ETV Bharat / city

ସ୍ମାର୍ଟସିଟିର ପିକକ ମେନ: ଗୋଟିଏ ଡାକରେ ଛୁଟି ଆସନ୍ତି 50 ମୟୂର

ଆଧୁନିକ ଯୁଗର ବ୍ୟସ୍ତମୟ ମଣିଷକୁ ଟିକିଏ ସ୍ନେହ ମିଳିବା କଷ୍ଟକର । ସେଠାରେ ପଶୁପକ୍ଷୀଙ୍କ କଥା କିଏ ପଚାରେ । ହେଲେ ବର୍ତ୍ତମାନ ସମୟରେ ଆଧୁନିକତା ଭିତରେ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରଫୁଲ୍ଲ ଦାସ ।

ସ୍ମାର୍ଟସିଟିର ପିକକ ମେନ: ଗୋଟିଏ ଡାକରେ ଛୁଟି ଆସନ୍ତି 50 ମୟୂର
author img

By

Published : Aug 19, 2019, 11:55 PM IST

ଭୁବନେଶ୍ବର: ସ୍ନେହ, ପ୍ରେମ ଓ ମମତା । ପରକୁ ଆପଣାର ଓ ଶତ୍ରୁକୁ ମିତ୍ର ବନାଇଥାଏ ଏହି 3ଟି ଗୁଣ । ଆଧୁନିକ ଯୁଗର ବ୍ୟସ୍ତମୟ ମଣିଷକୁ ଟିକିଏ ସ୍ନେହ ମିଳିବା କଷ୍ଟକର । ସେଠାରେ ପଶୁପକ୍ଷୀଙ୍କ କଥା କିଏ ପଚାରେ । ହେଲେ ବର୍ତ୍ତମାନ ସମୟରେ ଆଧୁନିକତା ଭିତରେ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରଫୁଲ୍ଲ ଦାସ ।

ସ୍ମାର୍ଟସିଟିର ପିକକ ମେନ: ଗୋଟିଏ ଡାକରେ ଛୁଟି ଆସନ୍ତି 50 ମୟୂର

ମୟୂରଙ୍କ ପ୍ରତି ତାଙ୍କର ଭଲ ପାଇବା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟାନ୍ବିତ । ସେ ପ୍ରମାଣ କରିଛନ୍ତି କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ସ୍ନେହ ଓ ପ୍ରେମ ପାଇଁ ପାଗଳ । ସେଥିପାଇଁ ତ ତାଙ୍କର ଗୋଟିଏ ଡାକରେ ଛୁଟି ଆସନ୍ତି 50ରୁ ଊର୍ଦ୍ଧ୍ବ ମୟୂର । ତାଙ୍କ ମୟୂର ପ୍ରେମ ଯୋଗୁଁ ଲୋକେ ତାଙ୍କୁ କହନ୍ତି ‘ସ୍ମାର୍ଟସିଟିର ପିକକ ମ୍ୟାନ’ ।

ଭୁବନେଶ୍ବର ଗଙ୍ଗପାଟଣା ଅଞ୍ଚଳରେ ପ୍ରଫୁଲ୍ଲଙ୍କ ଘର । ପେସାରେ ବ୍ୟବସାୟୀ । ଗାଁମୁଣ୍ଡ ଛୋଟିଆ ଦୋକାନରୁ ମେଣ୍ଟେ ଗୁଜୁରାଣ । ଦିନକୁ ଆୟ 300ରୁ ମଧ୍ୟ କମ । ହେଲେ ଅଭାବ ଅନାଟନ ଅଟକାଇପାରିନି ତାଙ୍କ ମୟୂର ପ୍ରେମ । ସବୁଦିନ ଭୋର 4ଟାରୁ ସେ ବାହାରି ଯାଆନ୍ତି ପାଖ ପଡିଆକୁ । 30ରୁ 40 ଟଙ୍କାର ଖାଦ୍ୟ କିଣିନିଅନ୍ତି । ତାଙ୍କ ଗୋଟିଏ ଡାକରେ କାହିଁ କେଉଁଠୁ ଛୁଟି ଆସନ୍ତି ପଲ ପଲ ମୟୂର । କେଉଁ ଦିନ ଧାନ ତ କେଉଁ ଦିନ ସୋରିଷ । ପୁଣି ଆଉ କେଉଁ ଦିନ ମକା ବାଜରା ଭଳି ଶସ୍ୟ । ଖାଦ୍ୟ ଖାଇ ପୁଣି ଜଙ୍ଗଲକୁ ନ ଗଲା ଯାଏଁ ସେ ମୟୂରଙ୍କୁ ଜଗିବସିଥାନ୍ତି ।

ଦିନକୁ ଦିନ ଦେଶରୁ ଅନେକ ଜାତିର ପଶୁପକ୍ଷୀଙ୍କ ବଂଶ ଲୋପ ପାଉଛି । ଅନ୍ୟପଟେ ଶିକାରୀଙ୍କୁ ଦୋଷ ଦେଇ ଆମେ ସରକାରଙ୍କ ପଦକ୍ଷେପକୁ ଅନାଇ ବସିଛେ । ହେଲେ ଯଦି ସମସ୍ତେ ପ୍ରଫୁଲ୍ଲଙ୍କ ଭଳି ପଶୁପକ୍ଷୀ ପ୍ରେମୀ ହୋଇପାରନ୍ତେ, ତାହାଲେ ପଶୁପକ୍ଷୀଙ୍କ ବଂଶ ଲୋପ ଚିନ୍ତା ଦୂର ହୋଇପାରନ୍ତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.