ETV Bharat / city

ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି: ମୁଖ୍ୟମନ୍ତ୍ରୀ

ଦେଶ ବିଦେଶରେ ଥିବା ପ୍ରବାସୀ ଓଡିଆମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ସୋସିଆଲ ମଡିଆରେ ପୋଷ୍ଟ କରିବା ସହିତ ମୁଖ୍ୟମନ୍ତ୍ରଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ କରିଥିଲେ । ଯାହା ଫଳରେ ମୁଖ୍ୟମନ୍ତ୍ରୀ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

author img

By

Published : May 30, 2020, 8:42 PM IST

bande-utkal-janani-song-i-sincerely-thank-everyone-said-chief-minister
ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାରା ବିଶ୍ବରେ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି(ଶନିବାର) ସନ୍ଧ୍ୟା 5.30ରେ ସାରା ଓଡିଶା ଓ ଓଡିଶା ବାହାରେ ଥିବା ସମସ୍ତ ଓଡିଆ କୋରୋନା ଯୋଦ୍ଧାଙ୍କୁ ସମ୍ମାନର୍ଥେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । ତେବେ ଏହି ଧାରାରେ ନିଜ ମଧ୍ୟ ସାମିଲ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ ।

bande-utkal-janani-song-i-sincerely-thank-everyone-said-chief-minister
ସୌଜନ୍ୟ- ଟ୍ବିଟର @Naveen_Odisha

ତେବେ ଦେଶ ବିଦେଶରେ ଥିବା ପ୍ରବାସୀ ଓଡିଆମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ସୋସିଆଲ ମଡିଆରେ ପୋଷ୍ଟ କରିବା ସହିତ ମୁଖ୍ୟମନ୍ତ୍ରଙ୍କ ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ କରିଥିଲେ । ଯାହା ଫଳରେ ମୁଖ୍ୟମନ୍ତ୍ରୀ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଆକାଉଣ୍ଟରେ ଏହି ଭିଡିଓ ଗୁଡିକ ପୋଷ୍ଟ ହେବା ସହ ଉଲ୍ଲେଖ ହୋଇଛି, ‘‘ ବିଶ୍ବର କୋଣଅନୁକୋଣରେ ସାଢ଼େ ୪ କୋଟି ଓଡ଼ିଆ ସାଢେ ୪ ମିନିଟ ଧରି ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ଜଣାଇଥିବା ସମ୍ମାନ ବାସ୍ତବ ପକ୍ଷେ ଭାବ ଉଦ୍ରେକ । ଏହା ହିଁ ଆମ ଓଡ଼ିଆ ସ୍ବାଭିମାନ, ଆମ ଓଡ଼ିଆ ଏକତାର ପରିଚୟ। ସମସ୍ତଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ।

ସୌଜନ୍ୟ- ଟ୍ବିଟର @Naveen_Odisha

ସେହିପରି ଯେଉଁଭଳି ଭାବରେ ସମସ୍ତ ରାଜନୈତିକ ଦଳ ସାମିଲ ହେଲେ ଆଉ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ସାମୁହିକ ଗାନ କରାଗଲା ତାହା ବଡ଼ ସଫଳତା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.