ETV Bharat / city

କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ ବ୍ୟବସାୟ - କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ୍‌ ବ୍ୟବସାୟ

କେକ୍‌ ବ୍ୟବସାୟୀଙ୍କ ଉପରେ ଭାରି ପଡିଲା ରାତ୍ରୀକାଳୀନ କର୍ଫ୍ୟୁ । ସେଲିବ୍ରେସନ ନଥିବାରୁ ମାନ୍ଦା ପଡିଲା କେକ ବେପାର । ପଢନ୍ତୁ ଆମର ଏହି ରିପୋର୍ଟ...

କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ୍‌ ବ୍ୟବସାୟ
କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ୍‌ ବ୍ୟବସାୟ
author img

By

Published : Jan 1, 2021, 1:34 PM IST

ଭୁବନେଶ୍ବର: ରାଜ୍ୟରେ ଫିକା ପଡିଲା ନବବର୍ଷ ସେଲିବ୍ରେସନ । କଟକଣା ଯୋଗୁଁ ନିରବରେ ନବବର୍ଷକୁ ସ୍ବାଗତ କରିଛନ୍ତି ରାଜ୍ୟବାସୀ । ରାଜ୍ୟବ୍ୟାପୀ କର୍ଫ୍ୟୁ ସାଙ୍ଗକୁ ଟ୍ବିନ ସିଟିରେ 144 ଧାରା ବଳବତ୍ତର ଏଥର ନବବର୍ଷର ମାହୋଲକୁ ଧୂଳିସାତ କରି ଦେଇଛି । ଫଳରେ ଏଥର ମାନ୍ଦା ପଡିଲା କେକ୍‌ ବେପାର ।

କର୍ଫ୍ୟୁ ପାଇଁ ମାନ୍ଦା ପଡିଲା କେକ୍‌ ବ୍ୟବସାୟ

ନବବର୍ଷ ଆସିବା ପୂର୍ବରୁ ରାଜଧାନୀର ବିଭିନ୍ନ ଗଳିକନ୍ଦରେ ବେକାରୀ ଦୋକାନ ଖୋଲାଯାଇଥିଲା । କୋରୋନା ପାଇଁ ସେମିତିରେ ବେପାର ବଣିଜ ଠପ ହୋଇପଡିଥିଲା । ହେଲେ ନବବର୍ଷକୁ ଲୋକେ କେକ୍‌ କାଟି ଉତ୍ସବ ମନାଇବେ ବୋଲି ଭୁବନେଶ୍ବରର ଅନେକ ବେକେରି ମାଲିକ ପ୍ରସ୍ତୁତ ଥିଲେ । କେକ ବିକ୍ରିକୁ ନେଇ ଅଫର ବର୍ଷା କରିଥିଲେ । ହେଲେ ଠିକ ସମୟରେ ସରକାରଙ୍କ କର୍ଫ୍ୟୁ ଓ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଯୋଗୁଁ ମଉଳି ଗଲା ବ୍ୟବସାୟ ।

ପ୍ରତିବର୍ଷ ଇଂରାଜୀ ନବବର୍ଷକୁ ସ୍ବାଗତ କରିବାକୁ ଲୋକେ ଜିରୋ ନାଇଟର ସେଲିବ୍ରେସନ କରିଥାନ୍ତି । ଯେଉଁଠି ସେମାନେ ଖାଇପିଇ ନାଚଗୀତ କରିଥାନ୍ତି । ପୁରୁଣା ବର୍ଷକୁ ବିଦାୟ ଦେଇ ନୁଆ ଏକ ବର୍ଷକୁ ସ୍ବାଗତ । ସେଥିପାଇଁ ରାତି 12 ଟା ବାଜିବା ମାତ୍ରେ କେକ୍‌ କାଟି ପରିସ୍ପରକୁ ମୁହଁ ମିଠା କରି ନୂଆ ବର୍ଷ ନୂଆ ଆଶା, ଖୁସି ଆଣିବ ବୋଲି ଉତ୍ସାହ ମନାଇଥାନ୍ତି । ହେଲେ କର୍ଫ୍ୟୁ ପାଇଁ ଏଥର ସମସ୍ତେ ଘରେ ରହି ନିରବରେ ପାଳନ କରିଥିଲେ ।

ପ୍ୟାରିସ ବେକେରୀର ମାଲିକ ବିଟି ଭରଦ୍ବାଜ କହିଛନ୍ତି, ଓଡିଶା ସହ କୋଲକାତାରେ ତାଙ୍କର ପାଖାପାଖି 32 ଟି ଦୋକାନ ରହିଛି । ପ୍ରତି କେକ ପିଛା 15 ରୁ 20 ପ୍ରତିଶତ ଅଫର ଦେଇଥିଲେ । ହେଲେ 2020ରେ ଆଶାନୁରୂପକ କେକ ବିକ୍ରି ହୋଇଥିଲା । ହେଲେ ଚଳିତ ବର୍ଷ ଅଫର ଦେଇ ମଧ୍ୟ ବେପାର ଠପ୍‌ ପଡିଥିବା ସେ କହିଛନ୍ତି ।

ଅନ୍ୟପଟେ, ୱାନ ବେକ ସପର ନିର୍ଦ୍ଦେଶକ ସଚିନ ରାଜୁ କହିଛନ୍ତି ଯେ, ରାଜ୍ୟରେ ପାଖାପାଖି ତାଙ୍କର 42ଟି ଦୋକାନ ରହିଛି । ବିଭିନ୍ନ ଡିଜାଇନର କେକ ପ୍ରସ୍ତୁତ କରାଯାଇଥାଏ । ଆଉ ଗ୍ରାହକଙ୍କ ଅର୍ଡର ମୁତାବକ କେକ ମଧ୍ୟ ତିଆରି କରାଯାଏ । ଏଥର ରେନବୋ କେକ ନୂଆ ରୂପରେ ବନାଇଥିଲେ। ଏହା ସହ ଅନ୍ୟ କେକ ଦୋକାନକୁ ଟକ୍କର ଦେବାକୁ ଏମାନେ ମଧ୍ୟ ଅଫର ଦେଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ନାଇଟ କର୍ଫ୍ୟୁ କେକ ବିକ୍ରି ଉପରେ ବଡ ପ୍ରତିବନ୍ଧକ ସାଜିଥିଲା ବୋଲି ସଚିନ ରାଜୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.