ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡରେ ଆରମ୍ଭ ହେଲା ଉଚ୍ଛେଦ - ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନୟନକରଣ

ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣକୁ ଦୃଷ୍ଟିରେ ରଖି ସୋମବାର ବସଷ୍ଟାଣ୍ଡର ଏଣ୍ଟ୍ରି ଓ ଏକଜିଟ ଗେଟ ପାଖରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି । ଅଧିକ ପଢନ୍ତୁ...

barmund bus stand enforcement work
ବରମୁଣ୍ଡାର ବସଷ୍ଟାଣ୍ଡରେ ଆରମ୍ଭ ହେଲା ଉଚ୍ଛେଦ
author img

By

Published : Dec 21, 2020, 8:22 PM IST

ଭୁବନେଶ୍ବର: ବରମୁଣ୍ଡା ବସ ଷ୍ଟାଣ୍ଡ ଭିତରୁ ଜବର ଦଖଲ ଉଚ୍ଛେଦ। ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣକୁ ଦୃଷ୍ଟିରେ ରଖି ସୋମବାର ବସଷ୍ଟାଣ୍ଡର ଏଣ୍ଟ୍ରି ଓ ଏକଜିଟ ଗେଟ ପାଖରେ ଥିବା ଜବରଦଖଲ ହଟାଯାଇଛି।

ଦୀର୍ଘ ଦିନ ଧରି ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ସରକାରୀ ଜମି ମଧ୍ୟରେ ବହୁ ଦୋକାନ, ପାଚେରୀ, ଶୌଚାଳୟ ଗଢି ଉଠିଥିଲା । ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବସଷ୍ଟାଣ୍ଡ ଭିତରେ ଥିବା ପ୍ରାୟ ୭ ବଖରା ଘର, ଗୋଟିଏ ଶୌଚାଳୟ, ୫୦ ସ୍କୋୟାର ଫୁଟ ପାଚେରୀ ଭଙ୍ଗାଯାଇଛି । ମୋଟ ୧୭୦୦ ସ୍କୋୟାର ଫୁଟ ସରକାରୀ ଜମିରୁ ଜବରଦଖଲ ହଟାଯାଇଛି । ବିଏମସି,ବିଡିଏ ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଜବରଦଖଲ ହଟାଯାଇଛି ।

ବରମୁଣ୍ଡାର ବସଷ୍ଟାଣ୍ଡରେ ଆରମ୍ଭ ହେଲା ଉଚ୍ଛେଦ

ସୂଚନା ଥାଉ କି ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନୟନକରଣ ପାଇଁ ନିର୍ମାଣ କାର୍ଯ୍ୟ ଘରୋଇ କମ୍ପାନୀ ବ୍ରିଜ ଆଣ୍ଡ ରୁଫକୁ ଟେଣ୍ଡର ଦିଆଯାଇଛି । ପାଖାପାଖି ୧୮୦ କୋଟି ଟଙ୍କାରେ ବହୁତଳ କାର୍ଯ୍ୟାଳୟ, ପାର୍କିଙ୍ଗ ବ୍ୟବସ୍ଥା, ଶୌଚାଳୟ , ରିଫ୍ରେଶମେଣ୍ଟ କକ୍ଷ ନିର୍ମାଣ ହେବ ।

୨୦୦ ରୁ ୩୦୦ ବସ ପାର୍କିଙ୍ଗ ବ୍ୟବସ୍ଥା ରହିଛି । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ନେଇ ତଦାରଖ କରିଥିଲେ। ତେବେ ଆସନ୍ତା ୨୦୨୧ ମଧ୍ୟ ଭାଗରେ ବସ ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.