ETV Bharat / city

ରାଜଧାନୀରେ ବୁଲୁଛି ଏଟିଏମ, ସର୍ବାଧିକ ଉଠାଇ ପାରିବେ 50 ହଜାର - ଶୁଭାରମ୍ଭ

ଆଜି ଠାରୁ ରାଜଧାନୀର ଜନଗହଳିପୂର୍ଣ ଅଞ୍ଚଳରେ ଶୁଭାରମ୍ଭ ହୋଇଛି ଭ୍ରାମ୍ୟମାଣ ଏଟିଏମ ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ପାଇଁ ଆକ୍ସିସ ବ୍ୟାଙ୍କ ଏବଂ ଆଇସିଆଇସିଆଇ ଓ ବିଏମସିର ମିଳିତ ଉଦ୍ୟମରେ ଏହାର ଶୁଭାରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 8:23 PM IST

ଭୁବନେଶ୍ବର: ଟେଲିସେବା ଭଳି ରାଜଧାନୀରେ ଆଜି ଠାରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏଟିଏମ ସେବା ବା ଏଟିଏମ ଅନ ହୁଇଲ ସେବା । ଏଣିକି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକେ ବିନା କୌଣସି ଅସୁବିଧାରେ ଉଠାଇ ପାରିବେ ଟଙ୍କା । ଏଥିପାଇଁ ଆକ୍ସିସ ଏବଂ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭୁବନେଶ୍ବରରେ ଭ୍ରାମ୍ୟମାଣ ଏଟିଏମ ସେବା ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଏମସି, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଉଦ୍ୟମରେ ଭୁବନେଶ୍ୱରର ହସ୍ପିଟାଲ, ରେଳ ଷ୍ଟେସନ, ହାଟବଜାର ସ୍ଥାନରେ ମିଳିବ ଏହି ସେବା । ଏହା ଦ୍ୱାରା ବାତ୍ୟା ପ୍ରଭାବିତ ଲୋକଙ୍କୁ ନଗଦ ଅର୍ଥ ପାଇବା ଅସୁବିଧା ଦୂର ହୋଇପାରିବ । ଏଥିସହ ଲୋକେ ଏହି ଭ୍ରାମ୍ୟମାଣ ଏଟିଏମରୁ ସର୍ବାଧିକ 50 ହଜାର ଟଙ୍କା ଉଠାଇ ପାରିବେ ।

ଫନି ପରେ ରାଜଧାନୀରେ ନେର୍ଟୱାର୍କ ଅଭାବରୁ ବ୍ୟାଙ୍କ ସେବା ଗୁଡିକ ବାଧାପ୍ରାପ୍ତ ହୋଇଛି । ଲୋକେ ନଗଦ ଟଙ୍କା ପାଇବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.