ଭୁବନେଶ୍ବର: ରାଜଧାନୀରେ ପୋଲିସକୁ ଖାତିର ନାହିଁ । ବେଫିକର ଦୁର୍ବୃତ୍ତ । ଦିନ ଦ୍ବିପହରରେ ବ୍ୟାଙ୍କ ସିକ୍ୟୁରିଟି ସିଷ୍ଟମ ଭାଙ୍ଗି ଲୁଟ ଉଦ୍ୟମ କଲେ ଦୁର୍ବୃତ୍ତ । ମୌକାରେ ଛକା ପିଟିବାକୁ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମଝିଗରା ଛକ ନିକଟ ଲକ୍ଷ୍ମୀବିଳାସ ବ୍ୟାଙ୍କରୁ ଲୁଟ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ।
ପୋଲିସ ସୁତ୍ରରୁ କୌଣସି ଲୁଟପାଟ ହୋଇନଥିବା କୁହାଯାଇଛି। ସେପଟେ ପୋଲିସ ସତ କହୁଛି ନା ଇମେଜ ଲୁଚାଇବାକୁ ମିଛ କହୁଛି ତାହା ଏଯାଏ ସ୍ପଷ୍ଟ ହୋଇନି। ହେଲେ କମିସନରେଟ ପୋଲିସର ବଛା ବଛା ଅଫିସର ଓ ଷ୍ଟାଫ ସହ ଟପ ଲେଭଲ ନେତୃତ୍ବ ନେଉଥିବା ସୁପରିୟର ଅଫିସର ଥାଇ ବି ଅପରାଧୀ ପୋଲିସକୁ ଚକମା ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି କଥା କହି ମିଡିଆର ଧ୍ୟାନ ବଦଳାଉଥିବା ଅଫିସର ଏବେ ସହରର ଅପରାଧୀ ରୋକିବାରେ ଏକ ପ୍ରକାର ବିଫଳ ମାରିଛନ୍ତି। ପୋଲିସ ଏତେ ଚେକିଂ ପାଟ୍ରୋଲିଂ, ହାଇଆଲର୍ଟରେ ଥାଇ ବି ସବୁ କିଛି ଫେଲ ମାରିଛି।
ପୂର୍ବରୁ ବିଧାୟକଙ୍କ କ୍ବାଟରରୁ ଚୋରି, ସରକାରୀ ଅଫିସ ନ ତାଲା ଏପରିକି ଲୋକସେବା ଭବନରୁ ମଧ୍ୟ ଚୋରି ଉଦ୍ୟମ ସହ ସରକାରୀ ଅଫିସଠୁ ଆରମ୍ଭ କରି ବେସରକାରୀ ଅଫିସ । ଲୋକଙ୍କ ଘର ମେଡିସିନ ଷ୍ଟୋର ଦୋକାନ ଡାଲି ଚାଉଳ କିଛି ଛାଡୁ ନାହାନ୍ତି। ହେଲ ଅଫିସର ଆପ ଡେଭଲପରେ ବ୍ୟସ୍ତ ଅଛନ୍ତି କେବଳ ସେମାନଙ୍କ ଟ୍ରାକ ରେକର୍ଡକୁ କଏଦ କରିବାକୁ । ଯାହା ରାଜଧାନୀରେ ପୋଲିସର ଭାବମୂର୍ତି ନେଇ ପ୍ରଶ୍ନ ଉଠିଲାଣି କଣ ପୋଲିସ ସିଷ୍ଟମରେ ଆବଶ୍ୟକ ହେଉଛି କି ପରିବର୍ତନ।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ