ଭୁବନେଶ୍ୱର: କୋରୋନ ଛାଡିକି ନ ଯାଉଣୁ ଚିନ୍ତା ବଢାଇଲାଣି ଡେଙ୍ଗୁ । ରାଜଧାନୀ ଭୁବନେଶ୍ବରରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ସହ ସଂକ୍ରମିତଙ୍କ ସଂଖ୍ୟା 500 ମୁହାଁ ହେଲାଣି । ଏହାକୁ ନେଇ ଗତକାଲି(ଗୁରୁବାର) ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଏଥିପାଇଁ ସର୍ବ ସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆବଶ୍ୟକ ।
ତେବେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ଡେଙ୍ଗୁ ସ୍ଥିତି ନେଇ ବିଏମସି ତତ୍ପର ରହିଛି । ପ୍ରତି ୱାର୍ଡରେ ଡେଙ୍ଗୁ ନିରୋଧୀ ଅଭିଯାନ ବିଏମସି ପକ୍ଷରୁ ଆରମ୍ଭ ହୋଇଛି । ରାଜଧାନୀରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ସତ, ହେଲେ ପ୍ରତିଟି ବ୍ଯକ୍ତି ସଚେତନ ରହିବେ ତେବେ ଏହାକୁ ରୋକାଯାଇ ପାରିବ । ଭୁବନେଶ୍ୱରକୁ ସ୍ୱଚ୍ଛ ପରିମଳ କରିବାରେ ସମସ୍ତଙ୍କ ଅବଦାନ ରହିବା ଦରକାର ।
ବିଏମସି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟ ଚାଲୁ ରହିଛି । ସଫେଇ ଓ ସଚେତନତା ଆଧାରରେ ବିଭିନ୍ନ ୱାର୍ଡରେ ବିଏମସି କର୍ମଚାରୀ ନିୟୋଜିତ ଅଛନ୍ତି । ମଶା ପ୍ରବଣ ଅଞ୍ଚଳରେ ଔଷଧ ସିଞ୍ଚନ କରାଯାଉଛି । ଭୁବନେଶ୍ୱରରେ ପାଣି ଜମିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ