ଭୁବନେଶ୍ବର: ଆଗାମୀ ଦିନରେ ବାଲେଶ୍ବର ଜିଲ୍ଲାର ପର୍ଯ୍ୟଟନ୍ ହବ୍ ହେବ ଦୁର୍ଗାଦେବୀ । ଏନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ୍ । ବିଭିନ୍ନ ଐତିହାସିକ ସ୍ଥାନକୁ ନେଇ ପ୍ରାକ୍ଟିକାଲି ଭାବେ ପିଲାଙ୍କୁ ଜ୍ଞାନ ଦିଆଯିବ । ଯାହାର ଆରମ୍ଭ ବାଲେଶ୍ବରର ଦୁଗାଦେବୀରୁ ହିଁ ହେବ । ଆଗାମୀ ଦିନରେ ଦୁର୍ଗାଦେବୀ ସମ୍ପର୍କରେ ଜାଣିବା ପାଇଁ ପିଲାଙ୍କୁ ଦିଆଯିବା ଶିକ୍ଷାଦାନ । ଏ ନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
![ଦୁର୍ଗାଦେବୀ ହେବ ବାଲେଶ୍ବରର ପର୍ଯ୍ୟଟନ ହବ୍ : ପର୍ଯ୍ୟଟନ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/od-bbsr-08-durgadevi-tourist-place-7209787_22072021210147_2207f_1626967907_1085.jpg)
ଆଜି(ଗୁରୁବାର) ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଐତିହସ୍ଥଳୀ ଦୁର୍ଗାଦେବୀ ଗସ୍ତ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, "ଦୁର୍ଗାଦେବୀ ଓଡ଼ିଶାର ବିରଳ ସଂସ୍କୃତି ହୋଇଥିବାରୁ ଏସମ୍ପର୍କରେ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନ ଦିଆଯିବ । ସେତେବେଳେ କୃଷି ଓ ଲୌହ ସଭ୍ୟତା କିଭଳି ଆରମ୍ଭ ହୋଇଥିଲା, ସେମାନେ କୃଷି ପାଇଁ ବିଜ୍ଞାନ ବା ଜ୍ଞାନକୌଶଳ କେମିତି ବ୍ୟବହାର କରୁଥିଲେ ଏମିତିକି ଅନେକ ଇତିହାସ ସମ୍ପର୍କିତ କଥା ଆଗାମୀ ଦିନରେ ଶ୍ରେଣୀଗୃହରେ ପିଲାଙ୍କୁ ପଢ଼ାଯିବ । କାରଣ ଦୁର୍ଗାଦେବୀରେ ଲୌହ ଯୁଗର ସନ୍ଧାନ ମିଳିଛି, ଯାହା ଭାରତର ବିରଳ । ସେତେବେଳେ ଟେକ୍ନୋଲୋଜିର କେମିତି ଉଦ୍ଭାବନ ହୋଇଥିଲା ? ଲୋକେ କେମିତି ଏହାକୁ ବ୍ୟବହାର କରୁଥିଲେ ? ଏସମ୍ବନ୍ଧରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍ ଜ୍ଞାନ ଦିଆଯିବ ।
![ଦୁର୍ଗାଦେବୀ ହେବ ବାଲେଶ୍ବରର ପର୍ଯ୍ୟଟନ ହବ୍ : ପର୍ଯ୍ୟଟନ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/od-bbsr-08-durgadevi-tourist-place-7209787_22072021210147_2207f_1626967907_963.jpg)
ଆଗାମୀ ଦିନରେ ଦୁର୍ଗାଦେବୀ ପର୍ଯ୍ୟଟନସ୍ଥଳକୁ ଅଧିକରୁ ଅଧିକ ପ୍ରସାର କରାଯିବ । ଛାତ୍ରଛାତ୍ରୀ ଦୁର୍ଗାଦେବୀ ବୁଲିବା ସହ ଜାଗା ସମ୍ପର୍କରେ ଏସମ୍ପର୍କରେ ଜ୍ଞାନ ହାସଲ କରିବେ । ଏଥିପାଇଁ ସେଠାରେ ଏକ ସାଇଟ୍ ସଂଗ୍ରହାଳୟ ନିର୍ମାଣ ହେବ ଏବଂ ସ୍ଥାନୀତ ହେବ ଉତଖନନର ସମସ୍ତ ସାମଗ୍ରୀ । ଦୁର୍ଗାଦେବୀରେ ବହୁ ପୁରୁଣା ସଭ୍ୟତା ଥିବାରୁ ବଡ଼ ପ୍ରକଳ୍ପ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଗୁରୁବାର ପ୍ରତ୍ନତତ୍ତ୍ବବିତ୍ ଡକ୍ଟର ସୁନୀଲ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ ଏବଂ ଅନ୍ୟ ଅଧିକାରୀମାନେ ରେମୁଣା ତହସିଲରେ ଥିବା ଦୁର୍ଗାଦେବୀ ପରିଦର୍ଶନ କରିଛନ୍ତି ।
![ଦୁର୍ଗାଦେବୀ ହେବ ବାଲେଶ୍ବରର ପର୍ଯ୍ୟଟନ ହବ୍ : ପର୍ଯ୍ୟଟନ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/od-bbsr-08-durgadevi-tourist-place-7209787_22072021210147_2207f_1626967907_291.jpg)
![ଦୁର୍ଗାଦେବୀ ହେବ ବାଲେଶ୍ବରର ପର୍ଯ୍ୟଟନ ହବ୍ : ପର୍ଯ୍ୟଟନ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/od-bbsr-08-durgadevi-tourist-place-7209787_22072021210147_2207f_1626967907_179.jpg)
ବର୍ଷା ଦିନ ଯୋଗୁଁ ବର୍ତ୍ତମାନ ଦୁର୍ଗାଦେବୀରେ ଖନନ ପ୍ରକ୍ରିୟା ବନ୍ଦ ରହିଛି । ଅକ୍ଟୋବର ମାସରେ ପୁଣି ଉତଖନନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାର ଉନ୍ନତି ପାଇଁ ପ୍ରାୟ ୨୫ ଲକ୍ଷ ଖର୍ଚ୍ଚ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁସାରେ ବିକାଶମୂଳକ କାମ ହାତକୁ ନେବାକୁ ସଂସ୍କୃତି ବିଭାଗକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସେଠାରେ ସବୁଜୀକରଣ ସାଙ୍ଗକୁ ବଗିଚା, ବସିବା ପାଇଁ ସ୍ଥାନ, ଆକର୍ଷଣୀୟ ପରିବେଶ କରାଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ