ETV Bharat / city

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ: ୟାସିର୍ ନଓ୍ବାଜ୍ - student congress oppose to journalist attack

ବିଞ୍ଝାରପୁର ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଓ୍ବାଜ୍ । ଅଧିକ ପଢନ୍ତୁ

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦାନୀୟ: ୟାସିର୍ ନଓ୍ବାଜ୍

author img

By

Published : Feb 20, 2022, 10:31 PM IST

ଯାଜପୁର: ବିଞ୍ଝାରପୁର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଓ୍ବାଜ୍ । ୟାସିର୍ ନଓ୍ବାଜ୍ କହିଛନ୍ତି ଯେ, ଶାସକ ଦଳର ଇଙ୍ଗିତରେ ଏଭଳି ବର୍ବରୋଚିତ କାଣ୍ଡ ହୋଇଛି । ଯେଉଁ ସାମ୍ବାଦିକ ମାନେ ଶାସକ ଦଳର ଭୋଟ ବାକ୍ସ ଅପହରଣକୁ ଲୋକଲୋଚନକୁ ଆଣିବା ପାଇଁ ସାହସିକତାର ସହ ସେଠାରେ କାର୍ଯ୍ୟ କରୁଥିଲେ, ସେମାନେ ଗଣତନ୍ତ୍ରର ସୁରକ୍ଷା ପାଇଁ ଚତୁର୍ଥ ସ୍ତମ୍ଭର ପ୍ରକୃତ ଦାୟିତ୍ଵ ନିଭାଇଛନ୍ତି ।

ସାମ୍ବାଦିକଙ୍କ ଉପରେ ଆକ୍ରମଣ ନିନ୍ଦାନୀୟ: ୟାସିର୍ ନଓ୍ବାଜ୍

ସେ କହିଛନ୍ତି, ନିର୍ବାଚନରେ ସେମାନଙ୍କର ଭୂମିକା ପ୍ରସଂଶନୀୟ । ଶାସକ ଦଳ ଭୋଟ ଚୋରି, ଭୟଭୀତ କରି ଭୋଟ୍ ନେବା, ଅର୍ଥ ବଳ ପ୍ରୟୋଗ କରି ଏବଂ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଉଦ୍ୟମ କରୁଛି । ଏହି ଅଗଣତାନ୍ତ୍ରିକ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିଲେ । ବିଜେଡି ଏବଂ ବିଜେପି ଉଭୟ ଓଡ଼ିଶାରେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ହୀନ କାର୍ଯ୍ୟ କରୁଛନ୍ତି । ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସୁତରାଂ ଛାତ୍ର କଂଗ୍ରେସ ବିଜେଡି ଓ ବିଜେପି ଦଳର ଗଣମାଧ୍ୟମ ଉପରେ ଏହିଭଳି ଅମାନବୀୟ ଆକ୍ରମଣର ଦୃଢ ନିନ୍ଦା କରିଛି । ଏହା ସହ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରୁଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.