ଭୁବନେଶ୍ବର: ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଆଜି ସକାଳେ 61 ବର୍ଷ ବୟସରେ ତାଙ୍କର ହୃତଘାତରେ ତାଙ୍କର ପରଲୋକ ହୋଇଛି ।
ସେପଟେ ତାଙ୍କର ଦେହାନ୍ତ ଖବର ପାଇ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଘରୋଇ ହସ୍ପିଟାଲ ସାମ୍ନାରେ ବିଜେପି କର୍ମୀଙ୍କ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ନେତା ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।
2019 ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଧାୟକ ମଦନ ମୋହନ ଦତ୍ତ ।
ଆସନ୍ତୁ ନଜର ପକାଇବା ବିଧାୟକ ମଦନ ମୋହନ ଦତ୍ତଙ୍କ ରାଜନୈତିକ କ୍ୟାରିୟର ଉପରେ...
- 1957 ମସିହାରେ ଜନ୍ମ ଗ୍ରହଣ କରିଥିଲେ ମଦନ ମୋହନ ଦତ୍ତ ।
- ସେ 2002 ମସିହାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାବେ ଦାଇତ୍ବ ସମ୍ଭାଳିଥିଲେ ।
- 2007ରେ ରେମୁଣା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
- 2012ରେ ଜିଲ୍ଲାପରିଷଦ ନିର୍ବାଚନରେ ପରାଜିତ ହୋଇଥିଲେ ।
- 2014 ସାଧାରଣ ନିର୍ବାଚନରେ ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରିବା ପରେ ତତ୍କାଳୀନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଠାରୁ ଅଳ୍ପ କିଛି ବ୍ୟବଧାନରେ ପରାଜିତ ହୋଇଥିଲେ ।
- 2017ରେ ବିଜେପି ଜିଲ୍ଲା ସଭାପତି ଭାବେ ଦାୟିତ୍ବ ନେଇ ପଞ୍ଚାୟତ ନିର୍ବାଚନରେ ନେତୃତ୍ବ ନେଇଥିଲେ ।
- 2019 ମସିହାରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଧାୟକ ମଦନ ମୋହନ ଦତ୍ତ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଲକ୍ଷ୍ମୀକାନ୍ତ ଦାସ ଓ ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ