ଭୁବନେଶ୍ବର: ରାଜ୍ୟରେ ଦେଖାଦେଇଥିବା ପିଆଜ ଦର ବୃଦ୍ଧିର ସଂକଟ ପାଇଁ ସୋମବାର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ସଚିବ ଭି ଭି ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ବ୍ୟବସାୟୀ ସଂଘ, କୁବେରପୁରୀ ବ୍ୟବସାୟୀ ପ୍ରମୁଖ ଯୋଗଦେଇଥିଲେ ।
ବୈଠକରେ ମୁଖ୍ୟତଃ ରାଜ୍ୟରେ ପିଆଜର କେତେ ଆବଶ୍ୟକତା ଅଛି, କେତେ ଆମଦାନୀ ହେଉଛି ଏବଂ କେବେ ସୁଦ୍ଧା ସ୍ଥିତି ସୁଧୁରିବ ସେନେଇ ଆଲୋଚନା ହୋଇଥିଲା । ଡିସେମ୍ବର 10 ତାରିଖ ସୁଦ୍ଧା ପିଜାଜ ଦର କମିବ ଆଶା କରାଯାଉଥିବା ବେଳେ ନାସିକଓ ଇଜିପ୍ଟରୁ 1ଲକ୍ଷ 20 ହଜାର ଟନ ପିଆଜ ଆସିବାର ଅଛି । ଏହି ପିଆଜ ଆସିଗଲେ ଦର କମିବ ବୋଲି ସରକାର ଆଶା ରଖିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ