ETV Bharat / city

ଆସନ୍ତା ୨୯ ତାରିଖରେ କ୍ରୀଡ଼ାବିତଙ୍କୁ ଦିଆଯିବ 'ବିଜୁ କ୍ରୀଡ଼ା ସମ୍ମାନ'

author img

By

Published : Aug 26, 2021, 7:53 PM IST

ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଅଗଷ୍ଟ ୨୯ ତାରିଖ କ୍ରୀଡ଼ା ଦିବସରେ କ୍ରୀଡ଼ାବିତ କୋଚ ହେବେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ । ଅଧିକ ପଢ଼ନ୍ତୁ...

ଆସନ୍ତା ୨୯ ତାରିଖରେ କ୍ରୀଡ଼ାବିତଙ୍କୁ ଦିଆଯିବ ବିଜୁ କ୍ରୀଡ଼ା ସମ୍ମାନ

ଭୁବେନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ 2020-21 ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଶ୍ରେଷ୍ଠ କ୍ରୀଡାବିତ ଭାବେ ସମ୍ମାନିତ ହେବ ଅମିତ ରୋହିଦାସ । ସେହିଭଳି ଶ୍ରେଷ୍ଠ କୋଚ୍ ଭାବେ ଶିବ ପ୍ରସାଦ ଦାସଙ୍କୁ ମିଳିବ ପୁରସ୍କାର । ଅଗଷ୍ଟ ୨୯ ତାରିଖ କ୍ରୀଡ଼ା ଦିବସରେ କ୍ରୀଡ଼ାବିତ କୋଚ ହେବେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ ।

ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ (ଜୀବନବ୍ୟାପୀ ସାଧନା ପୁରସ୍କାର)ରେ ସମ୍ମାନିତ କରାଯିବ । ଆସନ୍ତା 29 ତାରିଖରେ କ୍ରୀଡ଼ା ଦିବସ ପାଳନ କରିବ ଓଡ଼ିଶା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ କ୍ରୀଡ଼ା ସମ୍ମାନ ପ୍ରଦାନ କରିବେ ।

ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ଯାଇ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନ ପ୍ରଦାନ କରାଯାଉଛି । ତେବେ ଚଳିତ ବର୍ଷ କ୍ରୀଡ଼ା ସାମ୍ବାଦିକ ଆୱାର୍ଡକୁ ବାତିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.