AIIMS Bhubaneswar (@AIIMSBhubaneswr) August 19, 2021 " class="align-text-top noRightClick twitterSection" data="
">Researchers at AIIMS Bhubaneswar discover a new fungus. @DrVinay118 https://t.co/HYNPR18Qp6
— AIIMS Bhubaneswar (@AIIMSBhubaneswr) August 19, 2021Researchers at AIIMS Bhubaneswar discover a new fungus. @DrVinay118 https://t.co/HYNPR18Qp6
— AIIMS Bhubaneswar (@AIIMSBhubaneswr) August 19, 2021
କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସମୟରେ ଦିଆଯାଉଥିବା ମାତ୍ରାଧିକ ଆଣ୍ଟିବଡି ଫଳରେ ‘ଅରୁଣାଲୋକେ’ ସୃଷ୍ଟି ହେଉଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଷ୍ଟିରଏଡ୍, ଆଣ୍ଟି ବାୟୋଟିକ୍ ଆଦି ଔଷଧ ଫଳରେ କୋରୋନା ସଂକ୍ରମଣ ବ୍ୟକ୍ତି ସୁସ୍ଥ ହୋଇଯାଉଥିଲେ ମଧ୍ୟ ଫଙ୍ଗଲ୍ ଇନ୍ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ । ଯେଉଁ ବ୍ୟକ୍ତିଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ ସେମାନଙ୍କୁ ବ୍ଲାକ୍ ଫଙ୍ଗସ୍ ବା ‘ଅରୁଣାଲୋକେ’ ସଂକ୍ରମଣ ହେବା ସମ୍ଭାବନା ଅଧିକ ।
ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ସଂକ୍ରମଣ ହେଲେ, ନାକରୁ କଳା ରଙ୍ଗର ପାଣି ବାହାରେ । ଆଖି ନାଲି ପଡ଼ି ଫୁଲିଯାଏ । ମୁଣ୍ଡ ଚାରି ପଟୁ ବିନ୍ଧେ । ପାଟି ଭିତରେ ଯନ୍ତ୍ରଣା ହୁଏ ଏବଂ କେତେଜଣଙ୍କ ପାଟି ଭିତରେ କଳା ଦାଗ ମଧ୍ୟ ଦେଖାଯାଏ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ