ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ତଦାରଖ କଲେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ। ଅଧିକ ପଢନ୍ତୁ...

author img

By

Published : Jun 8, 2021, 7:58 PM IST

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ
ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ

ଭୁବନେଶ୍ବର: କୋରୋନା ମହାମାରୀ ଲକଡାଉନ ପାଇଁ ଆଇଏସବିଟି ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟରେ ବିଳମ୍ବ ହେଉଛି । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଦ୍ୱାରା ତାର ନବୀକରଣ କାର୍ଯ୍ୟ ଜାରି ରହିଛି। ଟେଣ୍ଡରରେ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ଏହାର ନବୀକରଣ କାର୍ଯ୍ୟ ଶେଷ ହେବା ନେଇ ସମସ୍ତ ବ୍ୟବସ୍ଥା ଚାଲୁରହିଛି। ଆସନ୍ତା ବର୍ଷ ଜୁନ ଶେଷ ସୁଦ୍ଧା ଏହାର ସମସ୍ତ କାର୍ଯ୍ୟ ଶେଷ ହେବା ନେଇ ଆଶା କରାଯାଉଛି ବୋଲି ବରମୁଣ୍ଡା ଆଇଏସଭିଟି ନବୀକରଣ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ସଞ୍ଜୟ ସିଂହ।

ସେପଟେ ଆଇଏସବିଟି (ISBT) ନବୀକରଣ କାର୍ଯ୍ୟଭାର ଦାୟିତ୍ୱରେ ଥିବା ‘ବ୍ରିଜ ଆଣ୍ଡ ରୁଫ’ ର ଓଡିଶା ମୁଖ୍ୟ ବିଶ୍ୱଜିତ ପାଲ କହିଛନ୍ତି ଲକଡାଉନ କାରଣରୁ ନବୀକରଣ କାର୍ଯ୍ୟର ଅଗ୍ରଗତି ହୋଇପାରିନି, ମୋଟ ୬ ଟି ବ୍ଲକ ନିର୍ମାଣ ହେବାକୁ ଥିବାବେଳେ ୩ ଟି ବ୍ଲକ ନିର୍ମାଣ କାର୍ଯ୍ୟ ସରିବା ଉପରେ,ଖୁବଶୀଘ୍ର ଅନ୍ୟାନ୍ୟ ବ୍ଲକ କାର୍ଯ୍ୟ ଶେଷ ହେବ,ଜୁନ ୨୦୨୨ ଶେଷ ସୁଦ୍ଧା ବସଷ୍ଟାଣ୍ଡ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ।

ବରମୁଣ୍ଡା ଆନ୍ତରାଜ୍ୟ ବସ ଟର୍ମିନାଲ (ISBT) ଦୀର୍ଘ ବର୍ଷ ହେବ ଟେଣ୍ଡର ହୋଇ ପଡିରହିଥିଲା ,୨୦୨୧ ରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ନବୀକରଣ କାର୍ଯ୍ୟ ତଦାରଖ କରିଥିଲେ। ବିଡିଏ ପକ୍ଷରୁ ୧୭୯ କୋଟି ଟଙ୍କାର ଟେଣ୍ଡର ଡକାଯାଇଥିଲା, ବ୍ରିଜ ଆଣ୍ଡ ରୁଫ ଦ୍ୱାରା ଏହି ନବୀକରଣ କାର୍ଯ୍ୟ ଚାଲୁ ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.