ETV Bharat / city

ବଲିଉଡରେ ଡ୍ରଗ୍ସ କାରବାର: ଜୟା ବଚ୍ଚନଙ୍କୁ ଟାର୍ଗେଟ କଲେ ବୈଜୟନ୍ତ - ବିବାଦରେ ବଲିଉଡ

ସଂସଦରେ ଜୟା ବଚ୍ଚନଙ୍କ ବିବୃତ୍ତିକୁ ନେଇ ଚାରଆଡେ ଚର୍ଚ୍ଚା । ଏପଟେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ବିଟ କରି ଜୟା ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ବିବାଦରେ ବଲିଉଡ: ଜୟା ବଚ୍ଚନଙ୍କୁ ବୈଜୟନ୍ତଙ୍କ ଟାର୍ଗେଟ

author img

By

Published : Sep 15, 2020, 4:47 PM IST

Updated : Sep 15, 2020, 7:08 PM IST

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ସିବିଆଇ ନିଜ ହାତକୁ ନେବା ପରେ ମାୟାନଗରୀ ମୁମ୍ବାଇ ସ୍ଥିତ ବଲିଉଡର ମାୟା ଜାଲର ସୂତା ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ବଲିଉଡର ଭିତରର କଳା କାରନାମା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି, ଯାହାକୁ ନେଇ ସମ୍ପୂର୍ଣ୍ଣ ଫିଲ୍ମୀ ଇଣ୍ଡଷ୍ଟ୍ରୀରେ ସୃଷ୍ଟି ହୋଇଛି ଫାଟ । ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମହାସଂଗ୍ରାମ ଭିତରେ, ସଂସଦରେ ରବି କିଷାନଙ୍କ ବିସ୍ଫୋରକ ବୟାନ ପରେ ଏବେ ଏଣ୍ଟ୍ରି ମାରିଛନ୍ତି ବଲିଉଡର କଳାକାର ଜୟା ବଚ୍ଚନ । ମାମଲାରେ ଶିବସେନାର ଆଭିମୁଖ୍ୟକୁ ସମର୍ଥନ ପରେ ଏବେ ସମସ୍ତଙ୍କ ଟାର୍ଗେଟରେ ଜୟା ।

ବଲିଉଡରେ ଡ୍ରଗ୍ସ କାରବାର: ଜୟା ବଚ୍ଚନଙ୍କୁ ଟାର୍ଗେଟ କଲେ ବୈଜୟନ୍ତ

ବଲିଉଡର କଳା କାରନାମାକୁ ପର୍ଦ୍ଦାଫାଶ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ ସୁଶାନ୍ତଙ୍କ ନ୍ୟାୟ ଦାବି କରୁଥିବା ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଜୟାଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ବଲିଉଡରେ ଡ୍ରଗ୍ସ ବ୍ୟବହାର ଓ ଆଇଏସଆଇ ସହ ସମ୍ପୃକ୍ତ ଆର୍ଥିକ ନେଟୱାର୍କ ବିରୋଧରେ ଲଢେଇ କରୁଥିବା ବ୍ୟକ୍ତିଙ୍କ ପାଇଁ ଜୟାଜୀ ସମର୍ଥନ ଦେଖାଇବେ ନାହିଁ ବୋଲି ଆଶା କରିନଥିଲି। ମୁଁ ଆଶା କରୁଛି ଯେ ବରିଷ୍ଠ ବଲିଉଡ ବ୍ୟକ୍ତିତ୍ୱମାନେ ଏହି ଗଭୀର ବିପଦଗୁଡ଼ିକ ବାବଦରେ ସ୍ୱର ଉଠାଇବେ। ଏହା ଭାରତର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ଟ୍ବିଟ୍ କରି ଏହା ଲେଖିଛନ୍ତି ବୈଜୟନ୍ତ ।

ବଲିଉଡ ଉପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ଏମପି ବୈଜୟନ୍ତ ପଣ୍ଡାଙ୍କ କିଛି ଦିନ ତଳେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ବି-ଟାଉନର କିଛି କଳାକାରଙ୍କ ରହିଛି ପାକିସ୍ତାନ ଓ ଆଇଏସଆଇଏସ ଲିଙ୍କ୍‌ । ଏହାର ପ୍ରତିକ୍ରିୟାରେ ବଲିଉଡର ସେହି କଳାକାରମାନେ ମାଫିଆଙ୍କ ଠାରୁ ସମ୍ପର୍କ ଭାଙ୍ଗିବା ଉଚିତ ବୋଲି ବୈଜୟନ୍ତ ପଣ୍ଡା କହିଥିଲେ ।

ବୈଜୟନ୍ତ ପଣ୍ଡା କହିଥିଲେ, ଆଗରୁ ବଲିଉଡର ବିଭିନ୍ନ ବ୍ୟକ୍ତିତ୍ବଙ୍କ ମାଫିଆଙ୍କ ସହ ସଂପର୍କ ରହିଥିଲା । ଯେଉଁମାନେ ପାକିସ୍ତାନରୁ ନିଜର କାର୍ଯ୍ୟକଳାପ ଚଳାଇ ଆସୁଥିଲେ । ବଲିଉଡର ଫଣ୍ଡିଂ ବି ସେଠାରୁ ଆସୁଥିଲା । ଯାହା ଜଣାପଡୁଛି ବର୍ତ୍ତମାନ ପର୍ଯ୍ୟନ୍ତ ବି ତାହା ଜାରିରହିଛି । ବଲିଉଡର ଅନେକ ସେଲିବ୍ରିଟି ରହିଛନ୍ତି ଯେଉଁମାନଙ୍କ ସେମାନଙ୍କ ସହ ସଂପର୍କ ରହିଛି । ଲଣ୍ଡନ ଓ ଆମେରିକା ଆଦି ସହରରେ ସେମାନଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ସହ ବନ୍ଧୁତ୍ବ ରଖିବା ସହ ବ୍ୟବସାୟିକ ସଂପର୍କ ମଧ୍ୟ ରହିଥିବା ଦେଖାଯାଇଛି । ସେମାନେ ସୋସିଆଲ ମିଡିଆରେ ଜମ୍ମୁକାଶ୍ମୀରରେ ହିଂସା ସୃଷ୍ଟି କରିବା ପାଇଁ କହୁଛନ୍ତି । ଏହା ସହ ସେମାନଙ୍କୁ ମଧ୍ୟ ପାକିସ୍ତାନୀ ଜେନେରାଲ ଓ ଆଇଏସଆଇଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । ଯାହା ଠିକ ନୁହେଁ ବୋଲି ବୈଜୟନ୍ତ ପ୍ରକାଶ କରିଥିଲେ ।

Last Updated : Sep 15, 2020, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.