ETV Bharat / city

ଆଜି ମହାପ୍ରଭୁଙ୍କ ବନକଲାଗି; ରାତିରୁ ଆରମ୍ଭ ହେବ ନୀତିକାନ୍ତି

author img

By

Published : Jul 15, 2021, 12:44 PM IST

Updated : Jul 15, 2021, 2:03 PM IST

ଶ୍ରୀଗୁଣ୍ଡିଚା ଯାତ୍ରାରେ ଥିବା ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ । ରାତିରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଜି ମହାପ୍ରଭୁଙ୍କ ବନକଲାଗି
ଆଜି ମହାପ୍ରଭୁଙ୍କ ବନକଲାଗି

ପୁରୀ: ଆଡପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଚାଲିଛି ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରରେ ଥିବା ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ । ରାତିରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଆଜି ମହାପ୍ରଭୁଙ୍କ ବନକଲାଗି

ହେରାପଞ୍ଚମୀ ପୂର୍ବଦିନ ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି ପରମ୍ପରା ଅନୁଯାୟୀ ଆଜି ସଂନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ପ୍ରାୟ 6 ଘଣ୍ଟା ଧରି ଏହି ନୀତି ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି ହେରାପଞ୍ଚମୀ ।

ଶ୍ରୀଜିଉଙ୍କ ଶ୍ରୀମୁଖ ଶୃ୍ଙ୍ଗାରରେ କସ୍ତୁରୀ,କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣକୁ ଲାଗି କରାଯାଇ ବନକଲାଗି ଜରିଆରେ ଏହି ନୀତିକୁ ଶେଷ ସ୍ପର୍ଶ ଦିଆଯିବ । ଦତ୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ବା ବିଶେଷ ନୀତି ସମ୍ପାଦନ କରିବେ । କଳା, ଧଳା, ନାଲି, ହରିତାଳ, ହିଙ୍ଗୁଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Jul 15, 2021, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.