ଭୁବନେଶ୍ବର: ବସ୍ତି ଚାଲ ଅଭିଯାନ ବେଳେ ବସ୍ତିରୁ ନିଶାମୁକ୍ତ ପାଇ ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିସନର । କହିଛନ୍ତି ମହିଳାମାନେ ଚାହିଁଲେ ନିଶାମୁକ୍ତ ହୋଇପାରିବ ବସ୍ତି । ସୁଧୁରିପାରିବ ବସ୍ତିର କ୍ରାଇମ ଓ ଅପରାଧିକ କାର୍ଯକଳାପ । କାରଣ ବସ୍ତି ପାଇଁ କାଳ ସାଜିଛି ନିଶାର ଚାଦର । ଗଂଜେଇ,ଦେଶୀମଦଠୁ ଆରମ୍ଭ କରି ବ୍ରାଉନସୁଗାର ଭଳି ମାଦକ ଦ୍ରବ୍ୟ କାରବାର ଚାଲିଛି । ଯାହାକୁ ସେବନ କରି ଘରେ ପିଲାଠୁ ଆରମ୍ଭ କରି ଯୁବପିଢି ଓ ପୁରୁଷ ଲୋକ ହେଉଛନ୍ତି ବର୍ବାଦ।
ଯାହାର ଶିକାରରେ ଯୁବପିଢି ହେଉ ବା ବ୍ୟକ୍ତି ଘରେ ଘଟାଉଛନ୍ତି ତୁମୁଳକାଣ୍ଡ । ଘରୋଇ ହିଂସାଠୁ ଆରମ୍ଭ କରି ନିଶା ପାଇ ଚୋରି ,ଡକାୟତି ଭଳି ଅପରାଧିକ କାର୍ଯକଳାପରେ ଲିପ୍ତ ରହୁଛନ୍ତି । ତେଵେ ଏସବୁ ମୁକ୍ତ ହୋଇପାରିବ ଯଦି ମହିଳାମାନେ ଚାହିଁବେ। ସେଥିପାଇଁ ସେମାନଙ୍କର ସ୍ବାମୀମାନେ କେଉଠିଁ ନିଶା ସେବନ କରୁଛନ୍ତି । କିଏ ସେମାନଙ୍କୁ ଯୋଗାଉଛି ତାକୁ ନଜର କରନ୍ତୁ । ଏନେଇ ପୋଲିସକୁ ଖବର ଦିଅନ୍ତୁ । ପୋଲିସ ତାଙ୍କୁ କୌଣସି ହଇରାଣ ନକରି ସେମାନଙ୍କ ପାଖରେ ପହଁଚାଉଥିବା ନିଶା ମାଫିଆ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇପାରିବ । ଫଳରେ ବସ୍ତିଚାଲ ଅଭିଯାନ ସଫଳ ହେବ।
ପିଲାପାଠ ପଢି ଏଇ ଥାନାର ଥାନା ଅଧିକାରୀ ହେବେ: ରେଖା ଲୋହାନି
ସେହିପରି ଅତିରିକ୍ତ କମିଶନର ରେଖା ଲୋହାନି ଯୋଗଦେଇ କହିଛନ୍ତି, ଯଦି ଆପଣଙ୍କ ପିଲା ଭଲ ପାଠ ପଢିବେ । ନିଜକୁ ସଠିକ ଭାବେ ଗଢି ତୋଳିବ । ତେବେ ଆପଣଙ୍କ ଗହଣରେ ଥିବା ପୋଲିସ ପରି ଏଇ ଥାନାରେ ଅଫିସର ହୋଇପାରିବ। ତେଣୁ ଆପଣଙ୍କୁ ପୋଲିସକୁ ସହଯୋଗ କରିବାକୁ ପଡିବ । ଅପରାଧିକ କାର୍ଯକଳାପ କରୁଥିବା ଲୋକଙ୍କ ବିଷୟରେ ୧୧୨କୁ କଲ କରି ଜଣେଇଲେ । ସେମାନଙ୍କୁ ପୋଲିସ ଧରିବ। ଆପଣଙ୍କ ପାଇଁ ସହର ଚିନ୍ତିତ । ଆପଣଙ୍କ ପାଇଁ ହେଲଥ ଚେକପର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ କରାଯାଇଛି କେବଳ ଆପଣଙ୍କର ପୋଲିସ ପ୍ରତି ବନ୍ଧୁତ୍ବପୁର୍ଣ୍ଣ ଭାବନା ସୃଷ୍ଟି ହେବ।
ସିଭିଲ ଡ୍ରେସ ପିନ୍ଧା ପୋଲିସ ସାଜିବେ ବସ୍ତି ବାସିନ୍ଦା:ଡିସିପି
ସେପଟେ ବସ୍ତି ଚାଲ ଅଭିଯାନରେ ଭୁବନେଶ୍ଵର ଡିସିପି କହିଛନ୍ତି ସହରର ଆତ୍ମା ବସ୍ତିରେ ରୁହେ । ଯେପରି ଗାଁରେ ଭାଇଚାରରାର ଭାବ ଥାଏ ।ତାହା କେବଳ ସହରରେ ଗାଁର ଭାବ ବସ୍ତିରେ ଅନୁଭବ ହୁଏ। ବସ୍ତି ନଥିଲେ ସହରିଆଙ୍କ ଜୀବନ ଜିଇଁଵା ସମ୍ଭବ ନୁହେଁ। କାରଣ ସହରର ବିକାଶ କାମ ବସ୍ତିରଲୋକଙ୍କ ଦ୍ଵାରା ହିଁ ହୋଇଥାଏ । ତେଣୁ ସହର ସୁରକ୍ଷା ଚିନ୍ତା ଗୁରୁତ୍ବ ଦେବା ମାନେ ବସ୍ତିକୁ ଗୁରୁତ୍ବ ଦେବା।
ତେଣୁ ପ୍ରତ୍ୟକ ବସ୍ତିରେ ଦୁଇଜଣ ଲେଖାଁଏ ବସ୍ତିମିତ୍ର ରହିବେ । ଯେକି ବସ୍ତିର କୈଣସି ମତେ ଅପରାଧିକ କାର୍ଯ୍ୟକୁ ପ୍ରଶୟ ଦେଵେ ନାହିଁ। କେହି ବାହାରୁ ଆସିଲେ ପୋଲିସକୁ ଖବର ଦେଵେ । ଥାନାର ଅଧିକାରୀ ବସ୍ତି ସଂକ୍ରାନ୍ତୀୟ ତଥ୍ୟ ପାଖରେ ରଖିବେ। ଆମେ ଚାହୁଁ ସିଭିଲ ଡ୍ରେସ ପିନ୍ଧା ପୋଲିସ ଚାହୁଁଛୁ । ଯାହା ଆପଣମାନେ ସାଜି ଆମକୁ ଏଭଳି ଅପରାଧ ଓ ଅପରାଧି ବିରୋଧ ଲଢେଇରେ ସହଯୋଗ କରିବେ।
ଏୟାରଫିଲଡ ଥାନା ଅଞ୍ଚଳରେ ବସ୍ତିଚାଲ ଅଭିଯାନ କରି ହେଲଥ ଚେକପ ଠାରୁ ଆରମ୍ଭ କରି ବ୍ଲଡ ଡୋନେସନ ସହ ବସ୍ତି ବାସିନ୍ଦାଙ୍କ ସହ ମିଶି ମନୋରଞ୍ଜନ କାର୍ଯକ୍ରମ ଜରିଆରେ ଯୋଡି ହେବାକୁ ପ୍ରୟାସ କରିଥିଲା ପୋଲିସ । ଏନେଇ ଅନେକ ବସ୍ତି ଲୋକ ସାମିଲ ହେବା ସହ ନାଚ ଗୀତରେ କୁନି କୁନି ପିଲା ଭାଗ ନେଇଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ