ETV Bharat / city

ନିମ୍ନମାନର ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଚେତାବନୀ - ବାଲେଶ୍ବରରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

ବାଲେଶ୍ଵର ସହରର 24, 25 ଓ 27 ନଂ ୱାର୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନତମାନର କାମ କରିବା ପାଇଁ ଦାବି ଉଠିଛି । ଅଧିକ ପଢ଼ନ୍ତୁ

Locals have complained of poor road and drain work in Balasore
ବାଲେଶ୍ବରରେ ରାସ୍ତା ଓ ଡ୍ରେନ କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଅଞ୍ଚଳବାସୀ
author img

By

Published : Jun 6, 2022, 8:10 PM IST

ବାଲେଶ୍ଵର: ସହରର 24, 25 ଓ 27 ନଂ ୱାର୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନତମାନର କାମ କରିବା ପାଇଁ ଦାବି ଉଠିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିମ୍ନ ମାନର କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ନିମ୍ନମାନର ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଚେତବନୀ
24, 25 ଓ 27 ନଂ ୱାର୍ଡରେ ରାସ୍ତା ଓ ଡ୍ରେନ କାମରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା ଅନେକ ଥର ସମ୍ପୃକ୍ତ ଠିକାଦାରଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା । ବିଭାଗୀୟ ଅଧିକାରୀମାନେ ରାସ୍ତାକାମବେଳେ ଅନୁପସ୍ଥିତ ରହୁଥିବାରୁ ମନମୁଖୀ ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।

ଡ୍ରେନ କାମରେ ଯେଉଁ ସାମଗ୍ରୀ ବ୍ୟବହାର ହେବା କଥା ତାହା ହେଉନାହିଁ । ଡ୍ରେନ୍‌ ପାର୍ଶ୍ବରେ ପ୍ୟାକେଜିଂ ମଧ୍ୟ ଠିକ୍‌ ଭାବରେ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ସେହିପରି ରାସ୍ତାକାମରେ ପିଚୁ ବିଛାଇବାରେ ଅନିୟମିତତା ହୋଇଛି । ସଦ୍ୟ ନିର୍ମିତ ହୋଇଥିବା ରାସ୍ତା ଉପରୁ ପିଚୁ ଆପେଆପେ ଉଠି ଯାଉଥିବା ଅଭିଯୋଗ ହୋଇଛି । ଏ ବାବଦରେ ସମସ୍ତ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ବିଲ ଦେବାବେଳେ ଅର୍ଥ କାଟ କରିବା ପାଇଁ ଦାବି କରାଯାଇଛି । ବାକିଥିବା କାର୍ଯ୍ୟ ଠିକ୍‌ ଭାବେ କରା ନଗଲେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.