ETV Bharat / city

ଦଳିତଙ୍କ ଉପରେ ଉଚ୍ଚବର୍ଗଙ୍କ ନିର୍ଯାତନା ଅଭିଯୋଗ, ମୁଖମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଧାରଣା - attack on sc caste people

ଦଳିତଙ୍କ ଉପରେ ଉଚ୍ଚ ଜାତି ଲୋକଙ୍କ ଅତ୍ୟାଚାର ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍ର ଅଭିଯୋଗ ପ୍ରକୋଷ୍ଠ ସମ୍ନାରେ ଧାରଣା । ନ୍ୟାୟ ନମିଳିଲେ ଆତ୍ମହତ୍ୟା ଚେତାବନୀ । ଅଧିକ ପଢନ୍ତୁ...

ଦଳିତଙ୍କ ଉପରେ ଉଚ୍ଚବର୍ଗଙ୍କ ନିର୍ଯ୍ୟାତନା ଅଭିଯୋଗ, ମୁଖମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଧାରଣା

author img

By

Published : Jul 6, 2021, 6:44 AM IST

ଭୁବନେଶ୍ବର: ଦଳିତଙ୍କ ଉପରେ ଉଚ୍ଚ ଜାତି ଲୋକଙ୍କ ଅତ୍ୟାଚାର ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଧାରଣା। ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ । ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ସରଣକୂଳ ଥାନା ଅନ୍ତର୍ଗତ ଯାକେଡ଼ା ଗ୍ରାମରୁ ।

ଦଳିତଙ୍କ ଉପରେ ଉଚ୍ଚବର୍ଗଙ୍କ ନିର୍ଯ୍ୟାତନା ଅଭିଯୋଗ, ମୁଖମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଧାରଣା

ସୂଚନା ଅନୁସାରେ ଗ୍ରାମର ନୀଚ ଜାତିର 20 ରୁ ଉର୍ଦ୍ଧ ପରିବାରକୁ ଗ୍ରାମର ଅନ୍ୟ ଲୋକମାନେ ବହୁ ହଇରାଣ ହରକତ କରୁଥିଲେ । ଏମିତି କି ଉକ୍ତ ପରିବାରର କିଛି ପୁରୁଷ ଲୋକଙ୍କୁ ଅପହରଣ କରି ଜଙ୍ଗଲରେ ରଖି ମାଡ଼ ମାରିବାକୁ ପଚ୍ଛାଇ ନଥିବା ଅଭିଯୋଗ ହୋଇଛି । ଉଚ୍ଚବର୍ଗ ଜାତିର ଲୋକମାନଙ୍କ ଏହି ଅତ୍ୟାଚାର ବିରୋଧରେ ସରଣକୂଳ ଥାନା ଏବଂ ନୟାଗଡ଼ ଜିଲ୍ଲାପାଳକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ତାଙ୍କୁ ନ୍ୟାୟ ମିଳିନାହିଁ। ଶେଷରେ ସେମାନେ ମୁଖମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଯଦି ନ୍ୟାୟ ନିମିଳେ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ଯାକେଡ଼ା ଗ୍ରାମବାସୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.