ETV Bharat / city

ବାହାରିନରେ ମହକିଲା ପଖାଳ, ଏକାଠି ଖାଇଲେ ଓଡିଆ ସମାଜ

author img

By

Published : Mar 21, 2022, 7:16 AM IST

ପ୍ରତିଟି ଓଡିଆ ମନରେ ଗର୍ବ ଆଉ ଗୌରବ ଆଣି ଦେଇଥାଏ ପ୍ରିୟ ପଖାଳ । ତେବେ ଏଥର ବି ପଖାଳ ଦିବସ ପାଳିଛନ୍ତି ବିଦେଶରେ ରହୁଥିବା ଓଡ଼ିଆ ସମାଜ । ଅଧିକ ପଢନ୍ତୁ

ପଖାଳ ଦିବସ ପାଳିଲେ ବାହାରିନ ଓଡ଼ିଆ ସମାଜ
ପଖାଳ ଦିବସ ପାଳିଲେ ବାହାରିନ ଓଡ଼ିଆ ସମାଜ

ଭୁବନେଶ୍ବର: ପ୍ରତିଟି ଓଡିଆ ମନରେ ଗର୍ବ ଆଉ ଗୌରବ ଆଣି ଦେଇଥାଏ ପ୍ରିୟ ପଖାଳ । ବିଶ୍ୱ ପଖାଳ ଦିବସକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ପ୍ରତ୍ୟକ ଓଡିଆ । ବଡ଼ ବଡ଼ ହୋଟେଲରେ ଏହି ଦିବସକୁ ବେଶ ଜାକଜମକରେ ପାଳନ କରାଯାଇଛି । ଏହି ପାରମ୍ପରିକ ପଖାଳ ଦିବସକୁ ପାଳନ କଲେ ବାହାରିନ ଓଡ଼ିଆ ସମାଜ । ଓଡ଼ିଆ ଯେଉଁଠି, ପଖାଳ ସେଇଠି'- ଉକ୍ତିକୁ ସଠିକ ପ୍ରମାଣ କରିଛି ବାହାରିନ ଓଡ଼ିଆ ସମାଜ ।

ପଖାଳ ଦିବସ ପାଳିଲେ ବାହାରିନ ଓଡ଼ିଆ ସମାଜ

ବାହାରିନ ଓଡିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ପଖାଳ ଦିବସ ପାଳନ ହୋଇଛି । ଯାହା ବିଦେଶୀ ମାଟିରେ ଓଡିଆ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଛି । ​ଏହି କାର୍ଯ୍ୟକ୍ରମରେ ଓଡିଆ ପଖାଳ ସହିତ ଛୋଟ ମାଛ, ଛୁଇଁଭଜା, ପାଳଙ୍ଗ ଶାଗ, ବଡି ଚୁରା ଏବଂ ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟ ପରସା ଯାଇଛି । ଫାଷ୍ଟଫୁଡ଼ ଜମାନାରେ ବାହାରିନରେ ଥିବା ପିଲାମାନେ ବି ପଖାଳକୁ ଉପଭୋଗ କରିଛନ୍ତି ।

ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ କହିଛନ୍ତି ଯେ, ପଖାଳ କେବଳ ଏକ ଖାଦ୍ଯ ନୁହେଁ । ଏହା ଓଡିଆ ଅସ୍ମିତାର ଯାଜୁଲ୍ୟମାନ ସ୍ମାରକ । ସାଂସ୍କୃତିକ ମହାପ୍ରସାଦ ଓ ଧାର୍ମିକ ବିଶ୍ବାସର ଅତୁଟ ବନ୍ଧନ । ସମଗ୍ର ବିଶ୍ୱରେ କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଓଡିଆକୁ ପଖାଳ ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା ଜଣାଇଛି ବାହାରିନ ଓଡ଼ିଆ ସମାଜ । କୋଭିଡ ଗାଇଡଲାଇନର ପାଳନ କରି ପଖାଳ ଦିବସ ଆୟୋଜନ କରାଯାଇଥିଲା । ଏହି ଦିବସର ମହତ୍ତ୍ବକୁ ନେଇ ଚଳିତ ବର୍ଷ ପଖାଳ ଦିବସ ପାଳନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ବାହାରିନ ଓଡ଼ିଆ ସମାଜ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.